କଟକ: ଲୋକଙ୍କ ସହ ମିଶିବା ପାଇଁ ଚିରାଚରିତ ପ୍ରୋଟୋକଲ୍ ଓ ପାରଂପରିକ ନିୟମକୁ ଅଣଦେଖା କରି ଆସୁଥିବା ରାଷ୍ଟ୍ରପତି ​ଶ୍ରୀମତି ଦ୍ରୌପଦୀ ମୁର୍ମୁ ଆଜି କଟକରେ ପୁଣି ଲୋକଙ୍କ ହୃଦୟକୁ ଛୁଇଁ ଯାଇଛନ୍ତି। ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳରୁ ଇଣ୍ଡୋର ଷ୍ଟାଡିୟମକୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଚଣ୍ତୀଛକ ଠାରେ ଲୋକଙ୍କ ଭିଡ଼ ଦେଖି ରାଷ୍ଟ୍ରପତି ସେଠାରେ ଅଟକି ଯାଇଥିଲେ। ସେଠାରେ ଉପସ୍ଥିତ ଛୋଟରୁ ବଡ଼ଯାଏ ସମସ୍ତଙ୍କୁ ଚକୋଲେଟ୍ ବାଣ୍ଟି ଥିଲେ।

Advertisment

ପୁଲିସ ହାଇସ୍କୁଲରେ ପଢୁଥିବା ଚାନ୍ଦିନୀଚୌକ ଅଞ୍ଚଳର ୧୨ବର୍ଷୀୟା ପାୟଲ ପରିଡ଼ାଙ୍କୁ ପ୍ରଥମେ ରାଷ୍ଟ୍ରପତିଙ୍କ ଠାରୁ ଚକୋଲେଟ ପାଇ ଖୁସିରେ ଆତ୍ମହରା ହୋଇ ପଡିଥିଲେ। ପାୟଲ ରାଷ୍ଟ୍ରପତିଙ୍କୁ ଯୋଗାସନ କରି ଦେଖାଇଥିଲେ। ଯୋଗାଭ୍ୟାସ ଜାରି ରଖିବା ପାଇଁ ରାଷ୍ଟ୍ରପତି ପାୟଲଙ୍କୁ ପରାମର୍ଶ ଦେଇଥିଲେ।