ନୂଆଦିଲ୍ଲୀ: ନିକଟରେ କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ସଂସଦକୁ କୁକୁର ନେଇ ଆସିଥିବା କଥା ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଥିଲା। ତେବେ ଏହି ଘଟଣାକୁ ନେଇ ବିଜେପି ବିଧାୟକଙ୍କ ବୟାନବାଜି ବିସ୍ଫୋରକ ପରିସ୍ଥିତି ଉପୁଜାଇଛି।

Advertisment

ସଂସଦରେ କୁକୁର ବିବାଦ: 

ବିହାରର ମୋତିହାରୀର ବିଜେପି ବିଧାୟକ ପ୍ରମୋଦ କୁମାର ମହିଳାଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ସଂସଦକୁ କାହିଁକି କୁକୁର ଆଣି ଆସିଛନ୍ତି ବୋଲି ମିଡିଆ ତାଙ୍କୁ ପଚାରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ବିଧାୟକ ଉତ୍ତରରେ କହିଥିଲେ, “ଅନେକ ମହିଳା ଅଛନ୍ତି ଯେଉଁମାନେ ନିଜର ସନ୍ତୁଷ୍ଟି ପାଇଁ କୁକୁର ସହ ଶୋଇଥାନ୍ତି। ଆପଣ ମୋବାଇଲ୍‌ରେ ‌ଦେଖନ୍ତୁ, ସବୁକିଛି ମିଳିଯିବ।” ତାଙ୍କର ଏହି ବୟାନ ପରେ ବ୍ୟାପକ ବିରୋଧ ସୃଷ୍ଟି ହୋଇଛି। ତେବେ ଆର୍‌ଜେଡି ଓ କଂଗ୍ରେସ ବିଜେପିର ନୈତିକତା ଉପରେ ପ୍ରଶ୍ନ ଉଠାଇ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆର୍‌ଜେଡି ମୁଖପାତ୍ର ପ୍ରିୟଙ୍କା ଭାରତୀ କହିଛନ୍ତି, ତାଙ୍କ ଦଳର ନେତାମାନେ ମହିଳାମାନଙ୍କ ବିରୋଧରେ ଏପରି ଅଶାଳୀନ ମନ୍ତବ୍ୟ ଦେବା ପରେ ହିଁ ପ୍ରଧାନମନ୍ତ୍ରୀଙ୍କୁ ସନ୍ତୁଷ୍ଟି ମିଳୁଛି। ଲୋକମାନେ ସୋସିଆଲ୍‌ ମିଡିଆରେ ମଧ୍ୟ ବିଧାୟକଙ୍କୁ ସମାଲୋଚନା କରୁଛନ୍ତି ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।


ରେଣୁକା ସଂସଦ ଭିତରକୁ କୁକୁର ଆଣିବା ବିବାଦ ସୃଷ୍ଟି କରିଥିଲା:

ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ, ଡିସେମ୍ବର ୧ ତାରିଖରେ କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ଏକ ଛୋଟ କୁକୁର ଛୁଆ ସହିତ ପହଞ୍ଚିଥିଲେ। ବିଜେପି ସାଂସଦମାନେ ଏହାକୁ ସଂସଦୀୟ ନିୟମର ଉଲ୍ଲଂଘନ ବୋଲି କହି ଅସନ୍ତୋଷ ପ୍ରକାଶ କରିଥିଲେ। ପଚରାଯିବାରୁ ରେଣୁକା କହିଥିଲେ, ସେ କୁକୁର ଛୁଆଟିକୁ ରାସ୍ତାରେ ଆଘାତ ହେବା ବିପଦରୁ ବଞ୍ଚେଇବା ଲାଗି ଆଣିଥିଲେ। ସେ କଡ଼ା ମନ୍ତବ୍ୟ ଦେଇ କହିଥିଲେ, କୁକୁର ନୁହେଁ, କାମୁଡ଼ିବା ଓ ଦଂଶନ କରିବା ଲୋକ ସଂସଦରେ ବସିଛନ୍ତି। କେବଳ ସୁରକ୍ଷା ପାଇଁ କୁକୁରଛୁଆଟିକୁ ଗାଡ଼ିରେ ଛାଡ଼ି ଦେଇଥିଲେ ଏବଂ ପରେ ଏହାକୁ ଫେରାଇ ଦେଇଥିଲେ ବୋଲି ସେ ଦାବି କରିଥିଲେ। ବିଜେପି ସାଂସଦ ଜଗଦମ୍ବିକା ପାଲ ଏହି କାର୍ଯ୍ୟ ପାଇଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଆହୁରି ପଢ଼ନ୍ତୁ- This woman killed four children: ଚାରି ପିଲାଙ୍କୁ ମାରିଛନ୍ତି ଏହି ମହିଳା, ମୋର ପତ୍ନୀଙ୍କୁ ପାଣିରେ ବୁଡ଼ାଇ ମାରିଦିଅ: ସ୍ବାମୀଙ୍କ ଦାବି


