Two poachers arrested in Similipal
ଯଶିପୁର: ସିମିଳିପାଳ ବାଘ ସଂରକ୍ଷିତ ଜଙ୍ଗଲ ଭିତରେ ଶିକାର କରୁଥିବା ଦୁଇ ଜଣ ଶିକାରୀଙ୍କୁ ସୋମବାର ଭୋରରେ ବନ ବିଭାଗ ଗିରଫ କରିଛି। ଗତ ୨୧ ନଭେମ୍ବର ୨୦୨୫ରେ କେନ୍ଦୁମୁଣ୍ଡି ବନ୍ୟଜନ୍ତୁ ରେଞ୍ଜ ଅଧୀନସ୍ଥ ସିମିଳିପାଳ ଉତ୍ତର ବନ ଖଣ୍ଡ ଭିତରେ ଲଗାଯାଇଥିବା ଇନଫ୍ରା-ରେଡ୍ କ୍ୟାମେରା (ଟ୍ରାପ କ୍ୟାମେରା)ରେ ଏହି ଦୁଇ ଶିକାରୀ ଧରାପଡ଼ିଥିଲେ।
ଗୋପନ ସୂତ୍ରରରୁ ମିଳିଥିବା ଖବର ଅନୁଯାୟୀ, ଅଭିଯୁକ୍ତମାନେ ହେଲେ –
୧. ଭଗିରଥି ବୁଲିଉଲି (୩୧), ପିତା- ମୃତ ଦୁରାଇ ବୁଲିଉଲି, ଗ୍ରାମ- ଜଲଡ଼ା, ଡାକ- ଦୁଧିଆଣି, ଥାନା- କରଞ୍ଜିଆ, ଜିଲ୍ଲା- ମୟୂରଭଞ୍ଜ
୨. ବୁଧୁରାମ କନ୍ଦାଙ୍କେଲ (୩୫), ପିତା- ମୃତ ଦୁରେଇ କନ୍ଦାଙ୍କେଲ, ଗ୍ରାମ- ଜଲଡ଼ା, ଡାକ- ଦୁଧିଆଣି, ଥାନା- କରଞ୍ଜିଆ, ଜିଲ୍ଲା- ମୟୂରଭଞ୍ଜ।
ଆହୁରି ପଢ଼ନ୍ତୁ:Additional Appropriation Bill passed: ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ
ଭୋର ୪ଟା ବେଳେ ତଲାସୀ
ସୋମବାର ଭୋର ୪ଟା ବେଳେ ସିମିଳିପାଳ ଉତ୍ତର ବନ ଖଣ୍ଡ ଅଧିକାରୀ ତଥା ରେଞ୍ଜ ଅଧିକାରୀଙ୍କ ନେତୃତ୍ୱରେ ବନ କର୍ମୀ ଦଳ ଜଲଡ଼ା ଗ୍ରାମରେ ପହଞ୍ଚି ଉଭୟଙ୍କ ଘରେ ତଲାସି କରିଥିଲା। ତଲାସୀରେ ନିମ୍ନଲିଖିତ ବନ୍ୟଜନ୍ତୁ ସାମଗ୍ରୀ ଜବତ ହୋଇଛି –
*ଭଗିରଥି ବୁଲିଉଲିଙ୍କ ଘରୁ:*
- ଧନୁ – ୧ଟି
- ତୀର – ୩ଟି
*ବୁଧୁରାମ କନ୍ଦାଙ୍କେଲଙ୍କ ଘର ଓ ଘର ଆଙ୍ଗିନାରୁ:*
- ଶୁଖିଲା ବଣ୍ଡା ମାଂସ – ୧.୭୦୦ କେଜି
- ଛୁରୀ – ୧ଟି
- ଫାଶ (ସ୍ନେୟାର) – ୧୬୦ଟି
- ଧନୁ – ୩ଟି
- ତୀର – ୭ଟି
ଆହୁରି ପଢ଼ନ୍ତୁ:Indigo Flight Disruption : ଫ୍ଲାଇଟ୍ ଅଚଳାବସ୍ଥାର ପ୍ରକୃତ କାରଣ ଜାଣିବା କଷ୍ଟକର : ଇଣ୍ଡିଗୋ
ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ବାରିପଦାସ୍ଥିତ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ନ୍ୟାୟିକ ଦଣ୍ଡାଧିକାରୀ (ସିଜେଏମ୍) କୋର୍ଟରେ ହାଜର କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦୁହେଁ ବର୍ତ୍ତମାନ ନ୍ୟାୟିକ ଅଟକାଳରେ ଅଛନ୍ତି।
ସିମିଳିପାଳରେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଏହା ଏକ ବଡ଼ ସଫଳତା ବୋଲି ବନ ଅଧିକାରୀମାନେ মତ ଦେଇଛନ୍ତି।
Follow Us