ପ୍ରେମ ପାଇଁ ଅକଥନୀୟ ଯନ୍ତ୍ରଣା: ବଳଦ ହୋଇ ଚଷିବା ଘଟଣାରେ ପ୍ରଶାସନିକ ତଦନ୍ତ ଆରମ୍ଭ

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କଞ୍ଜାମଯୋଡ଼ି ଗ୍ରାମରେ ପ୍ରେମୀ ଯୁଗଳଙ୍କୁ ବଳଦ କରି ଜମି ଚାଷ କରେଇବା ଏବଂ ବେତ୍ରାଘାତ କରିବା ଭଳି ଘଟଣା କଙ୍ଗାରୁକୋର୍ଟରେ ଗ୍ରାମବାସୀଙ୍କ ଦ୍ୱାରା ନିର୍ଯ୍ୟାତନା ଦିଆ ଯିବା ଘଟଣାରେ ଶନିବାର ପ୍ରଶାସନ ମୁହଁ ଖୋଲିଛି...

Unspeakable pain for love: Administrative investigation begins for Couple forced to wear yoke, beaten like oxen

Unspeakable pain for love: Administrative investigation begins for Couple forced to wear yoke, beaten like oxen Photograph: (sambad.in)

ରାୟଗଡା: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କଞ୍ଜାମଯୋଡ଼ି ଗ୍ରାମରେ ପ୍ରେମୀ ଯୁଗଳଙ୍କୁ ବଳଦ କରି ଜମି ଚାଷ କରେଇବା ଏବଂ ବେତ୍ରାଘାତ କରିବା ଭଳି ଘଟଣା କଙ୍ଗାରୁକୋର୍ଟରେ ଗ୍ରାମବାସୀଙ୍କ  ଦ୍ୱାରା ନିର୍ଯ୍ୟାତନା ଦିଆ ଯିବା ଘଟଣାରେ ଶନିବାର ପ୍ରଶାସନ ମୁହଁ ଖୋଲିଛି ।

ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ନିନ୍ଦା କରିବା ସହ ରାୟଗଡା ଉପଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଉପଜିଲ୍ଲାପାଳ ରମେଶ କୁମାର ଜେନାଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ ହେବ । ଏହି ଟିମ୍‌ରେ କଲ୍ୟାଣସିଂହପୁର ବିଡିଓ,ତହସିଲଦାର,ସିଡିପିଓ ଓ ସମାଜ ମଙ୍ଗଳ ଅଧିକାରୀ କଞ୍ଜାମଯୋଡ଼ି ଗ୍ରାମକୁ ଯାଇ ତଦନ୍ତ କରିବେ ଏବଂ ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାୟଗଡା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି 

ଅଧିକ ପଢ଼ନ୍ତୁ: ଆଉ ନିର୍ବାଚନ ଲଢ଼ିବି ନାହିଁ: ଜୁଆଲ ଓରାମ

ସୂଚନାଯୋଗ୍ୟ,ପୀୟୁସି ଓ ପୁତୁରାଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ବିରୋଧ କରି କିଛି ଦିନତଳେ  କଞ୍ଜାମଯୋଡ଼ି ଗ୍ରାମବାସୀ ଦୁଇ ପ୍ରେମୀ ଯୁଗଳଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେବା ସହ ବେକରେ ଲଙ୍ଗଳ ଲଗାଇ ଜମିରେ ଚାଷ କରାଇଥିଲେ । ଯାହା ମାନବଅଧିକାରକୁ କ୍ଷୁର୍ଣ୍ଣ କରିଛି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହୋଇଥିଲା ।

ଏହି ଘଟଣାକୁ  ଗ୍ରାମର ଲୋକେ ଅତି ସାଧାରଣ ଭାବେ ଗ୍ରହଣ କରିଥିବା ବେଳେ ଏହା ଆମ ଆଦିବାସୀ ପରମ୍ପରା ବୋଲି ପ୍ରକାଶ କରିଥିଲେ । ଏଥିସହ ଏମିତି ହଳ ବୁଲାଇଲେ ଗାଁରେ କେବେ ବିପତ୍ତି ଆସିବ ନାହିଁ ଓ  ଭଲ ଫସଲ ହେବ ବୋଲି ମତ ଦେଇଥିଲେ।

ତେବେ ଏହି ଘଟଣା ପ୍ରଥମେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତଦନ୍ତ ନିର୍ଦେଶ ଦିଆଯାଇଛି।  ଏହି ତଦନ୍ତକାରୀ ଟିମ୍ ଗ୍ରାମକୁ ଯାଇ ତଦନ୍ତ କରିବେ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନାରୁ ଜଣାପଡିଛି ଗତକାଲି କଲ୍ୟାଣସିଂହପୁର ପୁଲିସ କଞ୍ଜାମଯୋଡ଼ି ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିଛନ୍ତି। ପୁଲିସର ପ୍ରାରମ୍ଭିକ ସୂତ୍ରରୁ ଜଣାଯାଇଛି ୬ ଜଣଙ୍କ ସହ ଅନ୍ୟ କିଛି ଲୋକଙ୍କ ବିରୋଧରେ କେସ୍ ରୁଜୁ ହୋଇଛି। ଏହା ସହ ପ୍ରେମୀ ଯୁଗଳଙ୍କ ଅବସ୍ଥିତି ନେଇ ପୁଲିସ ଓ ପ୍ରଶାସନ ଛାନଭିନ୍ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ: କେବଳ ମଦ୍ୟପାନ, ଧୂମପାନ ନୁହେଁ; ଅତ୍ୟଧିକ ରାଗିବା ଦ୍ବାରା ବି ହୋଇଥାଏ ଏହି ସବୁ ରୋଗ...

Raighar | Crime 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe