The controversy: ଚର୍ଚ୍ଚାରେ ଖଣ୍ଡପଡ଼ା ବିଧାୟକ-ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବାଦୀପାଲା, ଟାଉନ୍‌ ଥାନାରେ ଫେରାଦ ହେଲେ ଉପମା

Advertisment

ଦିନକୁ ଦିନ ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୀତି ସରଗରମ ହେବାରେ ଲାଗିଛି। ଜିଲ୍ଲା ପରିଷଦ ବୈଠକରେ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ଓ ଖଣ୍ଡପଡ଼ା ବ୍ଲକ୍ ପଞ୍ଚାୟତ.....

ଦିନକୁ ଦିନ ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୀତି ସରଗରମ ହେବାରେ ଲାଗିଛି। ଜିଲ୍ଲା ପରିଷଦ ବୈଠକରେ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ଓ ଖଣ୍ଡପଡ଼ା ବ୍ଲକ୍ ପଞ୍ଚାୟତ.....

Untitled-2

ନୟାଗଡ଼: ଦିନକୁ ଦିନ ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୀତି ସରଗରମ ହେବାରେ ଲାଗିଛି। ଜିଲ୍ଲା ପରିଷଦ ବୈଠକରେ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ଓ ଖଣ୍ଡପଡ଼ା ବ୍ଲକ୍ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପମା ବେହେରାଙ୍କ ମଧ୍ୟରେ ହୋଇଥିବା ବାଦୀପାଲା ଏବେ ଚର୍ଚ୍ଚାରେ। ଏହି କ୍ରମରେ ଆଜି ଅପରାହ୍ଣରେ ଟାଉନ୍‌ ଥାନାରେ ପହଞ୍ଚି ବିଧାୟକ ଶ୍ରୀ ସ୍ବାଇଁଙ୍କ ବିରୋଧରେ ଉପମା ଲିଖିତ ଅଭିଯୋଗ କରିଛନ୍ତି। ଉପମା ଅଭିଯୋଗରେ ଦର୍ଶାଇଛନ୍ତି ଯେ ଜିଲ୍ଲା ପରିଷଦ ସୃଜନ ଗୃହରେ ଅନୁଷ୍ଠିତ ଏକାଦଶତମ ଜିଲ୍ଲା ପରିଷଦ ସାଧାରଣ ଅଧିବେଶନରେ ବ୍ଲକ୍‌ର ଉନ୍ନୟନ କାମ ଉପରେ ସେ ନିଜସ୍ବ ମତ ରଖୁଥିଲେ। ଏହି ସମୟରେ ଖଣ୍ଡପଡ଼ା ବିଧାୟକ ଶ୍ରୀ ସ୍ବାଇଁ ତାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ। ସେ ଜଣେ ଅନୁସୂଚିତ ଜାତି ବର୍ଗର ହୋଇଥିବାରୁ ବିଧାୟକ ବାରମ୍ବାର ଆକ୍ଷେପ କରିବା ସହ ମାନସିକ ନିର୍ଯାତନା ଦେଉଛନ୍ତି। ତାଙ୍କ ପଦମର୍ଯ୍ୟାଦାକୁ ଅସମ୍ମାନ କରିଛନ୍ତି। ଜିଲ୍ଲାପାଳ ଓ ବାଚସ୍ପତିଙ୍କ ଉପସ୍ଥିତିରେ ଖଣ୍ଡପଡ଼ା ବିଧାୟକ ତାଙ୍କୁ ଅସମ୍ମାନ କରିଥିବା ସେ ଅଭିଯୋଗ କରିଛନ୍ତି।

Former OPSC Secretary: ହାଇକୋର୍ଟରେ ହାଜର ହେବେ ଓପିଏସ୍‌ସିର ପୂର୍ବତନ ସଚିବ କୁମୁଦ ଚନ୍ଦ୍ର ମଲ୍ଲିକ

 ପ୍ରକାଶ ଥାଉକି, ଗତକାଲି ବୈଠକରେ ଭାପୁର ବ୍ଲକ୍ ପଞ୍ଚାୟତ ସମିତି ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ ଓ ଖଣ୍ଡପଡ଼ା ବ୍ଲକ୍ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପମା ବେହେରା ଉଭୟ ଅଭିଯୋଗ କରିଥିଲେ ଯେ ବିଡିଓମାନେ ସେମାନଙ୍କୁ ଅଣଦେଖା କରୁଛନ୍ତି।  ସାବିତ୍ରୀ କହିଥିଲେ ଯେ, ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ କୌଣସି ପ୍ରସ୍ତୁତି ବୈଠକ କରାଯାଇନଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇନଥିଲା। ବାରମ୍ବାର ଏମିତି ଘଟୁଥିବା ସେ ଅଭିଯୋଗ କରିଥିଲେ। ଏହା ପରେ ଉପମା ଛିଡ଼ା ହୋଇ ସମାନ ଅଭିଯୋଗ କରିଥିଲେ।

Economic Survey Report Today: ଆଜି ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ

 ସେ କହିଥିଲେ ଯେ କାର୍ଯ୍ୟକ୍ରମର ବହୁ ପୂର୍ବରୁ ବ୍ଲକ୍ ପ୍ରଶାସନ ତାଙ୍କୁ ଚିଠି କରୁଛି। ମାତ୍ର କାର୍ଯ୍ୟକ୍ରମ ଠିକ୍ ପୂର୍ବରୁ ଆଉ କୌଣସି ଯୋଗାଯୋଗ କରାଯାଉନାହିଁ। ଏ ସଂକ୍ରାନ୍ତରେ ଜିଲ୍ଲାପାଳ ତାଙ୍କୁ ବୁଝାଉଥିବା ବେଳେ ଖଣ୍ଡପଡ଼ା ବିଧାୟକ ଶ୍ରୀ ସ୍ବାଇଁ ହଠାତ୍ ଉପମାଙ୍କୁ ଟାର୍ଗେଟ୍ କରିଥିଲେ। ଉପମାଙ୍କ ମୁଣ୍ଡ କାମ କରୁନାହିଁ ଏବଂ ସେ କିଛି ମନେ ରଖିପାରୁନାହାନ୍ତି ବୋଲି ଦୁଷ୍ମନ୍ତ କହିଥିଲେ। ଉପମା ଏହାକୁ ବିରୋଧ କରିବା ସହ ତାଙ୍କ ମୁଣ୍ଡ ଠିକ୍ ଭାବେ କାମ କରୁଛି ବୋଲି କହିଥିଲେ। ଉଭୟଙ୍କ ମଧ୍ୟରେ ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଜିଲ୍ଲାପାଳ ଉଭୟଙ୍କୁ ବୁଝାଇ ଶାନ୍ତ କରାଇଥିଲେ। ଅନ୍ୟପଟେ ଗତକାଲି ବିଧାୟକ ଗଣମାଧ୍ୟମରେ ମତ ରଖିବା ବେଳେ ବେଶ୍ ଚତୁରତାର ସହ ଏହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ସେ କହିଥିଲେ ଯେ, ଆଜି ଜିଲ୍ଲାର ସମସ୍ତ ଜନପ୍ରତିନିଧି ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ବୈଠକଟି ବେଶ୍ ଭଲ ହୋଇଥିଲା। ଏଣୁ ଅନ୍ୟ କୌଣସି ପ୍ରସଙ୍ଗ ସଂକ୍ରାନ୍ତରେ ଏଠାରେ ଆଲୋଚନା କରାଯିବାର ଆବଶ୍ୟକତା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe