polluted cities in the country: ଦେଶର ପ୍ରଦୂଷିତ ସହର ତାଲିକା ଶୀର୍ଷରେ ତାଳଚେର: ଜିଲ୍ଲାପାଳ ଜାରି କଲେ ନୋଟିସ୍‌, ନିର୍ମାଣ କାର୍ଯ୍ୟ ଉପରେ କଟକଣା

Advertisment

ପ୍ରଦୂଷଣକୁ ନେଇ ଦେଶର ରାଜଧାନୀ ଦିଲ୍ଲୀ ଚିନ୍ତାଜନକ ସ୍ଥିତିରେ ରହିଥିବା ବେଳେ ଓଡ଼ିଶାର ବାୟୁ ମାନ ଏବେ ଚିନ୍ତାର କାରଣ ସାଜିଛି।  ଦିନକୁ ଦିନ ପ୍ରଦୂଷଣରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା।

ପ୍ରଦୂଷଣକୁ ନେଇ ଦେଶର ରାଜଧାନୀ ଦିଲ୍ଲୀ ଚିନ୍ତାଜନକ ସ୍ଥିତିରେ ରହିଥିବା ବେଳେ ଓଡ଼ିଶାର ବାୟୁ ମାନ ଏବେ ଚିନ୍ତାର କାରଣ ସାଜିଛି।  ଦିନକୁ ଦିନ ପ୍ରଦୂଷଣରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା।

sfhfsfsfhhf

ଭୁବନେଶ୍ବର/ତାଳଚେର:  ପ୍ରଦୂଷଣକୁ ନେଇ ଦେଶର ରାଜଧାନୀ ଦିଲ୍ଲୀ ଚିନ୍ତାଜନକ ସ୍ଥିତିରେ ରହିଥିବା ବେଳେ ଓଡ଼ିଶାର ବାୟୁ ମାନ ଏବେ ଚିନ୍ତାର କାରଣ ସାଜିଛି।  ଦିନକୁ ଦିନ ପ୍ରଦୂଷଣରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା। ଦେଶର ସର୍ବାଧିକ ପ୍ରଦୂଷିତ ୪ ସହର ଭିତରେ ଓଡ଼ିଶାର ତାଳଚେର, ବାରିପଦା ଓ ଅନୁଗୁଳ ୩ ସହର ରହିଛି। ଏପଟେ ପ୍ରଦୂଷଣରେ ନୂଆଦିଲ୍ଲୀକୁ ଟପିଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର। ଦିନକୁ ଦିନ ବାୟୁର ଗୁଣବତ୍ତା ବା ଏକ୍ୟୁଆଇ ଖରାପ ହେଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆଜି ଅପରାହ୍ଣ ୪ଟାରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୩୩୨ ଏକ୍ୟୁଆଇ ସହ ତାଳଚେର ଭାରତର ସର୍ବାଧିକ ପ୍ରଦୂଷିତ ସହର ଭାବେ ରେକର୍ଡ କରିଛି। ଦ୍ୱିତୀୟ ସ୍ଥାନରେ ରହିଛି ବାରିପଦା ସହର। ଏହାର ଏକ୍ୟୁଆଇ ରହିଛି ୩୨୪। ସେହିପରି ଅନୁଗୁଳରେ ବାୟୁର ଗୁଣବତ୍ତା ୩୨୧ ସହ ତୃତୀୟ ସ୍ଥାନରେ ରହିଛି। ଏପଟେ ଗତ ସପ୍ତାହେ ହେଲା କ୍ରମାଗତ ଭାବେ ରାଜଧାନୀ ଭୁବନେଶ୍ୱରରେ ଏକ୍ୟୁଆଇ ୩୦୦ ଉପରେ ରହୁଛି। ଆଜି ସକାଳେ ଭୁବନେଶ୍ୱରର ଏକ୍ୟୁଆଇ ୩୦୩ ଥିବା ବେଳେ ଅପରାହ୍ଣରେ ରହିଥିଲା ୨୯୪। କଟକରେ ବି ପ୍ରଦୂଷଣ ମାତ୍ରା ଚିନ୍ତାଜନକ ରହିଛି।

