ସ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହେବା ବେଳେ ଟଳି ପଡ଼ିଲେ ଶିକ୍ଷକ, ହସ୍ପିଟାଲରେ ମୃତ୍ୟୁ

Advertisment

ବଲାଙ୍ଗୀର ଜିଲ୍ଲା ତୁରେକେଲା ଅଞ୍ଚଳରେ ଶିଶୁ ଦିବସ ପାଳନ ବେଳେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟଣାକୁ ୨୪ ଘଣ୍ଟା ହୋଇ ନଥିବା ବେଳେ ଆଜି ପୂର୍ବାହ୍‌ଣରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ଫୁପୁଗାଁ କ୍ଲଷ୍ଟର ଅନ୍ତର୍ଗତ ତାରାକନାଡ଼ି ଉନ୍ନିତ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ସହକାରୀ ଶିକ୍ଷକଙ୍କ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲା ତୁରେକେଲା ଅଞ୍ଚଳରେ ଶିଶୁ ଦିବସ ପାଳନ ବେଳେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟଣାକୁ ୨୪ ଘଣ୍ଟା ହୋଇ ନଥିବା ବେଳେ ଆଜି ପୂର୍ବାହ୍‌ଣରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ଫୁପୁଗାଁ କ୍ଲଷ୍ଟର ଅନ୍ତର୍ଗତ ତାରାକନାଡ଼ି ଉନ୍ନିତ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ସହକାରୀ ଶିକ୍ଷକଙ୍କ ମୃତ୍ୟୁ ହୋଇଛି।

2df6a15d-29ad-4f02-a1ed-8dab66e9a72f

ଝରିଗାଁ: ବଲାଙ୍ଗୀର ଜିଲ୍ଲା ତୁରେକେଲା ଅଞ୍ଚଳରେ ଶିଶୁ ଦିବସ ପାଳନ ବେଳେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ଆଜି ପୂର୍ବାହ୍‌ଣରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ଫୁପୁଗାଁ କ୍ଲଷ୍ଟର ଅନ୍ତର୍ଗତ ତାରାକନାଡ଼ି ଉନ୍ନିତ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ସହକାରୀ ଶିକ୍ଷକ ଜୟ ପ୍ରକାଶ ଜେନା(୫୪)ଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ପୂର୍ବରୁ ଶିକ୍ଷକ ଜୟ ପ୍ରକାଶ ଜେନା ନିଜ ପତ୍ନୀଙ୍କ ସହ ଫୋନରେ କଥା  ହେଉଥିଲେ। 

ଏହି ଖବର ପଢ଼ନ୍ତୁ: ‘ଶିଶୁ ଦିବସ’ରେ ପରପାରିକୁ ଚାଲିଗଲେ ପ୍ରଧାନଶିକ୍ଷକ

ସୂଚନା ପ୍ରକାରେ ଜୟ ପ୍ରକାଶ ଜେନା ୨୦୧୨ ନଭେମ୍ବର ମାସ ଠାରୁ ତାରାକନାଡ଼ି ଉନ୍ନିତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେ ତାରାକନାଡ଼ି ଗ୍ରାମରେ ଏକ ଭଡା ଘରେ ରହୁଥିଲେ। ସବୁଦିନ ଭଳି ଶିକ୍ଷକ ଜେନା ଆଜି ସକାଳୁ ପୂଜା କରିବା ପାଇଁ ଫୁଲ ତୋଳିବା ସହ ଘରକୁ ଫେରିଥିଲେ। ପରେ ଦଶମ ଶ୍ରେଣୀର ତିନି ଜଣ ଛାତ୍ରୀଙ୍କୁ ନିଜ ଘରେ ପାଠ ପଢ଼ାଉ ଥିଲେ। ସେହି ସମୟରେ ପ୍ରାୟ ସାଢ଼େ ୯ ଘଣ୍ଟା ସମୟରେ ଶ୍ରୀ ଜେନାଙ୍କ ପତ୍ନୀ ଫୋନ କରିଥିଲେ। ପତ୍ନୀଙ୍କ ସହ ଫୋନରେ କଥା ହେବା ବେଳେ ସେ ହଠାତ ଅସୁସ୍ଥ ଅନୁଭବ କରି ଛାତ୍ରୀମାନଙ୍କୁ ଗୁରୁମା ସହ କଥା ହେବା ପାଇଁ ଫୋନ ଦେଇ ଅନ୍ୟ ଏକ ବଖରାରେ ଯାଇ ଶୋଇ ପଡ଼ିଥିଲେ। ଛାତ୍ରୀମାନେ ଗୁରୁମା ସହ ଫୋନରେ କଥା ହେବା ପରେ ଜୟ ପ୍ରକାଶ ସାରଙ୍କୁ ଉଠାଇବା ପାଇଁ ଚେଷ୍ଟା କରିଥିଲେ। ତେବେ ଜୟ ପ୍ରକାଶ ସାର ଆଉ ଉଠି ନଥିଲେ। 

ଶେଷରେ ତାରାକନାଡ଼ି ଗ୍ରାମରେ ରହୁଥିବା ଅନ୍ୟ ଜଣେ ସହକାରୀ ଶିକ୍ଷକ ତରୁଣ କୁମାର ରଣାଙ୍କୁ ଛାତ୍ରୀମାନେ ଯାଇ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଖବର ପାଇ ଶିକ୍ଷକ ଶ୍ରୀ ରଣା ତୁରନ୍ତ ଜୟ ପ୍ରକାଶଙ୍କ ଘରକୁ ଆସିଥିଲେ। ପରେ ଶିକ୍ଷକ ଶ୍ରୀ ରଣା ଗ୍ରାମବାସୀଙ୍କ ସହଯୋଗରେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଶେଷରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମୃତ୍ୟ ଘୋଷଣା କରିଥିଲେ।

ଏହି ଖବର ପଢ଼ନ୍ତୁ: ମାସେ ଭିତରେ ୨ ଶହରୁ ଊର୍ଦ୍ଧ୍ବ ଚେନ୍‌ ଲୁଟେରା ଧରାପଡ଼ିଛନ୍ତି

ଶବ ବ୍ୟବଚ୍ଛେଦ ପରେ ତାଙ୍କ ଜନ୍ମମାଟି ଗାଁକୁ ଶିକ୍ଷକଙ୍କ ପାର୍ଥିବ ଶରୀରକୁ ପଠାଯିବ ଏବଂ ବିଭାଗୀୟ ପକ୍ଷରୁ ମୃତ୍ୟୁକାଳୀନ ସହାୟତା ରାଶି ୧୦ ହଜାର ଟଙ୍କା ପ୍ରଦାନ କରାଯିବା ନେଇ ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ଧରୁଆ ସୂଚନା ଦେଇଛନ୍ତି। ଜୟ ପ୍ରକାଶଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ ପାଇଁ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ ସମୂହ ପହଞ୍ଚି ତାଙ୍କ ଅନ୍ତିମ ଦର୍ଶନ କରିଛନ୍ତି । ଶିକ୍ଷକଙ୍କ ମରଶରୀରକୁ ତାଙ୍କ ଗାଁକୁ ନେବା ପାଇଁ ବ୍ଲକ ଶିକ୍ଷକ ସମାଜ ବନ୍ଦବୋସ୍ତ କରୁଥିବା ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ଏହି ଖବର ପଢ଼ନ୍ତୁ: ବାରାଣସୀ-ଧନବାଦର ଉଚ୍ଚ ଶିକ୍ଷାନୁଷ୍ଠାନରେ କାର୍ତ୍ତିକ ପୂର୍ଣ୍ଣିମା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe