Advertisment

Subhadra: ସୁଭଦ୍ରା ଚତୁର୍ଥ କିସ୍ତି ଅର୍ଥରାଶି ପ୍ରଦାନ: ‘ମହିଳାମାନେ ବିକାଶର ସାରଥି’

Advertisment

ସୁଭଦ୍ରା ଯୋଜନା ମହିଳାଙ୍କ ପାଇଁ ଆତ୍ମନିର୍ଭର ଓ ଆତ୍ମବିଶ୍ବାସର ସ୍ରୋତ ପାଲଟିଛି। ମହିଳାମାନେ ଏବେ ଆଉ ନିର୍ବାଚନୀ ସଭାରେ ଫାଙ୍କା ଚୌକି ଭର୍ତ୍ତି କରିବାର ମାଧ୍ୟମ ନୁହନ୍ତି। ସେମାନେ ସମୃଦ୍ଧ ଓଡ଼ିଶାର ମୂଳାଧାର। ପୁରୀ ତାଳବଣିଆରେ ଅନୁଷ୍ଠିତ ସୁଭଦ୍ରା ଚତୁର୍ଥ କିସ୍ତି....

ସୁଭଦ୍ରା ଯୋଜନା ମହିଳାଙ୍କ ପାଇଁ ଆତ୍ମନିର୍ଭର ଓ ଆତ୍ମବିଶ୍ବାସର ସ୍ରୋତ ପାଲଟିଛି। ମହିଳାମାନେ ଏବେ ଆଉ ନିର୍ବାଚନୀ ସଭାରେ ଫାଙ୍କା ଚୌକି ଭର୍ତ୍ତି କରିବାର ମାଧ୍ୟମ ନୁହନ୍ତି। ସେମାନେ ସମୃଦ୍ଧ ଓଡ଼ିଶାର ମୂଳାଧାର। ପୁରୀ ତାଳବଣିଆରେ ଅନୁଷ୍ଠିତ ସୁଭଦ୍ରା ଚତୁର୍ଥ କିସ୍ତି....

fhsfhshffhhf

ପୁରୀ: ସୁଭଦ୍ରା ଯୋଜନା ମହିଳାଙ୍କ ପାଇଁ ଆତ୍ମନିର୍ଭର ଓ ଆତ୍ମବିଶ୍ବାସର ସ୍ରୋତ ପାଲଟିଛି। ମହିଳାମାନେ ଏବେ ଆଉ ନିର୍ବାଚନୀ ସଭାରେ ଫାଙ୍କା ଚୌକି ଭର୍ତ୍ତି କରିବାର ମାଧ୍ୟମ ନୁହନ୍ତି। ସେମାନେ ସମୃଦ୍ଧ ଓଡ଼ିଶାର ମୂଳାଧାର। ପୁରୀ ତାଳବଣିଆରେ ଅନୁଷ୍ଠିତ ସୁଭଦ୍ରା ଚତୁର୍ଥ କିସ୍ତି ପ୍ରଦାନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚତୁର୍ଥ କିସ୍ତିରେ ୧ କୋଟି ୧୨ ଲକ୍ଷ ୧୨ ହଜାର ୬୬୫ ଜଣଙ୍କୁ ସମୁଦାୟ ୫୧୦୬ କୋଟି ୩୩ ଲକ୍ଷ ୨୫ ହଜାର ଟଙ୍କାର ସହାୟତା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ସେହିଭଳି ପୁରୀର ୪ ଲକ୍ଷ ୨୦ ହଜାର ୮୫୪ ଜଣ ସୁଭଦ୍ରା ଚତୁର୍ଥ କିସ୍ତି ପାଇଛନ୍ତି। ରାଜ୍ୟ ସରକାର ପୁରୀକୁ ୨୧୦ କୋଟି ୪୨ ଲକ୍ଷ ୭୦ ହଜାର ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରିଛନ୍ତି। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ, ସମ୍ବଲପୁର ପକ୍ଷରୁ ହୋଇଥିବା ସୁଭଦ୍ରା ସମୀକ୍ଷା ରିପୋର୍ଟକୁ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଲେ, ୨୫.୫୦% ହିତାଧିକାରୀ ସୁଭଦ୍ରା ଅର୍ଥରେ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି। ୩୫.୭% ହିତାଧିକାରୀ ଘରୋଇ ଆବଶ୍ୟକତା ପୂରଣ କରିଛନ୍ତି। ୧୪.୧୫% ହିତାଧିକାରୀ ଋଣ ଶୁଝିଛନ୍ତି ଓ ସଞ୍ଚୟ କରିଛନ୍ତି। ୬.୬୨% ଦକ୍ଷତା ବୃଦ୍ଧି ପାଇଁ ବିନିଯୋଗ କରିଛନ୍ତି। ୨୦% ହିତାଧିକାରୀ ଏହି ଅର୍ଥରାଶିରେ ପରିବାରର ସମ୍ମାନ ଓ ସ୍ବୀକୃତି ବଢ଼ିଥିବା କହିଛନ୍ତି। 