Neha Singh Rathod : ଲୋକ ଗାୟିକା ନେହା ସିଂ ରାଠୋରଙ୍କୁ ଅଟକ ରଖିଲା ପୁଲିସ

ଶୁକ୍ରବାର ବି ପ୍ରଦୂଷିତ ସହର ତାଲିକା ଶୀର୍ଷରେ ରହିଥିଲା ତାଳଚେର। ତାଳଚେରରେ ଶୁକ୍ରବାର ରାତି ୮ଟା ସୁଦ୍ଧା ଏକ୍ୟୁଆଇ ୩୭୬ ରହିଥିଲା। ଆଜି ତାହା ହ୍ରାସ ପାଇ ୩୩୨ରେ ରହିଛି। ସେହିପରି ଅନୁଗୁଳର ଏକ୍ୟୁଆଇ ଆଜି ୩୨୧ ରହିଛି। ଗତକାଲି ଅନୁଗୁଳର ଏକ୍ୟୁଆଇ ୩୪୦ ରହିଥିଲା। ବଢ଼ୁଥିବା ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛି ଜିଲ୍ଲା ପ୍ରଶାସନ। ଆଜି ଅନୁଗୁଳ ଜିଲ୍ଲାପାଳଙ୍କ ପକ୍ଷରୁ ତାଳଚେରବାସୀଙ୍କ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ଯାହା ୭ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ।

ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରତିଦିନ ସନ୍ଧ୍ୟା ୬ରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ। ପୌରପାଳିକା ସୀମା ମଧ୍ୟରେ ଘରଭଙ୍ଗା ଓ ମାଟିକାର୍ଯ୍ୟକୁ ନିଷିଦ୍ଧ କରାଯାଇଛି। ପୌରପାଳିକା, ଜାତୀୟ ରାଜପଥ ଓ ଖଣି କର୍ତ୍ତୃପକ୍ଷ ଜାତୀୟ ରାଜପଥ ଉପରେ ଦିନକୁ ଅତି କମ୍‌ରେ ୩ ଥର ପାଣି ସିଞ୍ଚନ କରିବେ। ତାଳଚେର ସହର ଭିତରକୁ ଭାରୀଯାନ ପ୍ରବେଶ ସମ୍ପୂର୍ଣ୍ଣ ନି‌ଷେଧ କରାଯାଇଛି। ଖୋଲାସ୍ଥାନରେ ଅଳିଆ ଆବର୍ଜନାରେ ନିଆଁ ଲଗାଇବା, ବିଭିନ୍ନ ହୋଟେଲ୍‌ରେ କୋଇଲା ଚୁଲିରେ ରୋଷେଇ କରିବା ଏବଂ ଖୋଲା ସ୍ଥାନରେ କୋଇଲା ନିଆଁ ଲଗାଇବାକୁ ବାରଣ କରାଯାଇଛି। ଅନ୍ୟପଟେ ତାଳଚେର ଉପଜିଲ୍ଲାପାଳ ଓ ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ଦିନରେ ସମସ୍ତ କୋଇଲା ଓ ପାଉଁଶ ଟ୍ରକ୍‌ ଚଳାଚଳ ଉପରେ କଟକଣା ଜାରି କରିବା ସହିତ ଜାତୀୟ ରାଜପଥ ୧୪୯ରେ କୌଣସି ଟ୍ରକ୍‌ ଯେପରି ବିନା ପାଲଭିଡ଼ାରେ ଯାତାୟାତ କରିପାରିବେ ନାହିଁ ସେଥିପ୍ରତି ଧ୍ୟାନ ଦେବେ।  

Vande Bharat Sleeper Train: ଦିଲ୍ଲୀ ରେଳ ଷ୍ଟେସନରେ 'ବନ୍ଦେ ଭାରତ ସ୍ଲିପର ଟ୍ରେନ'ର ନିରୀକ୍ଷଣ କଲେ କେନ୍ଦ୍ର ରେଳମନ୍ତ୍ରୀ

ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଥିବାରୁ ନିର୍ମାଣ କରୁଥିବା ସଂସ୍ଥାକୁ ନିର୍ମାଣସ୍ଥଳରେ ପାଣି ସିଞ୍ଚନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଜରୁରିକାଳୀନ ପରିସ୍ଥିତି ମନେ କରି ଭା‌ରତୀୟ ନ୍ୟାୟ ସଂହିତାର ଧାରା ୧୬୩(୨) ଅନୁଯାୟୀ ଆଗାମୀ ୭ ଦିନ ପାଇଁ ଏହି ନିର୍ଦ୍ଦେଶାବଳୀ ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ପୁଲିସ ସହିତ ପୌର ପ୍ରଶାସନ, ଆଞ୍ଚଳିକ ପରିବହନ ଅଧିକାରୀ ଓ ସମସ୍ତ ନିର୍ବାହୀ ସଂସ୍ଥା ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବେ। ତାଳଚେର ଉପଜିଲ୍ଲାପାଳ ପ୍ରତିଦିନ ଏହାର ତଦାରଖ କରିବା ସହିତ ଜିଲ୍ଲା କାର୍ଯ୍ୟାଳୟକୁ ରିପୋର୍ଟ ପଠାଇବା ପାଇଁ ଅନୁଗୁଳ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe