Photograph: (The Economic Times)
ପୁରୀ: ବାତ୍ୟା ‘ଫନି’ରେ ବେସାହାରା ହୋଇଥିବା ପରିବାରଙ୍କୁ କ୍ଷତିପୂରଣ ଦେଲେନି। ହାଇକୋର୍ଟଙ୍କ ରାୟକୁ ବି ମାନିଲେନି। ଶେଷରେ ସୁପ୍ରିମ୍କୋର୍ଟ ଯାଇ ଜିଲ୍ଲା ପ୍ରଶାସନ ହାରିଗଲା। ଏବେ ଫନି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବେ। ସାଢ଼େ ୬ବର୍ଷ କାଳ ଅସହାୟଙ୍କୁ ବାରଦୁଆର କରିବା ସହ ରାଜକୋଷରୁ ଅର୍ଥ ଖର୍ଚ୍ଚକରି କେସ୍ ଲଢ଼ିବା ଏବଂ ଏବେ କ୍ଷତିପୂରଣ ପ୍ରଦାନ କରିବା ଜିଲ୍ଲା ପ୍ରଶାସନକୁ ଶକ୍ତ ଧକ୍କା ବୋଲି କୁହାଯାଉଛି।
Christmas : ଦିନକ ପରେ ବଡ଼ଦିନ, ଘୁମୁସର ଉଦୟଗିରି ଉତ୍ସବମୁଖର
ଫନିରେ ବେସାହାରା ହୋଇଥିବା ପରିବାରଙ୍କର ସର୍ଭେ ହୋଇଥିଲା। ସର୍ଭେରେ ଯୋଗ୍ୟ ହୋଇଥିଲେ ମଧ୍ୟ ପୁରୀ ସଦର ବ୍ଲକ୍ କହ୍ନେଇ ବିଦ୍ୟାଧରପୁର ଗ୍ରାମର ୬୭ ପରିବାରକୁ କ୍ଷତିପୂରଣ ଦେଲେନି। ୨ବର୍ଷ ପରେ ଆଉ ଥରେ ସର୍ଭେ କରି ପ୍ରଶାସନ ଏ ସମସ୍ତଙ୍କୁ ଅଯୋଗ୍ୟ ଘୋଷଣା କରିଥିଲା। ଏଣୁ ବେସାହାରା ଲୋକେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ବିଚାର କରି କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ସହାୟତା ରାଶି ୯୫,୧୦୦ ଟଙ୍କା ଲେଖାଏଁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପ୍ରଶାସନ ଏହାକୁ ପାଳନ କରି ନଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ନ ହେବାରୁ କ୍ଷତିଗ୍ରସ୍ତଙ୍କ ମଧ୍ୟରୁ ୪ ଜଣ ପୁରୀ ତହସିଲ୍ଦାରଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା କରିଥିଲେ। ତହସିଲ୍ଦାର ହାଜର ହୋଇ ପକ୍ଷ ରଖିଥିଲେ।
Health: ପାଣି ବୋତଲ, ରାଶି ତେଲ ଓ ଝଡ଼ା ଫୁଙ୍କାରେ ରାଜୁବାବାଙ୍କ ଚିକିତ୍ସା
ଏଣେ ଜିଲ୍ଲା ପ୍ରଶାସନ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲା। ଏବେ ସୁପ୍ରିମକୋର୍ଟ ମାମଲାର ବିଚାର କରି କ୍ଷତିଗ୍ରସ୍ତଙ୍କୁ ନିର୍ଦ୍ଧାରିତ କ୍ଷତିପୂରଣ ସହିତ ମୁଣ୍ଡ ପିଛା ୧୦ ହଜାର ଲେଖାଏଁ ଜରିମାନା ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତିି। ହାଇକୋର୍ଟ ୯୫ହଜାର ୧୦୦ଟଙ୍କା ଦେବାକୁ ଆଦେଶ ଦେଇଥିଲେ। ଏବେ ପ୍ରଶାସନ ୧ଲକ୍ଷ ୫ହଜାର ୧୦୦ଟଙ୍କା ଲେଖାଏଁ ଦେବ। କ୍ଷତିଗ୍ରସ୍ତଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅରୂପାନନ୍ଦ ଗୋସ୍ବାମୀ ମାମଲା ପରିଚାଳନା କରିଥିଲେ।
Follow Us