Sundargarh Biju Expressway Series Accident: Collision between 4 coal-laden trailers Photograph: (sambad.in)
ସୁନ୍ଦରଗଡ଼: ରାଉରକେଲା- ସମ୍ବଲପୁର ବିଜୁ ଏକ୍ସପ୍ରେସ ୱେ ପତ୍ରାପାଲି ଛକରେ ଶନିବାର ଅପରାହ୍ନ ୩ଟା ୨୫ରେ ସିରିଜ୍ ଦୁର୍ଘଟଣା ଘଟିଛି। ୪ କୋଇଲା ବୋଝେଇ ଟ୍ରକ୍ ମଧ୍ଯରେ ଧକ୍କା ହୋଇଥିଲା।
ଛକ ପାର୍ଶ୍ବରେ ୩ଟି କୋଇଲା ବୋଝେଇ ଟ୍ରେଲର ଛିଡ଼ା ହୋଇଥିବାବେଳେ ଅନ୍ଯ ଏକ ଟ୍ରେଲର ଦ୍ରୁତ ଗତିରେ ଆସି ପିଟି ହୋଇଥିଲା।
ଅଧିକ ପଢ଼ନ୍ତୁ: ସୁନ୍ଦରଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକକୁ ପଛରୁ ପିଟିଲା ବାଇକ୍, ୨ ମୃତ
୩ ଟ୍ରକ ପରସ୍ପର ପିଟି ହୋଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡ଼ି ଓଲଟି ପଡ଼ିବା ସହ ଗାଡ଼ିର ସମ୍ମୁଖ ଭାଗ ଅନ୍ଯ ଗାଡ଼ିରେ ପଶି ଚେପା ହୋଇଯାଇଥିଲା।
ତେବେ ସୌଭାଗ୍ୟ କ୍ରମେ ଚାଳକଙ୍କ କୌଣସି କ୍ଷତି ହୋଇ ନାହିଁ। ସେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ଅଧିକ ପଢ଼ନ୍ତୁ: ହୋଲିରେ ପଶ୍ଚିମବଙ୍ଗର ବୀରଭୂମରେ ହିଂସା
Follow Us