Advertisment

Student suicide: ଛାତ୍ରୀ ଆତ୍ମାହୁତି: ୩ ଦିନର ସଂଘର୍ଷପରେ ଆଖିବୁଜିଲେ ପୀଡ଼ିତା, ଯୁବକଙ୍କ ଅତ୍ୟାଚାର ସହିପାରି ନଥିଲେ

Advertisment

ତିନିଦିନ ଧରି ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖିବୁଜିଲେ ଆତ୍ମାହୁତି ଉଦ୍ୟମ କରିଥିବା କଲେଜ ଛାତ୍ରୀ ଶ୍ରୁତି ଟପ୍ପୋ। ଇସ୍ପାତ ଜେନେରାଲ୍‌ ହସ୍‌ପିଟାଲ (ଆଇଜିଏଚ୍‌)ରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୧ଟାରେ ତାଙ୍କର ମୃତ୍ୟୁ ଘଟିଛି।

ତିନିଦିନ ଧରି ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖିବୁଜିଲେ ଆତ୍ମାହୁତି ଉଦ୍ୟମ କରିଥିବା କଲେଜ ଛାତ୍ରୀ ଶ୍ରୁତି ଟପ୍ପୋ। ଇସ୍ପାତ ଜେନେରାଲ୍‌ ହସ୍‌ପିଟାଲ (ଆଇଜିଏଚ୍‌)ରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୧ଟାରେ ତାଙ୍କର ମୃତ୍ୟୁ ଘଟିଛି।

fire

son set his mother on fire Photograph: (sambad.in)

ରାଉରକେଲା: ତିନିଦିନ ଧରି ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖିବୁଜିଲେଆତ୍ମାହୁତି ଉଦ୍ୟମ କରିଥିବା କଲେଜ ଛାତ୍ରୀ ଶ୍ରୁତି ଟପ୍ପୋ। ଇସ୍ପାତ ଜେନେରାଲ୍‌ ହସ୍‌ପିଟାଲ (ଆଇଜିଏଚ୍‌)ରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୧ଟାରେ ତାଙ୍କର ମୃତ୍ୟୁ ଘଟିଛି। ଉପଯୁକ୍ତ କ୍ଷତିପୂରଣ ସହ ଅନୁକମ୍ପାମୂଳକ ନିଯୁକ୍ତି ଦାବିରେ ପରିବାରବର୍ଗ ଧାରଣା ଦେଇଥିଲେ। ପରେ ପ୍ରଶାସନ ବୁଝାସୁଝା କରିବାସହ ନିର୍ଭର ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଛି।‌ ପରେ ଶୋକାକୁଳ ପରିବେଶରେ ଆଜି ସନ୍ଧ୍ୟାରେ ଲାଞ୍ଜିବେର୍ଣ୍ଣାଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ଯୁବକଙ୍କ ଅତ୍ୟାଚାର ସହିପାରି ନଥିଲେ
ଶୋକାକୁଳ ପରିବେଶରେ ଅନ୍ତିମସଂସ୍କାର

