"SWAK" Members Meet Collector: ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କଲେ "ସ୍ୱାକ" ସଦସ୍ୟ

Advertisment

ମୁଖ୍ୟତଃ ଘୁ.ଉଦୟଗିରି ବ୍ଲକ ଓ ଟିକାବାଲି ବ୍ଲକର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ବହୁ ମାତ୍ରାରେ ଖରାପ ଥିବା ଯୋଗୁ ଜିଲ୍ଲାପାଳଙ୍କୁ ପୁନର୍ବାର ଦାବି ଉପସ୍ଥାପନ କରାଯାଇଛି...

ମୁଖ୍ୟତଃ ଘୁ.ଉଦୟଗିରି ବ୍ଲକ ଓ ଟିକାବାଲି ବ୍ଲକର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ବହୁ ମାତ୍ରାରେ ଖରାପ ଥିବା ଯୋଗୁ ଜିଲ୍ଲାପାଳଙ୍କୁ ପୁନର୍ବାର ଦାବି ଉପସ୍ଥାପନ କରାଯାଇଛି...

"SWAK" members met the District Collector

"SWAK" members met the District Collector Photograph: (sambad.in)

ଘୁ.ଉଦୟଗିରି: ମୁଖ୍ୟତଃ ଘୁ.ଉଦୟଗିରି ବ୍ଲକ ଓ ଟିକାବାଲି ବ୍ଲକର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ବହୁ ମାତ୍ରାରେ ଖରାପ ଥିବା ଯୋଗୁ ଜିଲ୍ଲାପାଳଙ୍କୁ ପୁନର୍ବାର ଦାବି ଉପସ୍ଥାପନ କରାଯାଇଛି।

ସେହିପରି ସ୍ଥାନୀୟ ବ୍ଲକର ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶ୍ରୀରାମପଦା ଛକ ଠାରୁ ଭାୟା ରଟିଙ୍ଗିଆ ଦେଇ ଗ୍ରେସିଙ୍ଗିଆ ପର୍ଯ୍ୟନ୍ତ, ମାଲିକାପଡ଼ି ପଞ୍ଚାୟତର ବାଡେନାଯୁ ଛକ ଠାରୁ ଭାୟା ସୁଜେଲି ଗ୍ରାମ ଦେଇ ରାଇପଦା ପର୍ଯ୍ୟନ୍ତ , ରାଇକଲା ପଞ୍ଚାୟତର ଶ୍ରିକଲା ଠାରୁ ଭାୟା ରାଇକଲା, ଖାରିଆପଡ଼ା ଦେଇ ଯାକାମାହା ପର୍ଯ୍ୟନ୍ତ ଏବଂ ଘୁ.ଉଦୟଗିରି ନିକଟସ୍ଥ ସୁକାନାଣ୍ଡା ଛକ ଠାରୁ ଭାୟା ତେଲିଙ୍ଗିଆ, ଗଦଗୁଡ଼ା, ଗସାଗୁଡ଼ା, ବ୍ରେକା ଓ ପିକରଡ଼ି ଦେଇ ଟିକାବାଲି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ମୁଖ୍ୟ ରାସ୍ତା ନିର୍ମାଣ କରିବା ନିମନ୍ତେ ଦାବି କରାଯାଇଛି ।

ଆହୁରି ପଢ଼ନ୍ତୁ:Modi Target Congress: ବନ୍ଦେ ମାତରମ୍ ମୁସଲମାନମାନଙ୍କୁ ଉତ୍ତେଜିତ କରିପାରେ:ନେହେରୁଙ୍କ ମନ୍ତବ୍ୟ ମନେ ପକାଇ ଦେଲେ ମୋଦୀ

ରାଜ୍ୟରେ ସବୁଠାରୁ ଥଣ୍ଡାର ସହର ଭାବେ ପରିଚିତ ଘୁ.ଉଦୟଗିରି ସହର ଯାହାକୁ ଓଡ଼ିଶାର ଦାର୍ଜିଲିଂ ମଧ୍ୟ କୁହାଯାଏ। ଏହି ଅଞ୍ଚଳରେ ବର୍ତ୍ତମାନ ୪.୩ ଡିଗ୍ରୀ ସେଲସିୟସ ତାପମାତ୍ରା ରହୁଛି ତେଣୁ କେନ୍ଦ୍ର ସରକାରଙ୍କ ବ୍ୟବସ୍ଥା ଅନୁସାରେ ଘୁ.ଉଦୟଗିରିରେ ଥିବା ଅସହାୟ ଗରିବ ଲୋକଙ୍କୁ ଚିହ୍ନଟ କରି କମ୍ବଳ ବଣ୍ଟନ କରିବା ପାଇଁ ଅନୁରୋଧ କରାଯାଇଛି । 

ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବା ଦୃଶ୍ୟ

ଏହା ସହିତ ଘୁ.ଉଦୟଗିରି ଅଞ୍ଚଳରେ ଜଣେ ମାନସିକ ଅସହାୟ ବୃଦ୍ଧା ମହିଳା ଅଳକା ପ୍ରଧାନ ସଂପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ରାଜରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବା ଦୃଶ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ସ୍ଥାୟୀ ଥଇଥାନର ବ୍ୟବସ୍ଥା କରିବା ପାଇଁ ସୋସିଆଲ ୱାର୍କର ଆସୋସିଏସନ ଅଫ କନ୍ଧମାଳ (ସ୍ୱାକ) ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି କରାଯାଇଛି।

ଆହୁରି ପଢ଼ନ୍ତୁ:Journey to Engagement turned Fatal: ଭଉଣୀ ନିର୍ବନ୍ଧକୁ ଯାଉଥିଲେ, ବାଟରେ ଛକିଥିଲା ମୃତ୍ୟୁ...

ଏହି ସାମୁହିକ ସମସ୍ୟାଗୁଡ଼ିକ ପ୍ରଶାସନ ପକ୍ଷରୁ ତୁରନ୍ତ ସମାଧାନ କରିବା ପାଇଁ ସଂଗଠନର ସଭାପତି ଆମନ ଚନ୍ଦ୍ର ନାୟକ, ଉପସଭାନେତ୍ରୀ ସସ୍ମିତା ମଲ୍ଲିକ, ସମ୍ପାଦକ ହୃଷିକେଶ ପ୍ରଧାନ ଓ ସହ ସମ୍ପାଦକ ସଞ୍ଜୀବ ଦିଗାଲ ଦାବି କରିଛନ୍ତି।

ରିପୋର୍ଟ: ସମୀର ପାଢ଼ୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe