ଭୁବନେଶ୍ବର: ଏବର୍ଷ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଦିନ ସଂଖ୍ୟା ଅଧିକ ରହିବ। ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ଗ୍ରୀଷ୍ମ ଦିବସ ସଂଖ୍ୟା ସ୍ବାଭାବିକଠାରୁ ଅଧିକ ରହିବ। ଓଡ଼ିଶା ସମେତ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ଭାରତରେ ହିଟ୍ୱେଭ୍ ଦିନ ସଂଖ୍ୟା ବଢ଼ିବ। ଦକ୍ଷିଣପୂର୍ବ ଭାରତର ଅଧିକାଂଶ ଅଞ୍ଚଳ, ଉତ୍ତରପଶ୍ଚିମ ଓ ପଶ୍ଚିମକେନ୍ଦ୍ରୀୟ ଭାରତର କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ଓଡ଼ିଶା ସମେତ ଗୁଜୁରାଟ, ହରିଆଣା, ପଞ୍ଜାବ, ଦକ୍ଷିଣ ଓ ପୂର୍ବ ମହାରାଷ୍ଟ୍ର, ପୂର୍ବ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ତେଲେଙ୍ଗାନା, ଆନ୍ଦ୍ରପ୍ରଦେଶ, ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକ, ଉତ୍ତର ତାମିଲନାଡ଼ୁରେ ଏବର୍ଷ ହିଟ୍ୱେଭ୍ ଦିବସ ସଂଖ୍ୟା ସ୍ବାଭାବିକଠାରୁ ଅଧିକ ରହିବ। ୨୦୨୬ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସ ପାଇଁ ଭାରତୀୟ ପାଣିପାଗ ବିଭା ଗ(ଆଇଏମ୍ଡି) ଏଭଳି ଆକଳନ କରିଛି। ତେବେ ମାର୍ଚ୍ଚ ମାସରେ ଦେଶର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ସ୍ବାଭାବିକ କିମ୍ବା ସ୍ବାଭାବିକଠାରୁ କମ୍ ରହିବା ନେଇ ଆଇଏମ୍ଡି ପକ୍ଷରୁ ଜାରି ଆକଳନରେ କୁହାଯାଇଛି।
Road: ନିର୍ମାଣର ୬ମାସ ପୁରିନି, ରାସ୍ତାରୁ ଉଠିଗଲାଣି ପିଚୁ
ଓଡ଼ିଶା କଥା ଦେଖିଲେ ଚଳିତ ମାସଠାରୁ ଗରମ ବୃଦ୍ଧି ପାଇବ। ପଶ୍ଚିମ, କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହିବ। ଭୁବନେଶ୍ବର, କଟକ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବଲାଙ୍ଗୀର ପରି ସହରର ତାପମାତ୍ରା ଅଧିକ ରହିପାରେ ବୋଲି ଆଇଏମ୍ଡି କହିଛି।
Horoscope 2026 March 2: ଜାଣନ୍ତୁ ଆଜିର ରାଶିଫଳ
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଅନୁଯାୟୀ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୨ ଡିଗ୍ରିରୁ ଅଧିକ ରହିଛି। ଅନ୍ୟ ସ୍ଥାନଗୁଡ଼ିକରେ ସେଭଳି ପରିବର୍ତ୍ତନ ହୋଇନି। ସର୍ବନିମ୍ନ ତାପମାତ୍ରା ମଧ୍ୟ କେତେକ ସ୍ଥାନରେ ୪ରୁ ୫ ଡିଗ୍ରି ବଢ଼ିଥିବା ବେଳେ ଅଧିକାଂଶ ସ୍ଥାନରେ ୨ରୁ ୩ ଡିଗ୍ରି ବୃଦ୍ଧି ପାଇଛି। ଆଜି ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୪ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବର ଓ ସୁବର୍ଣ୍ଣପୁରରେ ୩୬.୨ ଡିଗ୍ରି, ଅନୁଗୁଳରେ ୩୬.୧ ଏବଂ ବାରିପଦାରେ ୩୬ ଡିଗ୍ରି ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/11/lDHOy2I7kboA2thutOCk.jpg)