ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ସଂକଟ ନାହିଁ: ଯୋଗାଣ ମନ୍ତ୍ରୀ

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ସଂକଟ ନାହିଁ। ପରିସ୍ଥିତିରେ ସୁଧାର ଆସିଲାଣି। ଡ୍ରାଇଭରଙ୍କ ଦାବି ଉପରେ ସରକାର ବିଚାର କରୁଛନ୍ତି। ଦାବି ପୂରଣ କରାଯିବ। ତେଲ ଟ୍ୟାଙ୍କର ଆସିଯାଇଛି....

There is no shortage of petrol and diesel in the state: Minister of Supplies

There is no shortage of petrol and diesel in the state: Minister of Supplies Photograph: (sambad.in)

ଭୁବନେଶ୍ବର: ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଧର୍ମଘଟ ତୃତୀୟ ଦିନରେ ପହଞ୍ଚିଛି। ଯାହା ଫଳରେ ରାଜ୍ୟର ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଧର୍ମଘଟ ଯୋଗୁ ପେଟ୍ରୋଲ ସଙ୍କଟ ମଧ୍ୟ ଦେଖାଦେଇଛି, ଭୁବନେଶ୍ୱର,କଟକ, ପୁରୀ, ବ୍ରହ୍ମପୁର, ବାଲେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ଥିବା ପେଟ୍ରୋଲ ପମ୍ପ୍‌ ଗୁଡ଼ିକରେ ଲମ୍ବା ଧାଡ଼ି ଲାଗିଛି।

କିଛି ପେଟ୍ରୋଲ ପମ୍ପରେ ତେଲ ସରିବାରେ ଲାଗିଛି। ଯଦି ପେଟ୍ରୋଲ ପମ୍ପରେ ଟ୍ୟାଙ୍କରଗୁଡ଼ିକ ଶୀଘ୍ର ନ ପହଞ୍ଚେ ତେବେ ଗୁରୁତର ଅଭାବ ଦେଖାଦେବାର ଆଶଙ୍କା ରହିଛି।

ତେବେ ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ସଂକଟ ନାହିଁ। ପରିସ୍ଥିତିରେ ସୁଧାର ଆସିଲାଣି। ଡ୍ରାଇଭରଙ୍କ ଦାବି ଉପରେ ସରକାର ବିଚାର କରୁଛନ୍ତି। ଦାବି ପୂରଣ କରାଯିବ। ତେଲ ଟ୍ୟାଙ୍କର ଆସିଯାଇଛି।

ଭୁବନେଶ୍ବରକୁ ୧୫୦ ତେଲ ଟ୍ୟାଙ୍କର ଆସିଛି। ସେହିପରି କଟକକୁ ୭୬ ତେଲ ଟ୍ୟାଙ୍କର ଆସିଛି। ରାଜ୍ୟରେ ଆବଶ୍ୟକ ପରିମାଣର ତେଲ ଅଛି। ସବୁ ସହରକୁ ତେଲ ଯୋଗାଇ ଦିଆଯିବ।  

ଅଧିକ ପଢ଼ନ୍ତୁ: ଶକ୍ତି ସଦନରେ ଅସହ୍ୟ ହେଲା ନିର୍ଯାତନା: ସୁଧାର ଗୃହରୁ ନାବାଳିକାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ତେଲର ଯିଏ କଳାବଜାରୀ କରୁଛି ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ତେଣୁ ଏଭଳି ବ୍ୟକ୍ତି ବିଶେଷ ସାବଧାନ ହୋଇଯାଆନ୍ତୁ ବୋଲି ଯୋଗାଣ ମନ୍ତ୍ରୀ ତାଗିଦ୍ କରିଛନ୍ତି।

ସେହିପରି ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ କହିଛନ୍ତି ରାଜ୍ୟରେ ତେଲ ସଙ୍କଟ ନାହିଁ।

ସଞ୍ଜୟ କହିଛନ୍ତି, ପ୍ରଥମ ଓ ଦ୍ଵିତୀୟ ଦିନ ପ୍ରଭାବ ପଡିଥିଲା । ଦୁଇଦିନ ପାଇଁ ତେଲ ଗଚ୍ଛିତ ରହିଥିଲା । ଗତକାଲି ୪ଟି ଡିପୋରୁ ୧୦୦ ଏବଂ ଆଜି ପ୍ରାୟ ୧୫୦ ତୈଳ ବୋଝେଇ ଟ୍ରକ ବାହାରି ସାରିଛନ୍ତି । ଡ୍ରାଇଭର ଷ୍ଟିଅରିଂ ଛାଡ଼ ଡାକରା ଦେଇଥିଲେ ଓ କହିଥିଲେ ଜରୁରୀକାଳୀନ ସେବାକୁ ଏହି ଷ୍ଟ୍ରାଇକରୁ ବାଦ୍ ଦିଆଯିବ।