ଶ୍ରୁତିଙ୍କ ପରିବାରରେ ଅଛନ୍ତି ମା’ ମାଗଦାଲିନୀ ଟପ୍ପୋ, ଦୁଇ ଭଉଣୀ ତନୁଜା ଓ ଅନୁଗ୍ରହିତ ଏବଂ ଛୋଟ ଭାଇ ପ୍ରଭୁଦାନ ଟପ୍ପୋ। ପ୍ରାୟ ୧୦ ବର୍ଷ ପୂର୍ବେ ବାପା ପ୍ରଭାତ ଟପ୍ପୋଙ୍କ ପରଲୋକ ଘଟିଥିଲା। ପୂର୍ବରୁ ସେମାନେ ଝାଡ଼ଖଣ୍ଡ ସିମଡେଗାସ୍ଥ ରେଙ୍ଗାଲବେଡ଼ାରେ ରହୁଥିଲେ। ବାପାଙ୍କ ମୃତ୍ୟୁପରେ ସପରିବାର ଲାଞ୍ଜିବେର୍ଣ୍ଣାସ୍ଥ ମାମୁଘରକୁ ପଳାଇଆସିଥିଲେ। ପରିବାର ଭରଣପୋଷଣ କରୁଥିଲେ ମାମୁ ଏଲିଆଜାର ଏକ୍କା। ପୀଡ଼ିତା ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟ ଯୁକ୍ତ ତିନି ଦ୍ବିତୀୟ ବର୍ଷ କଳା ଛାତ୍ରୀ ଥିଲେ। ସେ ପ୍ରତିଦିନ ବସ୍‌ରେ କଲେଜକୁ ଯିବାଆସିବା କରୁଥିଲେ। କୁତ୍ରା ଥାନା ଅନ୍ତର୍ଗତ ବୁଡ଼ାକଟା ଗ୍ରାମର ନିଲେଶ ସାହୁ (୨୫) ପୀଡ଼ିତାଙ୍କୁ ମାନସିକ ନିର୍ଯାତନା ଦେଇଆସୁଥିଲା। ନିର୍ଯାତନା ଅସହ୍ୟ ହେବାରୁ ପୀଡ଼ିତା ଗତ ଶୁକ୍ରବାର ରାତି ପ୍ରାୟ ୧ଟାରେ ଦେହରେ ନିଆଁ ଲଗାଇ ଦେଇଥିଲେ। ପୀଡ଼ିତାଙ୍କ ଚିତ୍କାର ଶୁଣି ପରିବାର ସଦସ୍ୟ ତାଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ସେ ପାଖାପାଖି ୯୨% ପୋଡ଼ିଯାଇଥିଲେ। ଭୋର୍‌ ପ୍ରାୟ ୩.୪୦ ମିନିଟ୍‌ରେ ପୀଡ଼ିତାଙ୍କୁ ଇସ୍ପାତ ଜେନେରାଲ୍‌ ହସ୍‌ପିଟାଲର ବର୍ଣ୍ଣ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। 

Goa Nightclub Fire : ଇଣ୍ଡିଗୋ ବିମାନରେ ବିଦେଶ ଫେରାର ହୋଇଗଲେ ଗୋଆ ନାଇଟକ୍ଲବ ମାଲିକ

ତିନିଦିନ ଧରି ଚିକିତ୍ସା କରାଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିନଥିଲା। ଗତରାତି ପ୍ରାୟ ୧ ଟାରେ ତାଙ୍କର ବିୟୋଗ ଘଟିଥିଲା। ୫୦ ଲକ୍ଷ କ୍ଷତିପୂରଣ ଓ ପରିବାରର ଜଣେ ସଦସ୍ୟଙ୍କୁ ଅନୁକମ୍ପା ନିଯୁକ୍ତ ଦାବିରେ ଆଇଜିଏଚ୍‌ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏନେଇ ଚାପା ଅସନ୍ତୋଷ ସୃଷ୍ଟି ହୋଇଥିଲା। ଶେଷରେ ପ୍ରଶାସନ ବୁଝାସୁଝା କରିବାସହ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ୍‌ରୁ ୪ ଲକ୍ଷ ଟଙ୍କା ଓ ଶିକ୍ଷା ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହି ମାମଲାରେ ରାଜଗାଙ୍ଗପୁର ପୁଲିସ ଅଭିଯୁକ୍ତକୁ ଗିରଫକରି ଜେଲ୍‌ ହାଜତକୁ ପଠାଇଛି। ସୂଚନାଯୋଗ୍ୟ ରବିବାର ଦିନ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ପୀଡ଼ିତାଙ୍କୁ ଭେଟିବାସହ ଚିକିତ୍ସା କରୁଥିବା ଡାକ୍ତରୀ ଦଳକୁ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଲେ ଅଧିକ ଚିକିତ୍ସା ପାଇଁ ଏମ୍‌ସକୁ ଏୟାର୍‌ଲିଫ୍ଟ କରାଯିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe