Education: ପରିବର୍ତ୍ତନ ‌ହୋଇପାରେ ସ୍କୁଲ ପାଠ୍ୟପୁସ୍ତକ, ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ

Advertisment

ରାଜ୍ୟ ସରକାର ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଏଥି ପାଇଁ ଖୁବଶୀଘ୍ର ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ପାଠ୍ୟକ୍ରମ ବା ସିଲାବସ୍ ପରିବର୍ତ୍ତନ କରିପାରନ୍ତି। ସମ୍ଭବତଃ ଆସନ୍ତା ଶିକ୍ଷାବର୍ଷରେ ପିଲାମାନଙ୍କୁ ନୂତନ ସିଲାବସ୍‌ ଆଧାରରେ ପାଠ ପଡ଼ିବାକୁ ପଡ଼ିପାରେ।

ରାଜ୍ୟ ସରକାର ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଏଥି ପାଇଁ ଖୁବଶୀଘ୍ର ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ପାଠ୍ୟକ୍ରମ ବା ସିଲାବସ୍ ପରିବର୍ତ୍ତନ କରିପାରନ୍ତି। ସମ୍ଭବତଃ ଆସନ୍ତା ଶିକ୍ଷାବର୍ଷରେ ପିଲାମାନଙ୍କୁ ନୂତନ ସିଲାବସ୍‌ ଆଧାରରେ ପାଠ ପଡ଼ିବାକୁ ପଡ଼ିପାରେ।

Untitled-16

Students from class 1 to 12th will read new book. Photograph: (sambad.in)

ଭୁବନେଶ୍ବର: ରାଜ୍ୟ ସରକାର ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଏଥି ପାଇଁ ଖୁବଶୀଘ୍ର ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ପାଠ୍ୟକ୍ରମ ବା ସିଲାବସ୍ ପରିବର୍ତ୍ତନ କରିପାରନ୍ତି। ସମ୍ଭବତଃ ଆସନ୍ତା ଶିକ୍ଷାବର୍ଷରେ ପିଲାମାନଙ୍କୁ ନୂତନ ସିଲାବସ୍‌ ଆଧାରରେ ପାଠ ପଡ଼ିବାକୁ ପଡ଼ିପାରେ। ଏହା ଲାଗୁ ହେଲେ ଆଗାମୀ ଦିନରେ ପିଲାମାନେ ଆଉ ପୁରୁଣା ବହି ପଢିବେ ନାହିଁ; ବରଂ ସେମାନଙ୍କ ପାଇଁ ନୂଆ ବହିର ବ୍ୟବସ୍ଥା କରାଯିବ। ଅର୍ଥାତ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟପୁସ୍ତକ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।

ପାଠ୍ୟ ପୁସ୍ତକ ପରିବର୍ତ୍ତନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପାଠ୍ୟକ୍ରମ ପରିବର୍ତ୍ତନ ସମ୍ପର୍କରେ ଗୃହରେ ଏକ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଉତ୍ତର ରଖିଛନ୍ତି ପଚାରିଥିଲେ। ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ହେଉଥିବା ସ୍କୁଲଗୁଡ଼ିକର ପାଠ୍ୟପୁସ୍ତକରେ ପରିବର୍ତ୍ତନ ଆଣିବା ପାଇଁ ସରକାରଙ୍କ ପରିକଳ୍ପନା ରହିଛି। 

ଆହୁରି ପଢ଼ନ୍ତୁ: Renuka Chowdhury defends Dog Controversy: ‘କୁକୁର ସହିତ ମହିଳା’ ରେଣୁକା ଚୌଧୁରୀଙ୍କୁ ନେଇ ବିଧାୟକଙ୍କ ମନ୍ତବ୍ୟ

ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଜାରି

ଏହି ପରିବର୍ତ୍ତନ ତୁରନ୍ତ ଲାଗୁ ହେବ ନାହିଁ। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଏଥିପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି ଏବଂ ପର୍ଯ୍ୟାୟ କ୍ରମେ ଏହି ନୂତନ ପାଠ୍ୟକ୍ରମକୁ ଲାଗୁ କରାଯିବ। ଶିକ୍ଷା ବ୍ୟବସ୍ଥାରେ ସମୟୋପଯୋଗୀ ସୁଧାର ଆଣିବା ଏବଂ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ସରକାର ପାଠ୍ୟପୁସ୍ତକ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ପ୍ରାଥମିକ ସ୍ତରରୁ ଉଚ୍ଚ ମାଧ୍ୟମିକ ସ୍ତର ଯାଏଁ ସମସ୍ତ ଛାତ୍ରଛାତ୍ରୀ ନୂଆ ବହି ପଢିବାର ସୁଯୋଗ ପାଇବେ।

ଆହୁରି ପଢ଼ନ୍ତୁ: ED Action: ଅନୀଲ ଅମ୍ବାନିଙ୍କ ୧୧୨୦ କୋଟିର ସମ୍ପତ୍ତି ଜବତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe