Chief Minister: ବୈତରଣୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ

Advertisment

ମକର ସଂକ୍ରାନ୍ତି ଉପଲକ୍ଷେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ରାଜନଗରସ୍ଥିତ ବୈତରଣୀ ନଦୀର ଶବ୍ୟା କାବେରୀ ଘାଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଡ଼ ପକାଇ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି......

ମକର ସଂକ୍ରାନ୍ତି ଉପଲକ୍ଷେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ରାଜନଗରସ୍ଥିତ ବୈତରଣୀ ନଦୀର ଶବ୍ୟା କାବେରୀ ଘାଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଡ଼ ପକାଇ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି......

Untitled-22

ପାଟଣା: ମକର ସଂକ୍ରାନ୍ତି ଉପଲକ୍ଷେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ରାଜନଗରସ୍ଥିତ ବୈତରଣୀ ନଦୀର ଶବ୍ୟା କାବେରୀ ଘାଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଡ଼ ପକାଇ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ତାଙ୍କ ସହିତ ପତ୍ନୀ ପ୍ରିୟଙ୍କା ମାରାଣ୍ଡି ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଶବ୍ୟା‌ କାବେରୀ ଘାଟ ଲୋକାରଣ୍ୟ ହୋଇଥିଲା।

Bhubaneswar: ଭୁବନେଶ୍ବର ବିମାନବନ୍ଦର ଏବେ ସୁନା ଓ ନିଶା ମାଫିଆଙ୍କ ପ୍ରବେଶ ଦ୍ବାର


ବୁଧବାର ମଧ୍ୟାହ୍ନ ୧୨ଟାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସପତ୍ନୀକ ଶବ୍ୟା କାବେରୀ ଘାଟରେ ପହଞ୍ଚି ମକର ବୁଡ଼ ପକାଇଥିଲେ। ପରେ ନିକଟସ୍ଥ ରଘୁନାଥ ଜିଉ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ଶ୍ରୀ ମାଝୀ ମକର ଶୁଭେଚ୍ଛା ଜଣାଇବା ସହ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିଲେ। ବିକଶିତ ଓଡ଼ିଶା ଓ ବିକଶିତ କେନ୍ଦୁଝର ଜିଲ୍ଲାର ସ୍ବପ୍ନକୁ ସାକାର କରିବା ପାଇଁ ଉଦ୍ୟମ ଜାରି ରଖିବେ ବୋଲି କହିଥିଲେ। ପ୍ରତିବର୍ଷ ସେ ପବିତ୍ର ବୈତରଣୀ ନଦୀରେ ମକର ବୁଡ଼ ପକାଇ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରୁଛନ୍ତି। ଏବର୍ଷ ରଘୁନାଥଜିଉ ଠାକୁର ମୋତେ ଏଠାକୁ ଟାଣି ଆଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Odisha : ଓଡ଼ିଶାକୁ ଭାରତର ବୌଦ୍ଧ ପର୍ଯ୍ୟଟନ ସର୍କିଟ୍‌ ସହ ଯୋଡ଼ାଯିବ: ଉପମୁଖ୍ୟମନ୍ତ୍ରୀ


ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ବୈତରଣୀ ବୁଡ଼ ପକାଉଥିବା ଖବର ପାଇ ତାଙ୍କୁ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବୈତରଣୀର ଉଭୟ ପାର୍ଶ୍ବରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଡିଆଇଜି ବ୍ରିଜେଶ ରାୟ, କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡ଼ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାଏକ, ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ, ଜିଲ୍ଲାପାଳ ବିଶାଲ ସିଂହ, ଉପଜିଲ୍ଲାପାଳ ଉମାଶଙ୍କର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe