କଟକ: ଖୋର୍ଦ୍ଧା ଜାମୁଝରିସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ (କାରାଗାର)ରୁ ୧୭ ଜଣ ଅନ୍ତେବାସୀ (ଆଜୀବନ କାରାଦଣ୍ଡ ପାଇଥିବା କଏଦୀ) ଖସି ପଳାଇବା ଘଟଣାରେ ଜେଲ୍ ଡିଜିଙ୍କ ତରଫରୁ ଅତିରିକ୍ତ ଡିଜି ଦାଖଲ କରିଥିବା ସତ୍ୟପାଠକୁ ନେଇ ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ନିର୍ଦ୍ଦେଶ ଅନୁସାରେ ସତ୍ୟପାଠରେ ତଥ୍ୟ ନଥିବା ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ଏହାପରେ ଫେରାର କଏଦୀଙ୍କୁ ଧରିବା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ କର୍ତ୍ତବ୍ୟରେ ଅବହେଳା କରିଥିବା ତଥା ଦାୟୀ ଜେଲ୍ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ ସତ୍ୟପାଠରେ ସ୍ପଷ୍ଟ କରିବାକୁ ଜେଲ୍ ଡିଜିଙ୍କୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମୁକ୍ତାକାଶ ଆଶ୍ରମରୁ ଖସି ପଳାଇଥିବା ବ୍ୟକ୍ତି ଓ ପାରୋଲ୍ରେ ଯାଇ ଆଉ ଫେରି ନଥିବା କଏଦୀଙ୍କୁ ଧରିବା କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉ ନଥିବା ମାମଲାର ଶୁଣାଣି ବେଳେ ସ୍ପଷ୍ଟ ହୋଇଛି। ଏଭଳି ପ୍ରସଙ୍ଗ ନେଇ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି।
Christmas : ଦିନକ ପରେ ବଡ଼ଦିନ, ଘୁମୁସର ଉଦୟଗିରି ଉତ୍ସବମୁଖର
ମାମଲାର ଶୁଣାଣି ବେଳେ ଉପସ୍ଥାପନ କରାଯାଇଥିବା ତଥ୍ୟରୁ ସ୍ପଷ୍ଟ ହୋଇଥିଲା ଯେ ଆବେଦନକାରୀ ମୁନସୀ ଭୁଏ ୨୦୧୮ ଜୁନ ୧୯ରେ ମୁକ୍ତାକାଶ ଆଶ୍ରମରୁ ଖସି ପଳାଇଥିଲା। ଦୁଇ ଦିନ ପରେ ଜୁନ ୨୧ରେ ଚନ୍ଦକା ଥାନାରେ ଜେଲ୍ ଅଧୀକ୍ଷକଙ୍କ ରିପୋର୍ଟ ଆଧାରରେ ଏତଲା ପଞ୍ଜୀକୃତ ହୋଇଥିଲା। ଏହି ମାମଲାର ତଦନ୍ତ କରି ପୁଲିସ ୨୦୨୫ ଅଗଷ୍ଟ ୨୭ରେ ମୁନସୀ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିବା ବେଳେ ଭୁବନେଶ୍ବର ଜେଏମ୍ଏଫସି(ଓ) ଅଦାଲତ ୨୦୨୫ ଅଗଷ୍ଟ ୮ରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ। ଏହି ଗିରଫ ପରୱାନା ବହୁଦିନ ଧରି କାର୍ଯ୍ୟକାରୀ ହୋଇ ନଥିଲା।
BCCI: ଅଢେଇ ଗୁଣ ବଢିଲା ଘରୋଇ ମହିଳା କ୍ରିକେଟରଙ୍କ ପାଉଣା
ଡିସେମ୍ବର ୧୩ରେ ମୁନସୀକୁ ବରଗଡ଼ ଜିଲ୍ଲାରେ ଥିବା ତାର ଗାଁରୁ ଧରାଯାଇଥିଲା। ୨୦୧୮ର ମାମଲାରେ ପୁଲିସ ୨୦୨୫ରେ ତଦନ୍ତ ଶେଷ କରିଥିବା ବେଳେ ଗିରଫ ପରୱାନା କାର୍ଯ୍ୟକାରୀ କରାଯିବା ପାଇଁ ଚାରି ମାସରୁ ଅଧିକ ସମୟ ଲାଗିଥିଲା। ଏଭଳି ଘଟଣାକୁ କର୍ତ୍ତୃପକ୍ଷ ଗୁରୁତ୍ବର ସହିତ ନେଇ ନଥିବା ସ୍ପଷ୍ଟ ହୋଇଛି ବୋଲି ହାଇକୋର୍ଟ କହିଛନ୍ତି। ଅନ୍ୟ ଆଜୀବନ କାରାଦଣ୍ଡ ପାଇଥିବା ବନ୍ଦୀ ଫେରାର ଥିବା ଘଟଣାକୁ ମଧ୍ୟ କର୍ତ୍ତୃପକ୍ଷ ସମାନ ଭାବେ ଗ୍ରହଣ କରିଥିବା ନେଇ ଆଶା କରାଯାଏ ବୋଲି ହାଇକୋର୍ଟ ମତ ଦେଇଛନ୍ତି। କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଜେଲ୍ ଡିଜି ସାନି ସତ୍ୟପାଠ ଦାଖଲ କରିବା ପରେ ଜାନୁଆରି ତୃତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍ ସଂଗମ କୁମାର ସାହୁ ଓ ଜଷ୍ଟିସ୍ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁନସୀ ଭୁଏଙ୍କ ଜେଲ୍ କ୍ରିମିନାଲ୍ ଅପିଲ୍ ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/19/high-court22-2025-12-19-02-11-30.jpg)