Child Marriage: ମା’ଙ୍କ ଠାରୁ ପ୍ରେରଣା ପାଇ ବାଲ୍ୟବିବାହ ବନ୍ଦ କରିବା ଅଭିଯାନରେ ଉମା

ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଏହା କେବଳ ୫ ବର୍ଷିଆ ଯୋଜନା ନୁହେଁ, ବରଂ ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟକ୍ରମ। ମହିଳାମାନେ ଓଡ଼ିଶାର ବିକାଶ ରଥରେ ସାରଥି ସାଜି ରାଜ୍ୟକୁ ପ୍ରଗତି ପଥରେ ଆଗକୁ ନେବେ। ଏପର୍ଯ୍ୟନ୍ତ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି। ୨୦୪୭ ମସିହା ସୁଦ୍ଧା ୬୦ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ଆମର ଲକ୍ଷ୍ୟ। ଏଥିସହ ବର୍ଷକୁ ୧୦ ଲକ୍ଷ ଆୟ କରୁଥିବା ୧୦ ଲକ୍ଷ ମହାଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ଖସଡ଼ା ପ୍ରସ୍ତୁତ କରାଯାଉଛି। ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ଆର୍ଥିକ ଅନଗ୍ରସର ପରିବାରରେ ଝିଅଟିଏ ଜନ୍ମ ହେଲେ ବର୍ଷକ ମଧ୍ୟରେ ତା ଆକାଉଣ୍ଟରେ ସରକାର ୨୦ ହଜାର ଟଙ୍କା ସ୍ଥାୟୀ ଜମା କରିବେ। ଝିଅଟି ସ୍ନାତକ ପାସ୍‌ କରିବା ପରେ ତାକୁ ୧ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ। ଆଗାମୀ ବଜେଟରେ ମହିଳାଙ୍କ ପାଇଁ ୧୯ ହଜାର କୋଟିର ବ୍ୟୟ ଅଟକଳ କରିଛୁ। ଏହା ପୂରା ବଜେଟର ୬.୧%। ଏହି ପରିପ୍ରେକ୍ଷୀରେ ସେ ପୁରୀ ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ନେଇ ବଜେଟରେ ହୋଇଥିବା ବ୍ୟବସ୍ଥା ସମ୍ପର୍କରେ କହିଥିଲେ।

Iran Slogan Case: ଇରାନ ସପକ୍ଷରେ ସ୍ଲୋଗାନ ଦେବା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଲେ, ସୁଭଦ୍ରା ଯୋଜନା ବିକାଶର ଆଧାର ହେବ। ମହିଳାଙ୍କ ବିକାଶରେ ଓଡ଼ିଶା ସମୃଦ୍ଧ ହେବ। ମହିଳାମାନେ ଲକ୍ଷ୍ମୀ, ସରସ୍ବତୀ, ସୁଭଦ୍ରା ଓ ଦୁର୍ଗାଙ୍କ ପ୍ରତୀକ। ମହିଳା ସଶକ୍ତୀକରଣ ଆମର ପ୍ରତିବଦ୍ଧତା। କାର୍ଯ୍ୟକ୍ରମରେ ସାଂସଦ ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍‌ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ମହିଳା ଓ ଶିଶୁ ବିକାଶ ବିଭାଗ କମିସନର ଡ.ମୃଣାଳିନୀ ଦର୍ସୱାଲ, ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶିକା ମନୀଷା ବାନାର୍ଜୀ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ସୁଭଦ୍ରା ଅର୍ଥରାଶିରେ ସ୍ବାବଲମ୍ବୀ ହୋଇଥିବା ପୁରୀର ରୀନାମଣି ଜେନା, ସରିତା ସ୍ବାଇଁ, ଜି. ଗୌରୀ ପ୍ରଧାନ ଓ ସୁମିତ୍ରା ମଲ୍ଲିକଙ୍କୁ ପ୍ରତୀକାତ୍ମକ ଭାବେ ସୁଭଦ୍ରା ଚେକ୍‌ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe