Accident: ଦୁଇ ବାଇକ୍ ଧକ୍କା: ୨ ମୃତ, ଜଣେ ଗୁରୁତର

Advertisment

ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ସବଡେଗା-କରମଡିହି ରାସ୍ତା ଡମକୁଡ଼ା ଛକ ବୁଲାଣିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି....

ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ସବଡେଗା-କରମଡିହି ରାସ୍ତା ଡମକୁଡ଼ା ଛକ ବୁଲାଣିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି....

Two bikes collide

Two bikes collide Photograph: (sambad.in)

ସୁନ୍ଦରଗଡ଼/ସବଡେଗା: ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ସବଡେଗା-କରମଡିହି ରାସ୍ତା ଡମକୁଡ଼ା ଛକ ବୁଲାଣିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି।

ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ

ମୃତକଙ୍କ ମଧ୍ୟରୁ ଜଣେ ତଳସରା ଥାନା ଧୁଡ଼ିନୂଆଗାଁର କୁମର ମାଝି ବୋଲି ଜଣାପଡ଼ିଥିବାବେଳେ ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ। 

ଧୁଡ଼ିନୂଆଗାଁର ଚନ୍ଦ୍ର ଦଣ୍ଡସେନାଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା ଅନୁସାରେ, କୁମର ମାଝୀ ଓ ଚନ୍ଦ୍ର ଦଣ୍ଡସେନା ବାଇକ୍‌ (ଓଡି ୧୬ ଜେ ୮୮୩୨)ରେ ସୁନ୍ଦରଗଡ଼ ଯାଉଥିଲେ। ଡମକୁଡ଼ା ଛକରେ ସୁନ୍ଦରଗଡ଼ ପଟୁ ସବଡେଗା ଆସୁଥିବା ଏକ ବାଇକ୍‌ (ଓଡି ୧୬ ଜେ ୦୩୨୪) ସହ ସେମାନଙ୍କର ଧକ୍କା ହୋଇଥିଲା।

ଆହୁରି ପଢ଼ନ୍ତୁ:Decisive Decade: ଲାଲ୍ କରିଡରରୁ ନକ୍ସଲମୁକ୍ତ ଭାରତ: ଏକ ନିର୍ଣ୍ଣାୟକ ଦଶନ୍ଧି

ଘଟଣାସ୍ଥଳରେ ହିଁ କୁମରଙ୍କ ମୃତ୍ୟୁ ହୋଇଯାଇଥିଲା। ବାଇକ୍‌ ପଛରେ ବସିଥିବା ଚନ୍ଦ୍ର ଗୁରୁତର ହୋଇ ରାସ୍ତାରେ ପଡ଼ିଥିଲେ। ଅନ୍ୟ ବାଇକ୍‌ର ଯୁବକ ମଧ୍ୟ ଗୁରୁତର ହୋଇଥିଲେ। ସ୍ଥାନୀୟଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାରକରି ଅ‌ଟୋ ଓ ଅନ୍ୟଗାଡ଼ିରେ ସବଡେଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ‌ ନେଇଥିଲେ। ସେଠାରେ ଅନ୍ୟ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇ ଯାଇଥିବାବେଳେ ଗୁରୁତର ଚନ୍ଦ୍ରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି।

ଆହୁରି ପଢ଼ନ୍ତୁ:CCTV Cameras At Border: ସୀମାନ୍ତରେ ସିସି କ୍ୟାମେରା ଲଗାଇବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କଲେ ସାଂସଦ

ସୂଚନାପାଇ ତଳସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତକରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ୨ ଗାଡ଼ିକୁ ମଧ୍ୟ ଜବତ କରିବା ସହ ଏକ ମାମଲା ରୁଜୁକରି ପୁଲିସ ତଦନ୍ତ ଚଳାଇଛି।

ରିପୋର୍ଟ: ଡମ୍ବରୁଧର ନାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe