The ugly tradition of caste system: ଜାତି ପ୍ରଥାର କୁତ୍ସିତ ପରମ୍ପରା: ଜାଣି ଅଜଣା ରହିଥିଲା ପ୍ରଶାସନ

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ଘଡ଼ିଆମାଳ ପଞ୍ଚାୟତର ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଜାତିପ୍ରଥାର କୁତ୍ସିତ ଘଟଣା ରାଜ୍ୟସଭାରେ ଉଠିବା ପରେ ଆଜି ଅନେକ ଦଳିତ ନେତା ଗାଁରେ ପହଞ୍ଚିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ଘଡ଼ିଆମାଳ ପଞ୍ଚାୟତର ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଜାତିପ୍ରଥାର କୁତ୍ସିତ ଘଟଣା ରାଜ୍ୟସଭାରେ ଉଠିବା ପରେ ଆଜି ଅନେକ ଦଳିତ ନେତା ଗାଁରେ ପହଞ୍ଚିଛନ୍ତି।

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ଘଡ଼ିଆମାଳ ପଞ୍ଚାୟତର ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଜାତିପ୍ରଥାର କୁତ୍ସିତ ଘଟଣା ରାଜ୍ୟସଭାରେ ଉଠିବା ପରେ ଆଜି ଅନେକ ଦଳିତ ନେତା ଗାଁରେ ପହଞ୍ଚିଛନ୍ତି। ଦୁଇ ଜଣ ଅନୁସୂଚିତ ଜାତିର ପିଲାଙ୍କୁ ବାଦ ଦେଲେ ଆଜି ମଧ୍ୟ ସାଧାରଣବର୍ଗର ପିଲା କେନ୍ଦ୍ରକୁ ଯାଇନାହାନ୍ତି। ଗଲା ୮୫ ଦିନ ଧରି ଏଭଳି ପରିସ୍ଥିତି ଜାରି ରହିଥିବାବେଳେ ପ୍ରଶାସନ ଏହି ଘଟଣାର ଗୁରୁତ୍ବ ଓ ସମ୍ବେଦନଶୀଳତାକୁ ନଜରଅନ୍ଦାଜ କରିବାରୁ ସ୍ଥିତି ଏଭଳି ସ୍ତରରେ ପହଞ୍ଚିଥିବା କୁହାଯାଉଛି। ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଯାଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କର ସେଠାରେ ପାଦ ପଡ଼ିଥିଲା। ଦୁଇମାସ ହେଲା ଶୁଖିଲା ଖାଦ୍ୟ ଇଣ୍ଡେଣ୍ଟ ବନ୍ଦ କରିଦିଆଯାଇଥିଲେ ମଧ୍ୟ ଘଟଣାର ଗମ୍ଭୀରତା ଅନୁଭବ କରି ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିଲା। ୨୦୨୫, ନଭେମ୍ବର ୨୦ ତାରିଖରେ ଅନୁସୂଚିତ ଜାତିର ଯୁବତୀ ଶର୍ମିଷ୍ଠା ସେଠୀ ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରର ସହାୟିକା ଭାବେ ନିଯୁକ୍ତି ପାଇବା ପରଠାରୁ ଗ୍ରାମବାସୀ ଶିଶୁମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡ଼ୁ ନାହାନ୍ତି। 

Horoscope 2026 February 14 : ଜାଣନ୍ତୁ ଆଜିର ରାଶିଫଳ

୨ ମାସ ହେଲା ଶୁଖିଲା ଖାଦ୍ୟ ପ୍ରସ୍ତୁତି ପାଇଁ ଦିଆଯାଇ ନ ଥିଲା ଇଣ୍ଡେଣ୍ଟ

ସହାୟିକାଙ୍କ ହାତରୁ ଗର୍ଭବତୀ, ପ୍ରସୂତି ଓ ଶିଶୁ ଖାଦ୍ୟ ବି ଗ୍ରହଣ କରୁନାହାନ୍ତି। ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ୍‌ ଗାଁରେ ପହଞ୍ଚିଥିଲା। ମାତ୍ର ଗ୍ରାମବାସୀ ଆଲୋଚନା ପାଇଁ ଆସି ନ ଥିଲେ। ଅଙ୍ଗନବାଡ଼ି କର୍ମୀ, ସୁପର୍‌ଭାଇଜର୍‌ ଘରଘର ବୁଲି ଗାଁ ଲୋକଙ୍କୁ ଡାକିଥିଲେ ମଧ୍ୟ କେହି ଆସି ନ ଥିଲେ। ସିଡିପିଓ ଦୀପାଳି ମିଶ୍ରଙ୍କ ସୂଚନା ଅନୁଯାୟୀ ଡିସେମ୍ବର ମାସରେ ଏ ନେଇ ଲିଖିତ ଭାବେ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଓ ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ସବୁଠୁ ବଡ଼ କଥା ହେଲା ମହିଳା, ବାଳିକା ଓ ଶିଶୁ ଡିସେମ୍ବର ମାସର ଶୁଖିଲା ଖାଦ୍ୟ ନେଇ ନ ଥିବାରୁ ଜାନୁଆରି ଓ ଫେବ୍ରୁଆରି ମାସରେ ଶୁଖିଲା ଖାଦ୍ୟ ପାଇଁ ଇଣ୍ଡେଣ୍ଟ ଦିଆଯାଇ ନାହିଁ।

Demand: ଭଦ୍ରକରେ କେବେ ପ୍ରତିଷ୍ଠା ହେବ ମେଡିକାଲ କଲେଜ ଆଉ ବିଶ୍ଵବିଦ୍ୟାଳୟ?

ଗୋଟିଏ ମାସ ପୂର୍ବରୁ ଶୁଖିଲା ଖାଦ୍ୟ ପ୍ରସ୍ତୁତି ପାଇଁ ଠିକାସଂସ୍ଥା ବା ଏସ୍‌ଏଚ୍‌ଜିକୁ ଇଣ୍ଡେଣ୍ଟ ଦିଆଯାଇଥାଏ। ତେଣୁ ସମସ୍ୟା ସଂପର୍କରେ ଅବଗତ ଥାଇ ମଧ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ସମାଧାନ ପାଇଁ ଉଦ୍ୟମ ନକରି ବରଂ ଇଣ୍ଡେଣ୍ଟ ବନ୍ଦ ପାଇଁ ସୁପାରିସ କରିବାର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠିଛି। ଏହି ଗାଁର ୪ ଜଣ ଗର୍ଭବତୀ, ୨ ଜଣ ପ୍ରସୂତି, ୨୨ ଜଣ ୬ ମାସରୁ ୩ ବର୍ଷ ଯାଏଁ ଶିଶୁ ଓ ୧୮ଜଣ କିଶୋରୀ ବାଳିକା ପାଖାପାଖି ୩ ମାସ ହେଲା ଛତୁଆ, ସୁଜି, ଲଡ଼ୁ, ମୁଢ଼ି, ଅଣ୍ଡା ପାଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe