Advertisment

Drinking water: ପିଇବା ପାଣି ପାଇଁ ସଂଘର୍ଷ: କମୁଛି ଭୂତଳ ଜଳସ୍ତର, ଫ୍ଲୋରାଇଡ୍ ଓ ଆଇରନ୍ ମିଶା ପାଣି କଲାଣି କଲବଲ

Advertisment

ଖସି ଖସି ଚାଲିଛି ଭୂତଳ ଜଳସ୍ତର। ପ୍ରତ୍ୟେକ ବର୍ଷ ୧ ମିଟରରୁ ଊର୍ଦ୍ଧ୍ବ ଭୂତଳ ଜଳସ୍ତର ଖସିଚାଲିଛି। ଫଳରେ ଗ୍ରୀଷ୍ମ ଦିନେ ଅବସ୍ଥା ଅଧିକ ସଙ୍ଗିନ ହୋଇପଡ଼ୁଛି। ଗତ ଚାରି ବର୍ଷର ରେକର୍ଡ ହିଁ ନୟାଗଡ଼ର ଅବସ୍ଥାକୁ ଭଲ ଭାବେ ପ୍ରମାଣିତ କରୁଛି।

ଖସି ଖସି ଚାଲିଛି ଭୂତଳ ଜଳସ୍ତର। ପ୍ରତ୍ୟେକ ବର୍ଷ ୧ ମିଟରରୁ ଊର୍ଦ୍ଧ୍ବ ଭୂତଳ ଜଳସ୍ତର ଖସିଚାଲିଛି। ଫଳରେ ଗ୍ରୀଷ୍ମ ଦିନେ ଅବସ୍ଥା ଅଧିକ ସଙ୍ଗିନ ହୋଇପଡ଼ୁଛି। ଗତ ଚାରି ବର୍ଷର ରେକର୍ଡ ହିଁ ନୟାଗଡ଼ର ଅବସ୍ଥାକୁ ଭଲ ଭାବେ ପ୍ରମାଣିତ କରୁଛି।

dhshsffhhfs

ସନ୍ଦୀପ କୁମାର ଲେଙ୍କା

ନୟାଗଡ଼: ଖସି ଖସି ଚାଲିଛି ଭୂତଳ ଜଳସ୍ତର। ପ୍ରତ୍ୟେକ ବର୍ଷ ୧ ମିଟରରୁ ଊର୍ଦ୍ଧ୍ବ ଭୂତଳ ଜଳସ୍ତର ଖସିଚାଲିଛି। ଫଳରେ ଗ୍ରୀଷ୍ମ ଦିନେ ଅବସ୍ଥା ଅଧିକ ସଙ୍ଗିନ ହୋଇପଡ଼ୁଛି। ଗତ ଚାରି ବର୍ଷର ରେକର୍ଡ ହିଁ ନୟାଗଡ଼ର ଅବସ୍ଥାକୁ ଭଲ ଭାବେ ପ୍ରମାଣିତ କରୁଛି। ପୂର୍ବରୁ ଯେଉଁଠି ୫୦–୬୦ ପୁଟ୍ ଖୋଳିଲେ ପାଣି ପଡ଼ୁଥିଲା, ଏବେ ସେଠାରେ ୨୫୦ ଫୁଟ ଯାଏଁ ଖୋଳିବାକୁ ପଡ଼ୁଛି। ଫଳରେ ନୟାଗଡ଼ ଜିଲ୍ଲାରେ ପାଣି ସମସ୍ୟା ଧୀରେ ଧୀରେ ବଢ଼ିବାକୁ ଲାଗିଲାଣି। କେବଳ ଗ୍ରୀଷ୍ମ ନୁହେଁ ବର୍ଷତମାମ ଏମିତି ସ୍ଥିତି ଦେଖିବାକୁ ମିଳୁଛି। ଫଳରେ ବର୍ତ୍ତମାନଠାରୁ ପିଇବା ହେଉ ବା କାରବାର କରିବାକୁ ଆବଶ୍ୟକ ହେଉଥିବା ପାଣି ଟୋପେ ପାଇଁ ଗ୍ରାମବାସୀଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ଏହା ସହ ଏବେ ବିଭିନ୍ନ ସ୍ଥାନରେ ଆଇରନ୍ ଓ ଫ୍ଲୋରାଇଡ୍ ମିଶା ପାଣି ପିଇ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି।
ମିଳିଥିବା ତଥ୍ୟ ମୁତାବକ, ୨୦୨୦ରେ ୪.୦୯ ମିଟର ତଳେ ଭୂତଳ ଜଳସ୍ତର ରହିଥିବା ବେଳେ ୨୦୨୧ରେ ତାହା ହ୍ରାସ ପାଇ ୪.୨୪ ମିଟର, ୨୦୨୨ରେ ୪.୫୬ ମିଟର, ୨୦୨୩ରେ ୫.୦୫ ମିଟର ଓ ୨୦୨୪ରେ ୫.୧୫ ମିଟରରେ ପହଞ୍ଚିଲାଣି। ଏହି ପାଞ୍ଚ ବର୍ଷରେ ଭୂତଳ ଜଳସ୍ତର ୧.୦୫ ମିଟର ହ୍ରାସ ପାଉଥିବା ଜଣାପଡ଼ିଛି। ଫଳରେ ସେଥିପାଇଁ ଜନଜୀବନ ଏକ ପ୍ରକାର ବ୍ୟତିବ୍ୟସ୍ତ ହୋଇପଡ଼ିଛି।