ଡ୍ରାଇଭରଙ୍କୁ ଏନେଇ ସଞ୍ଜୟ ଅନୁରୋଧ କରିଛନ୍ତି। ନିଜ ତରଫରୁ ଡ୍ରାଇଭର ମହାସଂଘ ପକ୍ଷରୁ ତୈଳ ବୋଝେଇ ଗାଡ଼ିର ଡ୍ରାଇଭର ମାନଙ୍କୁ କାମକୁ ଫେରିବାକୁ ବୁଝାନ୍ତୁ ବୋଲି ଅନୁରୋଧ ମଧ୍ୟ କରିଛନ୍ତି । ସେ କହିଛନ୍ତି କିଛି ପେଟ୍ରୋଲ ଟାଙ୍କିରୁ ଆଜି ତେଲ ସରିଯାଇପାରେ କିନ୍ତୁ ପରିବହନ ଆରମ୍ଭ ହୋଇ ସାରିଛି । ସବୁ ଟାଙ୍କିରେ ପ୍ରାୟ ଚାରିଦିନର ତେଲ ଗଚ୍ଛିତ ରୁହେ ।  

ପ୍ରତିଦିନର ବିକ୍ରି ଅନୁସାରେ ଆଜି ସନ୍ଧ୍ୟା ସୁଦ୍ଧା ତେଲ ପହଞ୍ଚିଯିବ । ଭୁବନେଶ୍ୱରରେ ୪୨ ଟି ତେଲ ଟାଙ୍କିରୁ ମାତ୍ର ୨-୩ ଟି ଟାଙ୍କିରୁ ତେଲ ସରିଛି। ଗ୍ରାହକ ସାଧାରଣ ଭାବେ ଟିକେ ହଇରାଣ ହୋଇପାରନ୍ତି । କିନ୍ତୁ ପାଖ ଟାଙ୍କିରେ ନପାଇ ଦୂର ଜାଗାକୁ ଯାଇ ତେଲ ନେବାକୁ ପଡିପାରେ । ତେଲର ଅଭାବ ନାହିଁ ତେଣୁ ଗ୍ରାହକ କୃତ୍ରିମ ଅଭାବ ସୃଷ୍ଟି ନକରନ୍ତୁ। ସାରା ଓଡ଼ିଶାରେ ୩୧୦୦ପାଖାପାଖି ପେଟ୍ରୋଲ ଟ୍ୟାଙ୍କ ରହିଛି ।

ପ୍ରତିଦିନ ଭୁବନେଶ୍ୱରରେ କେବଳ ୩ ଲକ୍ଷ ୧୨୦୦୦ଲିଟର ପେଟ୍ରୋଲ ଏବଂ ୨ ଲକ୍ଷ ୧୫ ହଜାର ଲିଟର ଡିଜେଲ ବିକ୍ରି ପାଇଁ ଆବଶ୍ୟକ ହୁଏ। ସମ୍ପୂର୍ଣ୍ଣ ଓଡ଼ିଶାରେ ୩୬ ଲକ୍ଷ ଲିଟର ପେଟ୍ରୋଲ ଏବଂ ୮୫ ଲକ୍ଷ ଲିଟର ଡିଜେଲ ଆବଶ୍ୟକ ହୁଏ । ଦୂର ଦୂରାନ୍ତର ଯାଗାକୁ ପେଟ୍ରୋଲ ଡିଜେଲ ପହଞ୍ଚିବା ପାଇଁ ସମୟ ଲାଗିବ। ତେଣୁ ଆବଶ୍ୟକତା ଅନୁସାରେ ତେଲ ନେବାକୁ ଗ୍ରାହକଙ୍କୁ ସଞ୍ଜୟ ଅନୁରୋଧ କରିଛନ୍ତି । 

ଅଧିକ ପଢ଼ନ୍ତୁ: ଦର ଶୁଣିଲେ ଡର ଲାଗୁଛି: ବର୍ଷା ପାଇଁ ପରିବା ଦର ଆକାଶ ଛୁଆଁ, ଜାଣନ୍ତୁ କେଉଁଠି ରହିଛି କେତେ ଟଙ୍କା ?

krushna chandra patra | Drivers’ Association’s strike 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe