Advertisment

River: ବାଘନଈ ଘେରରେ ଡଙ୍ଗିମେଣ୍ଡି

Advertisment

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ କ୍ରାଣ୍ଡିବାଲି ପଞ୍ଚାୟତର ଡଙ୍ଗିମେଣ୍ଡି ଗାଁ। ତିନିଆଡ଼ୁ ବାଘନଈ ଘେରି ରହିଥିବା ବେଳେ ଗୋଟିଏ ପଟେ ପାହାଡ଼। ବର୍ଷତମାମ ଏହି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଥାଏ। ରାସ୍ତା ଓ ପୋଲ ନଥିବାରୁ ଏହି ଗାଁରେ ସରକାରୀ....

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ କ୍ରାଣ୍ଡିବାଲି ପଞ୍ଚାୟତର ଡଙ୍ଗିମେଣ୍ଡି ଗାଁ। ତିନିଆଡ଼ୁ ବାଘନଈ ଘେରି ରହିଥିବା ବେଳେ ଗୋଟିଏ ପଟେ ପାହାଡ଼। ବର୍ଷତମାମ ଏହି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଥାଏ। ରାସ୍ତା ଓ ପୋଲ ନଥିବାରୁ ଏହି ଗାଁରେ ସରକାରୀ....

fhfshfshxvb

ରଞ୍ଜନ ପ୍ରଧାନ 

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ କ୍ରାଣ୍ଡିବାଲି ପଞ୍ଚାୟତର ଡଙ୍ଗିମେଣ୍ଡି ଗାଁ। ତିନିଆଡ଼ୁ ବାଘନଈ ଘେରି ରହିଥିବା ବେଳେ ଗୋଟିଏ ପଟେ ପାହାଡ଼। ବର୍ଷତମାମ ଏହି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଥାଏ। ରାସ୍ତା ଓ ପୋଲ ନଥିବାରୁ ଏହି ଗାଁରେ ସରକାରୀ ବାବୁଙ୍କ ପାଦ ପଡ଼ୁ ନଥିବା ବେଳେ ସମସ୍ତ ବିକାଶମୂଳକ ଯୋଜନା ଅପହଞ୍ଚ। ବିକଶିତ ଯୁଗରେ ବି ବଣୁଆକନ୍ଦା ଖାଇ ଏହି ଗ୍ରାମର ଲୋକେ ବଞ୍ଚୁଛନ୍ତି। 

Health: ପାହାଚରେ ଖସିଗପଡ଼ିଲେ ପ୍ରସୁତି, ଭାଗ୍ୟବଶତଃ ବଂଚିଗଲେ ମା’ ଓ ନବଜାତ

ଗ୍ରାଉଣ୍ଡ ଜିରୋରେ ‘ସମ୍ବାଦ’ ପହଞ୍ଚିବା ବେଳେ ଗାଁର ଦାମୋଦର କହଁର ଓ ତାଙ୍କ ପତ୍ନୀ ପ୍ରମିଳା କହଁର ଗୋଟିଏ ହାଣ୍ଡିରେ କନ୍ଦା ସିଝାଉଥିଲେ। ଚାଉଳ ଆଣିବାକୁ ହେଲେ ସେମାନଙ୍କୁ ପଥୁରିଆ ରାସ୍ତାରେ ଅନେକ ବାଟ ଅତିକ୍ରମ କରିବା ପ‌ରେ ଶେଷରେ ବାଘନଈ ଭିତରେ ପଶି ୮ କିଲୋମିଟର ଦୂର କ୍ରାଣ୍ଡିବାଲିକୁ ଆସିବାକୁ ପଡ଼ିଥାଏ‌ ବୋଲି ଗାଁର କୁନ୍ଦେନ୍ଦ୍ର କହଁର ଓ ପତ୍ନୀ ଚଞ୍ଚଳା କହିଛନ୍ତି। ଗାଁକୁ ରାସ୍ତା ନ ଥିବାରୁ ନଳକୂପଟିଏ ବସିପାରୁନି କି ବିଜୁଳି ସଂଯୋଗ ହୋଇପାରିନି। ଜଣେ ହେଲେ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଓ ପିଏମ୍‌ ଜନମନ ଯୋଜନାରେ ଘର ମିଳିପାରିନାହିଁ। ଗାଁରେ ଯଦିଓ ଏକ ପ୍ରାଥମିକ ସ୍କୁଲ୍ ଅଛି, ବର୍ଷର ୧୦ ମାସ ଶିକ୍ଷକମାନେ ଆସନ୍ତି ନାହିଁ। ମହିଳା ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଓ ଜନସ୍ବାସ୍ଥ୍ୟ ବିଭାଗର ‌କୌଣସି କର୍ମଚାରୀ ଆସି ନଥା’ନ୍ତି। ୯୦ ପ୍ରତିଶତ ମହିଳା ‘ସୁଭଦ୍ରା’ ଯୋଜନାରେ ସାମିଲ ହୋଇପାରିନାହାନ୍ତି। କାମଧନ୍ଦା ଅଭାବରୁ ଗାଁରୁ ୨୦ ଯୁବକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି ବୋଲି ବୁଲେଶ୍ବର କହଁର, ରାଧାକାନ୍ତ କହଁର ଓ ପ୍ରଶାନ୍ତ କହଁର ସୂଚନା ଦେଇଛନ୍ତି। ଗାଁ ମୁଖିଆ ଗୋପୀନାଥ କହଁରଙ୍କ କହିବାନୁସା‌ରେ, ବାଘନଈରେ ପୋଲ ନିର୍ମାଣ ହୋଇଥିଲେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା।

Nature's wonder: ପ୍ରକୃତିର ବିସ୍ମୟ ଖପୁରି ଫୁଲ

ଗତବର୍ଷ ବର୍ଷାଋତୁରେ ଜଣେ ଗର୍ଭବତୀଙ୍କୁ ଏକ ବଡ଼ ହଣ୍ଡାରେ ବସାଇ ନଈ ପାର କରିବା ଭଳି ଚିତ୍ର ସାମନାକୁ ଆସିଥିଲା। ସେହିପରି ଗାଁର ପଛପଟେ ପାହାଡ଼ ଅତିକ୍ରମ କରିଯିବା ପରେ ପାଇରାଜୁ ପଞ୍ଚାୟତରେ ପହଞ୍ଚିବା ସମ୍ଭବ। ଏହି ଅଞ୍ଚଳ ନକ୍ସଲପ୍ରବଣ ହୋଇଥିବାରୁ କୌଣସି ସରକାରୀ ଅଧିକାର ଆସୁନାହାନ୍ତି। ପୂର୍ବତନ ବିଧାୟକ ଅଙ୍ଗଦ କହଁର କହିଛନ୍ତି, ପୋଲ ନିର୍ମାଣ ନେଇ ପୂର୍ବରୁ ଏକ ଡିପିଆର୍‌ ପ୍ରସ୍ତୁତ ହୋଇଥିଲା। ଫିରିଙ୍ଗିଆ ବିଡିଓ ଅନୁପ ଅଭିଷେକ ବେହେରା ପୋଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe