Sixth Finance Commission constituted by state government: Arun Kumar Panda Chairman
ଭୁବନେଶ୍ୱର : ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅରୁଣ କୁମାର ପଣ୍ଡାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରି ଓଡ଼ିଶା ସରକାର ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଗଠନ କରିଛନ୍ତି।
ଆୟୋଗର ଅନ୍ୟ ସଦସ୍ୟମାନେ ହେଉଛନ୍ତି ଏକ୍ସଆଇଏମବିର ପ୍ରଫେସର ଅସିତ ରଞ୍ଜନ ମହାନ୍ତି, ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର ଅମରଶ ସାମନ୍ତରାୟ ଏବଂ ଟିଆଇଏସଏସର ପ୍ରଫେସର ଡକ୍ଟର ବିଭୂ ପ୍ରସାଦ ନାୟକ।ଅର୍ଥ ବିଭାଗର ଅତିରିକ୍ତ ସଚିବ ଡ.ସତ୍ୟ ପ୍ରିୟ ରଥଙ୍କୁ ସଦସ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।
ସଦସ୍ୟ ସଚିବଙ୍କ ସମେତ ଆୟୋଗର ଚେୟାରମ୍ୟାନ୍ ତଥା ଅନ୍ୟ ସଦସ୍ୟମାନେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ୬ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।
ସଦସ୍ୟ ସଚିବଙ୍କ ବ୍ୟତୀତ ଚେୟାରମ୍ୟାନ୍ ଏବଂ ଅନ୍ୟ ସଦସ୍ୟମାନେ ଆୟୋଗକୁ ପୂରା ସମୟ କିମ୍ବା ପାର୍ଟ ଟାଇମ୍ ସେବା ପ୍ରଦାନ କରିବେ। ସଦସ୍ୟ ସଚିବ ନିଜ କର୍ତ୍ତବ୍ୟ ବ୍ୟତୀତ ଆୟୋଗକୁ ପୂର୍ଣ୍ଣକାଳୀନ ସେବା ପ୍ରଦାନ କରିବେ।
ଅଧିକ ପଢ଼ନ୍ତୁ: ଜାରି ହେଲା ଟୋଲ୍ ଫ୍ରି ନମ୍ବର: ଶିକ୍ଷକଙ୍କ ଅଚରଣ ଠାରୁ ଆରମ୍ଭ କରି ଏସବୁ ଅଭିଯୋଗ କରାଯାଇପାରିବ
ରାଜ୍ୟ ତଥା ତ୍ରିସ୍ତରୀୟ ପଞ୍ଚାୟତ ରାଜ ପ୍ରତିଷ୍ଠାନ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ମଧ୍ୟରେ ଟିକସ, ଶୁଳ୍କ, ଟୋଲ୍ ଏବଂ ଶୁଳ୍କର ନିଟ୍ ଆୟ ବଣ୍ଟନ ତଥା ନିଜସ୍ୱ ଅଂଶଧନ ବଣ୍ଟନ ଭଳି କମିଶନ ସୁପାରିଶ କରିବେ।
ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ୧୩୩ ରନ୍ର ବିଜୟ ଲକ୍ଷ୍ୟ ଦେଲା ଇଂଲଣ୍ଡ
Follow Us