ଭୁବନେଶ୍ବର: ଆଗକୁ ଗାଡ଼ି ମାଲିକଙ୍କ ଯନ୍ତ୍ରଣା ବଢ଼ିବାକୁ ଯାଉଛି। ଯଦି ଗାଡ଼ି ଉପରେ କିଛି ଜରିମାନା ଅଛି, ବୀମା ନାହିଁ, ପ୍ରଦୂ‌ଷଣ ସାର୍ଟିଫିକେଟ୍ ନାହିଁ; ତେବେ ଫାସ୍‌ଟ୍ୟାଗ୍ ଆକ୍ଟିଭେଟ୍ ହେବନି। ଅର୍ଥାତ୍ ଟୋଲ୍‌ଗେଟ୍‌ରେ ଗଲାବେଳେ ମୋଟା ଅଙ୍କର ଜରିମାନା ଦେବେ। ଆଉ ଫାସ୍‌ଟ୍ୟାଗ୍ ଆକ୍ଟିଭେଟ୍ କରିବାକୁ ଗଲେ ସବୁ ଜରିମାନା, ବୀମା, ପ୍ରଦୂଷଣ ସାର୍ଟିଫି‌କେଟ୍ ପୈଠ କରିବାକୁ େହବ। ଫେବ୍ରୁଆରି ୧ରୁ ଏହି ନିୟମ ଲାଗୁ କରିବାକୁ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ନେଇଥିବା ନିଷ୍ପତ୍ତି ଓଡ଼ିଶାରେ ବି କାର୍ଯ୍ୟକାରୀ ହେବ। ଏ ନେଇ ପରିବହନ ବିଭାଗ ଏସ୍‌ଟିଏକୁ ଜଣାଇ ଦେଇଛି।

Advertisment

Sad news again from the jatra world: ଯାତ୍ରା ଜଗତରୁ ପୁଣି ଆସିଲା ଦୁଃଖଦ ଖବର: ଆରପାରିକୁ ଚାଲିଗଲେ ଜ୍ଞାନ

ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରି ୧ରୁ ନିୟମ ହୋଇଛି ଯେ ସବୁ ସାଧାରଣ ପରିବହନ ଗାଡ଼ି ଅର୍ଥାତ୍ ଟାକ୍ସି, ଚାରିଚକିଆ ବ୍ୟାବସାୟିକ ଗାଡ଼ି, ଭ୍ୟାନ୍, ବସ୍‌, ଟ୍ରକ୍ ଏବଂ ଜାତୀୟ ପରମିଟ୍ ପାଇଥିବା ଗାଡ଼ିରେ ‘ଗାଡ଼ି ଲୋକେସନ୍ ଟ୍ରାକିଂ ଯନ୍ତ୍ର’ (ଭିଏଲ୍‌ଟିଡି) ଲାଗିବ। ପୂର୍ବରୁ ଏହି ନିୟମ ରହିଛି। ଏବେ ଏହାକୁ କଡ଼ାକଡ଼ି ଲାଗୁ ହେବ। ଏବେ ଯେଉଁମାନେ ସାଧାରଣ ପରିବହନ ଗାଡ଼ି ବା ବ୍ୟବସାୟିକ ଉଦ୍ଦେଶ୍ୟରେ ଗାଡ଼ି କିଣି ପଞ୍ଜୀକରଣ କରିବେ, ସେମାନେ ଲୋକେସନ୍‌ ଟ୍ରାକିଂ ଯନ୍ତ୍ର ନ ଲଗାଇଲେ ପଞ୍ଜୀକରଣ ହେବନି। ଏହାସହ ଯେତେବେଳେ କୌଣସି ଗାଡ଼ିର ପଞ୍ଜୀକରଣ ନବୀକରଣ ହେବ ବା ମାଲିକାନା ପରିବର୍ତ୍ତନ ହେବ ସେତେବେଳେ ଯଦି ଗାଡ଼ିରେ ଲୋକେସନ୍ ଟ୍ରାକିଂ ଯନ୍ତ୍ର ଲାଗି ନ ଥିବ ତେବେ ଏହା କରିବାକୁ ଅନୁମତି ମିଳିବନି। ଏଥିପାଇଁ ଉପରୋକ୍ତ କାର୍ଯ୍ୟ ସମୟରେ ବାହନ ଯାଞ୍ଚ ବାଧ୍ୟତାମୂଳକ କରିବାକୁ କୁହାଯାଇଛି। 

