ବଲାଙ୍ଗୀର: ମାଢ଼େକେଲା ପଞ୍ଚାୟତ ଆଟଗାଁ ଅଞ୍ଚଳରେ ବାଲି ଚୋରାଚାଲାଣର ସାଂଘାତିକ ଚିତ୍ର ସାମନାକୁ ଆସିଛି। ପ୍ରଥମତଃ ବିନା ଅନୁମତିରେ ଏଠାରେ ବାଲି ଖୋଳା ଯାଉଛି। ଦ୍ବିତୀୟରେ, ଜଳଯୋଗାଣ ପ୍ରକଳ୍ପ ପାଖରେ ବାଲି ଖନନ କରାଯିବା ଫଳରେ ଉକ୍ତ ପ୍ରକଳ୍ପ ପାଖାପାଖି ଅଞ୍ଚଳରେ ଜଳସ୍ତର କମିବାକୁ ବସିଛି। ସ୍ଥିତି ଏଭଳି ରହିଲେ ଏହି ପ୍ରକଳ୍ପରୁ ସ୍ଥାନୀୟ ଅଞ୍ଚଳଗୁଡ଼ିକୁ ଜଳଯୋଗାଣ ଠପ୍ ହୋଇଯିବ। ଏବେ କମ୍ ପାଣି ରହୁଥିବାରୁ ଜଳ ଯୋଗାଣ ପରିମାଣ କମିଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
Women's T20 : ମହିଳା ଟ୍ବେଣ୍ଟି-୨୦: ଶେଫାଳି, ସ୍ମୃତିଙ୍କ ଧାମାକା, ଶ୍ରୀଲଙ୍କାକୁ ୩୦ ରନରେ ହରାଇଲା ଭାରତ
ବେଆଇନ କାମ କରୁଥିଲେ ହେଁ ବାଲି ମାଫିଆମାନେ କାହାରିକୁ ଖାତିର୍ କରୁନଥିବା ବୁଦ୍ଧିଜୀବୀ ମହଲକୁ ବିଚଳିତ କରିଛି। ସବୁ ନିୟମକୁ ଅଣଦେଖା କରି ବାଲି ମାଫିଆ ବାହାର ଜିଲ୍ଲାକୁ ବାଲି ଚାଲାଣରେ ମାତିଛନ୍ତି। ବାଲି ଚୋରାଚାଲାଣ ନେଇ ଖଣି ବିଭାଗ ପାଖରେ ତଥ୍ୟ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ସିଧା କହିବାକୁ ଗଲେ, ବର୍ଷ ବର୍ଷ ହେଲା ବିନା ଲିଜ୍ରେ ବାଲି ଖନନକୁ ପ୍ରଶ୍ରୟ ଦିଆଯାଉଛି। ବାଲିଘାଟରେ ଏକ ଜେସିବି ମେସିନ୍ ରଖି ରାତିରେ ବାଲି ଉତ୍ତୋଳନ କରାଯାଉଛି। ବାଲି ଚୋରାଚାଲାଣ ପାଇଁ ନଦୀ ଭିତରେ ମୋରମ ପକାଇ ରାସ୍ତା ନିର୍ମାଣ କରାଯାଇଛି। ପ୍ଲାଷ୍ଟର୍ କାମରେ ତେଲନଦୀର ବାଲି ଚାହିଦା ଅଧିକ ରହିଥିବାରୁ କଳାହାଣ୍ଡି ଜିଲ୍ଲାର ନର୍ଲା, ଏମ୍.ରାମପୁର, ରିଷିଡ଼ା, କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବାଲି ହାଇୱା ଯୋଗେ ପରିବହନ ହେଉଛି।
Obscene Dancing In Opera: ଅପେରାର ଅଶ୍ଳୀଳ ନୃତ୍ୟ ଭିଡିଓ ଭାଇରାଲ, ସାଧାରଣରେ ନିନ୍ଦା
Follow Us