*ସଂସଦ ନିୟମ କ’ଣ କହୁଛି?


ସଂସଦ ପରିସରରେ ପାଳିତ ପଶୁମାନଙ୍କ ପ୍ରବେଶ ଉପରେ କଡ଼ାକଡ଼ି ନିଷେଧାଦେଶ ରହିଛି। ସଂସଦ ଭବନ ପରିସରରେ ବ୍ୟବହାର ଓ ଆଚରଣ ନିୟମ ଅନୁସାରେ କେବଳ ଅଧିକୃତ ବ୍ୟକ୍ତି, ଯାନବାହନ ଓ ସାମଗ୍ରୀକୁ ହିଁ ଅନୁମତି ଦିଆଯାଏ। ଲୋକସଭା ହ୍ୟାଣ୍ଡବୁକ୍‌ରେ ମଧ୍ୟ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ, ସୁରକ୍ଷା କିମ୍ବା ମର୍ଯ୍ୟାଦାକୁ ପ୍ରଭାବିତ କରୁଥିବା କୌଣସି ପ୍ରାଣୀ ଅଥବା ବସ୍ତୁ ଭିତରକୁ ଅଣାଯାଇପାରିବ ନାହିଁ।

ଆହୁରି ପଢ଼ନ୍ତୁ-Property Issue: ମା ପରେ କିଏ ନେବ ସମ୍ପତ୍ତି: ଭାଇ-ଭଉଣୀଙ୍କ କଳିରେ ପଡ଼ିରହିଲା ମା'ର ମୃତଦେହ


*ବଢ଼ୁଛି ବିଜେପି ବିଧାୟକଙ୍କ ଉପରେ ରାଜନୈତିକ ଚାପ:


କଂଗ୍ରେସ ଓ ଆର୍‌ଜେଡି ନେତାମାନେ ଏହି ବୟାନକୁ ମହିଳାଙ୍କ ପ୍ରତି ଅପମାନ ବୋଲି କହିଛନ୍ତି। କଂଗ୍ରେସ ମୁଖପାତ୍ର ସ୍ନେହାଶିଷ ବର୍ଦ୍ଧନ କହିଛନ୍ତି, ଏହି ବୟାନ ବିଜେପି ଓ ଆର୍‌ଏସ୍‌ଏସ୍‌ର ମାନସିକତାକୁ ଦର୍ଶାଉଛି। ସେ ତୁରନ୍ତ କ୍ଷମା ମାଗିବାକୁ ଦାବି କରିଛନ୍ତି। ଆର୍‌ଜେଡି ନେତାମାନେ ପ୍ରଶ୍ନ ଉଠାଇଛନ୍ତି ଯେ, ବିଜେପି ମହିଳା ନେତ୍ରୀମାନେ ଏହି ପ୍ରସଙ୍ଗରେ କାହିଁକି ନୀରବ! ମହିଳା ଅଧିକାର ପାଇଁ ଦୀର୍ଘ ସମୟ ଧରି ସ୍ୱର ଉଠାଇ ଆସୁଥିବା ରେଣୁକା ତେଲେଙ୍ଗାନାରୁ ରାଜ୍ୟସଭା ସାଂସଦ ଭାବେ ପୁନଃନିର୍ବାଚିତ ହେବା ପରେ ବିବାଦ ଆହୁରି ବୃଦ୍ଧି ପାଇଛି। ଏହି ପ୍ରସଙ୍ଗ ଏବେ କେବଳ ଗୋଟିଏ ବୟାନର ନୁହେଁ ବରଂ, ବରଂ ସଂସଦର ମର୍ଯ୍ୟାଦା ଓ ମହିଳାଙ୍କ ପ୍ରତି ସମ୍ମାନର ବିଷୟ ପାଲଟିଯାଇଛି।