Under a blanket of dense fog Photograph: (sambad.in)
ଘୁ.ଉଦୟଗିରି: ଚଳିତ ବର୍ଷ ଶୀତ ଏକ ପ୍ରକାର ଲୁଚକାଳି ଖେଳ ଖେଳୁଛି। ସହରର ତାପମାତ୍ରା ବଢୁଛି ଖସୁଛି। ଚଳିତ ବର୍ଷ ଶୀତର ପ୍ରକୋପ ଅତି ମାତ୍ରାରେ ଅନୁଭବ ହେଉଥିବା ବେଳେ ଗତ ସପ୍ତାହେ ହେଲା ତାପମାତ୍ରା କିଛି ବୃଦ୍ଧି ଘଟି ଥିବା ବେଳେ କୁହୁଡ଼ିର ବଳୟ ଭିତରେ ସାରା ଅଞ୍ଚଳ ରହିଛି। ଗତକାଲି ପାରଦ ୮.୭ଡିଗ୍ରି ଥିବା ବେଳେ ଶୁକ୍ରବାର ୭.୮ ଡିଗ୍ରି ଥିବା ସୂଚନା ମିଳିଛି।
ଲଗାତାର ସ୍ଥାନୀୟ ସହରର ତାପମାତ୍ରା ଖସିବାରେ ଲାଗିବା ସହ ଥଣ୍ଡା ବଢ଼ିବାରେ ଲାଗିଛି। ଦିନକୁ ଦିନ ପାରଦ ଖସୁଛି ଥଣ୍ଡା ବଢୁଛି। ଘନ କୁହୁଡ଼ିର ବଳୟ ଭିତରେ ସାରା ଅଞ୍ଚଳ ଦିନ ୧୦ ଟା ପର୍ଯ୍ୟନ୍ତ ରହୁଥିବା ବେଳେ ରାତି ଯେତେ ବଢୁଛି ଥଣ୍ଡା ସେତେ ବଢିବା ଆରମ୍ବ ହେଉଛି। ବିଶେଷ କରି ଗରିବ ଅସହାୟ ନିରାଶ୍ରୟ ମାନେ ଥଣ୍ଡା ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖୁବାକୁ ମିଳୁଛି।
ଆହୁରି ପଢ଼ନ୍ତୁ:CEC To Visit Odisha: ଆସନ୍ତାକାଲିଠାରୁ ଓଡ଼ିଶା ଗସ୍ତରେ ଆସିବେ ସିଇସି
ଅନ୍ୟପକ୍ଷରେ ସ୍ଥାନୀୟ ସହରରେ ଯାତ୍ରୀ ଵିଶ୍ରାମଗୃହ ନ ଥିବା ହେତୁ ଯାତ୍ରୀବାହୀ ବସ୍କୁ ଅପେକ୍ଷା କରୁଥିବା ଯାତ୍ରୀମାନେ ଥଣ୍ଡା କାକରରେ ଦୀର୍ଘ ସମୟ ଖୋଲା ଆକାଶ ତଳେ ପ୍ରବଳ ଥଣ୍ଡାରେ ବସ୍କୁ ଅପେକ୍ଷା କରିବାକୁ ପଡୁଛି ରାତି ଏବଂ ପାହାନ୍ତିଆରେ ବହୁ ଅସୁବିଧା ଭୋଗିବାକୁ ପଡୁଛି ଯାତ୍ରୀ ମାନଙ୍କୁ।ନିଆଁ ଭରସାରେ ରହୁଛନ୍ତି ଯାତ୍ରୀ।
ରାସ୍ତା କଡରେ ନିଆଁ ଜାଳି ବସ୍କୁ ଅପେକ୍ଷା କରିବାକୁ ପଡୁଛି। ଚଳିତ ବର୍ଷ ବିଳମ୍ବରେ ଶୀତ ଏହି ଅଞ୍ଚଳକୁ ସ୍ପର୍ଶ କରିଛି। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡା ସହର ଭାବେ ଘୁ.ଉଦୟଗିରି ସହର ରହିଛି ଯାହାର ଆଜିର ତାପମାତ୍ରା ୭.୮ଡିଗ୍ରି ରେକର୍ଡ କରାଯାଇଛି।
ଗତ ବର୍ଷ ଶୀତଋତୁ ସାରା ଘୁ.ଉଦୟଗିରି ସହରର ତାପମାତ୍ରା ଓଡ଼ିଶାର ସାବୁଠାରୁ କମ ତାପମାତ୍ରା ରହୁଥିବା ଏବଂ ସର୍ବାଧିକ ଥଣ୍ଡାର ସହର ଭାବେ ରେକର୍ଡ ସୃଷ୍ଟି କରିଥିଲା।
ଚଳିତ ବର୍ଷ ବିଳମ୍ବରେ ପୁଣି ସେଇ ରେକର୍ଡ ଆରମ୍ଭ ହୋଇଛି। ଅନ୍ୟ ପଟେ ହଟାତ ଏବଂ ବିଳମ୍ବ ରେ ଶୀତର ଆଗମନ ହେତୁ ଗରମ ପୋଷାକର ବ୍ୟବସାୟ ଆରମ୍ଭ ହୋଇନି। ବିନା ଗରମ ପୋଷାକରେ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି।
ସକାଳୁ ଏବଂ ସନ୍ଧ୍ୟାରେ ସହରବାସୀ ଶୀତ ପାଇଁ ଭ୍ରମଣ କରୁଥିବା ବେଳେ ମର୍ଣ୍ଣିଂ ୱାକ୍ ପାଇଁ ଅଧିକ ସଂଖ୍ୟାରେ ଯୁବ ଗୋଷ୍ଠୀ ବାହାରୁଛନ୍ତି। ଶୀତର ମଜା ନେବା ପାଇଁ ପର୍ଯ୍ୟଟକମାନେ ଆସୁଥିବା ବେଳେ ଥଣ୍ଡାର ମଜା ଉଠାଉଛନ୍ତି।
ଆଗାମୀ ଦିନରେ ଆହୁରି ୩ରୁ୪ ଡିଗ୍ରି ତଳକୁ ପାରଦ ଖସିବା ସହ ଶୀତର ପ୍ରକୋପ ବଢିବା ଆଶଙ୍କା କରିଛି ପାଣିପାଗ ବିଭାଗ।କୁହୁଡି ଲାଗି ରହିବା ଯୋଗୁଁ ଯାତାୟାତରେ ଘୋର ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ଗାଡି ଚାଳକମାନେ।
ଆହୁରି ପଢ଼ନ୍ତୁ:Stabbing In Japan: ଜାପାନରେ ସିରିଜ ଛୁରାମାଡ଼: ୧୪ ଆହତ, ବିଷାକ୍ତ ତରଳ ପଦାର୍ଥ ପ୍ରୟୋଗ କଲା ଦୁର୍ବୃତ୍ତ
କୁହୁଡ଼ି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି
ରାସ୍ତାରେ ଗଲା ବେଳେ ମୁହଁକୁ ମୁହଁ ଦେଖାଯାଉନି। ସମ୍ମୁଖରେ ଆସୁଥିବା ଗାଡ଼ି ମଟର ଦୃଶ୍ୟମାନ ହେଉ ନଥିବା ବେଳେ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି।ଦୀର୍ଘ ଏକ ସପ୍ତାହ ହେଲା ଏହି ଭଳି କୁହୁଡ଼ିର ଚାଦର ତଳେ ସାରା ଅଞ୍ଚଳ ରହିଥିବା ବେଳେ ସାଧାରଣ ଲୋକ ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛନ୍ତି।
Follow Us