ବୀମା, ପ୍ରଦୂଷଣ ସାର୍ଟିଫିକେଟ୍ ନ ଥିଲେ ଫାସ୍‌ଟ୍ୟାଗ୍ ରିଚାର୍ଜ ହେବନି
ଗାଡ଼ିର ଗତି କେତେ ରହିବ ଲେଖୁନାହାନ୍ତି, ଜରିମାନା କାଟୁଛନ୍ତି
ସବୁ ସାଧାରଣ ପରିବହନ ଗାଡ଼ିରେ ଲାଗିବ ଗାଡ଼ି ଟ୍ରାକିଂ ଯନ୍ତ୍ର

ସେହିପରି ଏପ୍ରିଲ ୧ରୁ ପ୍ରଦୂଷଣ ସାର୍ଟିଫିକେଟ୍ ଏବଂ ଫିଟ୍‌ନେସ୍ ଯାଞ୍ଚ ବେଳେ ବାହନ ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ବାରା ସବୁ ଚାଲାଣ ଦେଇଥିଲେ, ବୀମା ଥିଲେ ହିଁ ଫିଟନେସ୍ ଓ ପ୍ରଦୂଷଣ ସାର୍ଟିଫିକେଟ ମିଳିବ। ଗାଡ଼ିର ପରମିଟ୍ ଦେବାବେଳେ ବି ଏହାକୁ ଲାଗୁ କରିବାକୁ ନିୟମ କରାଯାଇଛି। ପରିବହନ ବିଭାଗ ଓ ପୁଲିସ ପକ୍ଷରୁ ବିଭିନ୍ନ ସମୟରେ ମନଇଚ୍ଛା ଇ-ଚାଲାଣ କଟାଯାଇଥିବାରୁ ସେଗୁଡ଼ିକୁ ଦେବାରେ ଲୋକେ ସମସ୍ୟା ଭୋଗୁଛନ୍ତି। ଲୋକଙ୍କର ଭୁଲ୍ ନଥାଇ ବି ଇ-ଚାଲାଣ କଟାଯାଇଥିବା ଅଭିଯୋଗ ଆସୁଛି। ଏହାକୁ କିପରି ସିଙ୍ଗିଲ୍‌ ୱିଣ୍ଡୋ ମାଧ୍ୟମରେ ସମାଧାନ କରାଯିବ ସେନେଇ ପରିବହନ ବିଭାଗ ସଚେତନ କରୁନାହିଁ। ଓଲଟା କିପରି ଅଧିକ ଜରିମାନା ଆଦାୟ କରିହେବ ସେନେଇ ନିୟମ ଲଦି ଦିଆଯାଉଛି। 

Bangladesh: ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି, ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଗଛରେ ବାନ୍ଧିଲେ

ସମସ୍ତ ରାସ୍ତାରେ କେଉଁ ଗାଡ଼ିର କେତେ ସର୍ବାଧିକ ଗତି ରହିବ ସେନେଇ ଜିଲ୍ଲା ପ୍ରଶାସନ, ପରିବହନ ବିଭାଗ, ଏନ୍‌ଏଚ୍‌ଏଆଇ ପକ୍ଷରୁ ପର୍ଯ୍ୟାପ୍ତ ସାଇନ୍‌ବୋର୍ଡ ଲଗାଇବାର ନିୟମ ରହିଛି। କିନ୍ତୁ ଏହା ଲଗାଯାଇ ନାହିଁ। ଫଳରେ ଗାଡ଼ିଚାଳକ କେଉଁ ରାସ୍ତାରେ କେତେ ଗତିରେ ଗାଡ଼ି ଚଳାଇବେ ତାହା ଜାଣିପାରୁ ନାହାନ୍ତି। କିନ୍ତୁ ଗାଡ଼ିଚାଳକ ନିର୍ଧାରିତ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଳାଇଥିବା କହି ୨ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଉଛି। ରାଜ୍ୟ ସରକାର ଭିତ୍ତିଭୂମି ନ ସଜାଡ଼ି ଲୋକଙ୍କଠାରୁ ଜରିମାନା ଆଦାୟ କରୁଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।