Shuttle: ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ୍‌: କ୍ବାର୍ଟରରେ ଲକ୍ଷ୍ୟ ସେନ୍‌

ପ୍ରତ୍ୟେକ ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ପାଇପ୍‌ ଲାଇନ୍‌ ବିଛାଯାଇଛି। ମାତ୍ର ଗାଁକୁ ପାଣି ଆସୁନି। ଲୋକେ ଆଜି ବି ଚୁଆ ଓ ପୋଖରୀ ଉପରେ ଭରସା କରି ରହୁଛନ୍ତି। ଏମିତି ପୁଳାପୁଳା ଅଭିଯୋଗ ଏବେ ଜିଲ୍ଲା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଚଳିତ ବର୍ଷ ଆରମ୍ଭରୁ ଯେଉଁ ପରିସ୍ଥିତି ସୃଷ୍ଟି ହେଲାଣି, ଆଗାମୀ ଦିନରେ ପରିସ୍ଥିତି ସାଂଘାତିକ ହେବ ବୋଲି ଆଶଙ୍କା କରାଯାଉଛି। ନୟାଗଡ଼ ବ୍ଲକର ସିନ୍ଦୂରିଆ, ଶରଧାପୁର, ଇଟାମାଟି ଓ ରଣପୁର ବ୍ଲକରେ ପ୍ରତ୍ୟେକ ବର୍ଷ ଜଳସ୍ତର ହ୍ରାସ ପାଉଛି। ପାଞ୍ଚ ବର୍ଷ ତଳେ ଏଠାରେ ୧୦୦ ଫୁଟ ମଧ୍ୟରେ ପାଣି ପଡ଼ୁଥିଲା। ଏବେ ଏହି ସ୍ଥାନରେ ୨୫୦ ଫୁଟ ଯାଏଁ ଖୋଳିବାକୁ ପଡ଼ୁଥିବା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍) ବିଭାଗ ପକ୍ଷରୁ କୁହାଯାଇଛି। ଗ୍ରୀଷ୍ମ ଦିନେ ଏହି ସମସ୍ୟା ଅଧିକ ଦେଖାଯାଉଛି ବୋଲି ବିଭାଗୀୟ ଯନ୍ତ୍ରୀ ସୁବାସ ସ୍ବାଇଁ ସୂଚନା ପ୍ରଦାନ କରିଛନ୍ତି। ଯନ୍ତ୍ରୀ ଶ୍ରୀ ସ୍ବାଇଁଙ୍କ ସୂଚନା ମୁତାବକ, ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ସବୁ ସ୍ଥାନରେ ଭୂତଳ ଜଳସ୍ତରର ସ୍ଥିତି ଠିକ୍ ରହୁନି। କେଉଁଠି ପାଣି ପାଇଁ ୨୦୦ ଫୁଟ ଖୋଳିବାକୁ ପଡ଼ୁଛି ତ, ଶିଖରପୁର ଓ ଗଦାଧରପ୍ରସାଦ ଏମିତି ଅନେକ ପଞ୍ଚାୟତ ଅଛି ଯେଉଁଠି ୬୦–୭୦ ଫୁଟ ଖୋଳିଲେ ଭଲ ପାଣି ଆସୁଛି। ଏହା ସହ ନିୟମିତ ଭାବେ ପାଣି ନମୂନା ପରୀକ୍ଷା କରାଯାଉଛି। ଯେଉଁଠାରେ ଫ୍ଲୋରାଇଡ୍ ଓ ଆଇରନ ମିଶା ପାଣି ଆସୁଥିବା ଦେଖାଯାଉଛି, ଉକ୍ତ ଜଳଉତ୍ସକୁ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦିଆଯାଉଛି।

Iran condemned: ଭାରତୀୟ ନୌସେନାର ଅତିଥି ଜାହାଜ ଉପରେ ଆକ୍ରମଣକୁ ନିନ୍ଦା କଲା ଇରାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe