ଭୁବନେଶ୍ବର: ରୂପା ଶଗଡ଼ିରେ ସୁନା କନିଆଁ… ନୂଆ ଜହ୍ନ ପରି ଛନଛନିଆ… ତାକୁ ପାଇବ ଯିଏ, ଗୋପେ ବଢୁଛି ସିଏ… ୯୦ ଦଶକର ସିନେମା ‘ଜଗା ହାତରେ ପଘା’ରେ ଚହଳ ପକାଇଥିବା ଏ ସୁନ୍ଦର ଗୀତର ଦୃଶ୍ୟ ଆଜି ପୁଣି ଥରେ ମନେପଡ଼ିଯାଇଛି… ପୁଣିଥରେ ସେ ଅତୀତର ସୃତି ତାଜା ହୋଇଛି, ଏ ଡିଜିଟାଲ ଯୁଗର ନିଆରା ବାହାଘର ଦେଖି । ଯେଉଁଠି ଶଗଡ଼ି ହୁଏତ ରୂପା ନହୋଇପାରେ କିନ୍ତୁ ସେ ଶଗଡ଼ିରେ କାହାର ସୁନା କନିଆଁ ବସିଛି । ଆଉ ମୁରୁକି ହସିହସି ତା ମନର ମଣିଷ ପାଖକୁ ଯାଉଛି… ମଝିରେ ମଝିରେ ଶଗଡ଼ିଆ କାଳିଆ-କସରାର ସ୍ମୃତିକୁ ମନେପକେଇଦେଇ ହୁରରର… କରି ହାଙ୍କି ଦେଉଛି…
/filters:format(webp)/sambad/media/media_files/2026/02/28/bullock-cart-2026-02-28-22-35-39.jpeg)
ଆହୁରି ପଢନ୍ତୁ- Neglect: ପଲିଥିନ ତଳେ ଓ ଶୌଚାଳୟରେ କଟୁଛି ଅସହାୟ ବୃଦ୍ଧଙ୍କ ଜୀବନ
ହଁ ଆଜ୍ଞା ! ଆଧୁନିକ ଯୁଗରେ କେହି କେବେ ଭାବିନଥିବା ଏ କଥାଟି ଯେତେବେଳେ ସତ ସତିକା ଘଟିଛି ସେତେବେଳେ ସମସ୍ତେ ଅତୀତର ସ୍ମୃତିରେ ଓଦା ହୋଇଛନ୍ତି । ନହେଲେ ଜେନ-ଜି ଯୁବପିଢିଙ୍କ ବାହାଘରରେ ଯେଉଁଠି ଦାମୀ କାରର ସନ୍ ରୁଫରେ ଛିଡ଼ା ହୋଇ ହାତ ହଲାଇବାର ଦୃଶ୍ୟ କଏଦ ହେଉଛି ଆଉ ହେଲିକପ୍ଟର କିମ୍ବା ଘୋଡ଼ାରେ ବସି ରାଜକୀୟ ଢଙ୍ଗରେ ବାହାଘର ହେଉଛି ସେଠାରେ ଶଗଡ଼ କଥା ବା ପଚାରେ କିଏ । ମାତ୍ର ସେମିତି ଏକ ନିଆରା ବାହାଘର କରି ଆମ ପୁରୁଣା ପରମ୍ପରାକୁ ମନେପକାଇବାକୁ ପ୍ରୟାସ କରିଛନ୍ତି ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ସାମନ୍ତରାପଲି ଗାଁର ପ୍ରମୋଦ ପ୍ରଧାନଙ୍କ ଏକମାତ୍ର ପୁଅ ଶନିଶ୍ଚର ପ୍ରଧାନ । ଯେଉଁଠି ଶଗଡ଼ରେ ବସି ଶାଶୁଘରକୁ ଆସିଛି ନବବଧୂ । ଏଥିସହ କାଳକ୍ରମେ ଲୋପ ପାଉଥିବା ସେହି ପରମ୍ପରା ପୁଣି ଥରେ ଉଜ୍ଜୀବିତ ହୋଇଛି ।
/filters:format(webp)/sambad/media/media_files/2026/02/28/new-project-4-2026-02-28-22-42-38.jpg)
ଆହୁରି ପଢନ୍ତୁ- Iran: ଇରାନରେ ଭାରତୀୟ ଛାତ୍ରୀଙ୍କ ଚିତ୍କାର: ଇରାନରେ ଭାରତୀୟ ଛାତ୍ରୀଙ୍କ ଚିତ୍କାର: ସୁରକ୍ଷିତ ସ୍ଥାନାନ୍ତର ପାଇଁ ସରକାରଙ୍କୁ ଆକୁଳ ନିବେଦନ
କବିସୂର୍ଯ୍ୟନଗର ଓଡ଼ିଆ ସାହିରୁ ଶଗଡ଼ ଆଣି ରାତି ସାରା ତାକୁ ସଜା ଯାଇଥିଲା । ଭଳିକି ଭଳି ଫୁଲ ଏବଂ ରଙ୍ଗବେରଙ୍ଗର କପଡ଼ାରେ ଶଗଡ଼କୁ ସବାରୀ ପରି ସଜାଯାଇଥିଲା । ଆଉ ତାପର ଦିନ ପୋଲସରା ବ୍ଲକ କଳମ୍ବ ଗ୍ରାମ ସ୍କୁଲସାହିର ଦେବରାଜ ପ୍ରଧାନଙ୍କ ଝିଅ ବର୍ଷା ପ୍ରଧାନଙ୍କୁ ବହୂ କରି ଆଣିବାକୁ ଯାଇଥିଲା ଶଗଡ଼ । ରୀତିନୀତି ଅନୁସାରେ ଝିଅ ବାପଘରୁ ବିଦାହେବା ରାସ୍ତାରେ ଆଗେଇ ଚାଲିଥିଲା ଶଗଡ଼ । ଆଉ ରୁପା ଶଗଡ଼ିରେ ସୁନା କନିଆଁ ହାତେ ଓଢଣା ଟାଣି ଗୋଟେ ନିଆରା ଅନୁଭୂତିର ମଜାନେଉଥିଲା । ପରେ ଶଗଡ଼ି ଶାଶୁଘରେ ପହଞ୍ଚିବା ପରେ ଶନିଶ୍ଚରଙ୍କ ସହ ବାହାଘର ହୋଇଥିଲା । ଏଭଳି ଉଦ୍ୟମକୁ ସମସ୍ତେ ପ୍ରଶଂସା କରୁଥିବା ବେଳେ ଶଗଡ଼ରେ ବୋହୂ ଆସିଲା ବେଳେ ରାସ୍ତାରେ ଶଗଡ଼ ସହ ଲୋକେ ସେଲ୍ଫି ନେଉଥିଲେ ଏବଂ ଘଡ଼ିଏ ଅଟକି ବୁଲି ଚାହୁଁଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/02/28/unique-wedding-2026-02-28-22-35-03.jpeg)