Advertisment

Child Kidnapping: ମୋରଡ଼ାରେ ପିଲାଚୋର ସନ୍ଦେହ: ଯୁବକଙ୍କୁ ପିଟି ମାରିଦେଲେ

Advertisment

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଡେଙ୍ଗାଶୋଳ ଲୋଧାସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ଼ ମାରିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଡେଙ୍ଗାଶୋଳ ଲୋଧାସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ଼ ମାରିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

kidnapingddddxx

Photograph: (Getlegal India)

ଚିତ୍ରଡ଼ା: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଡେଙ୍ଗାଶୋଳ ଲୋଧାସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ଼ ମାରିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତେବେ ମୃତକଙ୍କ ପରିଚୟ ମିଳିପାରିନି। 

Air ambulance Accident: ଦିଲ୍ଲୀ ଯିବାବେଳେ ଓଡ଼ିଶା ସୀମାନ୍ତରେ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ଜାଣନ୍ତୁ ବିସ୍ତୃତ ଖବର

ସୂଚନା ମୁତାବକ, ଆଜି ଦିନ ପ୍ରାୟ ୧୨ଟା ବେଳେ ଡେଙ୍ଗାଶୋଳ ଲୋଧାସାହି ନିକଟରେ ୪ ଜଣ ଯୁବକ କୁଆଡ଼େ ଜଣେ ପିଲାକୁ ଚୋରାଇ ନେବା ପାଇଁ ଉଦ୍ୟମ କରୁଥିଲେ। ଏହାଦେଖି ଗାଁ ଲୋକେ ୪ ଜଣ ଯୁବକଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ମାତ୍ର ଜଣେ ଯୁବକ ଧରାପଡ଼ିଥିବା ବେଳେ ଅନ୍ୟ ୩ ଜଣ ଖସିଯାଇଥିଲେ। ଧରାପଡ଼ିଥିବା ଯୁବକଙ୍କୁ ଗାଁ ଲୋକେ ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ପୁଲିସ ଗୁରୁତର ଅବସ୍ଥାରେ ଯୁବକଙ୍କୁ ନିକଟସ୍ଥ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆର୍‌ଏମ୍‌ ମେଡିକାଲ୍‌ କଲେଜ ଆଣ୍ଡ ହସ୍‌ପିଟାଲ୍‌କୁ ପଠାଇଛି। 

A man was brutally beaten: ଛୁଆ ଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼:ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ

ଆଇନକୁ ହାତକୁ ନିଅ ନାହିଁ: ପୁଲିସ

ଏନେଇ ମୋରଡ଼ା ଥାନା ଆଇଆଇସି ସୁମିତ କୁମାର ସୋରେନ କହିଛନ୍ତି, ମୃତ ଯୁବକ ପିଲାଚୋର ନୁହେଁ। ମାନସିକ ଭାରସାମ୍ୟ ହରାଇ ସେ ଏଣେତେଣେ ବୁଲୁଥିଲେ। ତାଙ୍କ ପରିଚୟ ମିଳିପାରିନି। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପିଲାଚୋର ସନ୍ଦେହରେ କାହାରିକୁ ମାରଧର କରି ଆଇନ ହାତକୁ ନିଅନ୍ତୁ ନାହିଁ। ସନ୍ଦେହ ହେଲେ, ତୁରନ୍ତ ପୁଲିସକୁ ଜଣାନ୍ତୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe