US report warns: ସତର୍କ କରାଇଲା ଆମେରିକାର ରିପୋର୍ଟ: ୨୦୨୬ରେ ଭାରତ-ପାକ୍‌ ଯୁଦ୍ଧ!

Advertisment

ଆମେରିକାର ପ୍ରମୁଖ ଥିଙ୍କ୍‌ ଟ୍ୟାଙ୍କ୍ କାଉନ୍‌ସିଲ ଅନ୍ ଫରେନ୍ ରିଲେସନ୍ସ (ସିଏଫ୍‌ଆର୍)ର ନୂଆ ରିପୋର୍ଟ ସତର୍କ କରାଇଛି  ଯେ ୨୦୨୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇପାରେ। କାଶ୍ମୀରରେ ଆତଙ୍କୀ  କାର୍ଯ୍ୟକଳାପ ହିଁ ଯୁଦ୍ଧର କାରଣ ହେବ।

ଆମେରିକାର ପ୍ରମୁଖ ଥିଙ୍କ୍‌ ଟ୍ୟାଙ୍କ୍ କାଉନ୍‌ସିଲ ଅନ୍ ଫରେନ୍ ରିଲେସନ୍ସ (ସିଏଫ୍‌ଆର୍)ର ନୂଆ ରିପୋର୍ଟ ସତର୍କ କରାଇଛି  ଯେ ୨୦୨୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇପାରେ। କାଶ୍ମୀରରେ ଆତଙ୍କୀ  କାର୍ଯ୍ୟକଳାପ ହିଁ ଯୁଦ୍ଧର କାରଣ ହେବ।

ind pak

ନୂଆଦିଲ୍ଲୀ: ଆମେରିକାର ପ୍ରମୁଖ ଥିଙ୍କ୍‌ ଟ୍ୟାଙ୍କ୍ କାଉନ୍‌ସିଲ ଅନ୍ ଫରେନ୍ ରିଲେସନ୍ସ (ସିଏଫ୍‌ଆର୍)ର ନୂଆ ରିପୋର୍ଟ ସତର୍କ କରାଇଛି  ଯେ ୨୦୨୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇପାରେ। କାଶ୍ମୀରରେ ଆତଙ୍କୀ  କାର୍ଯ୍ୟକଳାପ ହିଁ ଯୁଦ୍ଧର କାରଣ ହେବ। କେବଳ ସେତିକି ନୁହେଁ, ଦୁଇ ଦେଶ ଅସ୍ତ୍ର କ୍ରୟ ବଢ଼ାଇଥିବାରୁ ଉତ୍ତେଜନା ଆହୁରି ବଢ଼ିପାରେ ବୋଲି ରିପୋର୍ଟ ଦର୍ଶାଇଛି। ମୁଖ୍ୟତଃ ଚୀନ୍‌ ପ୍ରଦତ୍ତ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭରଶୀଳ ପାକିସ୍ତାନ ଏବେ ଯୁଦ୍ଧବିମାନ ସଂଖ୍ୟା ବଢ଼ାଇବା ପାଇଁ ସବୁ ଶକ୍ତି ଲଗାଇ ଦେଇଛି। ଭାରତ ମଧ୍ୟ ପ୍ରତିରକ୍ଷା ବଜେଟ୍ ବଢ଼ାଇ ଅତ୍ୟାଧୁନିକ ଅସ୍ତ୍ର କ୍ରୟ କରୁଛି ଏବଂ ଖୁବ୍‌ କମ୍‌ ସମୟରେ ଲକ୍ଷ୍ୟ ହାସଲ ରଣନୀତିରେ କାମ କରୁଛି।

Atal Marg:ଭଦ୍ରକ ସହରର ମୁଖ୍ୟ ରାସ୍ତା "ଅଟଳ ମାର୍ଗ" ର ଭିତ୍ତି ପ୍ରସ୍ତର ସ୍ଥାପନ

ପରମାଣୁ ସାମର୍ଥ୍ୟ ଯୋଗୁଁ ଯୁଦ୍ଧ ଭୟାନକ ହୋଇପାରେ
କାଶ୍ମୀରରେ ଆତଙ୍କୀ ଉତ୍ପାତ ହେବ ଯୁଦ୍ଧର କାରଣ
ଉଭୟ ରାଷ୍ଟ୍ର ଅସ୍ତ୍ର କିଣାରେ ବ୍ୟସ୍ତ

ରିପୋର୍ଟ ମୁତାବକ ପହଲ୍‌ଗାମ ଆକ୍ରମଣ ପରେ ଭାରତର ଅପରେସନ୍ ‘ସିନ୍ଦୂର’ ଭଳି ଘଟଣା ଆଗାମୀ ବର୍ଷ ପୁନରାବୃତ୍ତି ହେଲେ ଦୁଇ ପରମାଣୁ ଶକ୍ତିସଂପନ୍ନ ଦେଶ ମଧ୍ୟରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ଆଶଙ୍କା ରହିଛି। କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପାକିସ୍ତାନ ଲଗାତାର ପ୍ରୋତ୍ସାହିତ କରୁଛି। ଏହାକୁ ଭାରତ ଅଧିକ କାଳ ବରଦାସ୍ତ କରିବ ନାହିଁ। ଅର୍ଥନୈତିକ ସଙ୍କଟ ସତ୍ତ୍ୱେ ପାକିସ୍ତାନ ଅସ୍ତ୍ର କ୍ରୟ ଜାରି ରଖିବା ତା’ର ମନ୍ଦ ଉଦ୍ଦେଶ୍ୟକୁ ସୂଚାଉଛି। ଚୀନ୍‌ ସହ କେତେକ ଗୁପ୍ତ ବୁଝାମଣାରେ ପାକିସ୍ତାନ ଏବେ ଅସ୍ତ୍ର ହାସଲ କରୁଛି ଏବଂ ଭାରତ ଏହା ଉପରେ ତୀକ୍ଷ୍‌ଣ ନଜର ରଖିଛି।

Freedom Fighter Chakra Bisoi: ସ୍ଵାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ଜୟନ୍ତୀ ପାଳିତ

ରିପୋର୍ଟ ଅନୁସାରେ, ଦୁଇ ଦେଶର ପରମାଣୁ ସାମର୍ଥ୍ୟ ଯୋଗୁଁ ଯୁଦ୍ଧର ପରିଣାମ ଭୟଙ୍କର ହେବ। ତେବେ ଅପରେସନ୍ ‘ସିନ୍ଦୂର’ ପରେ ଯୁଦ୍ଧବିରତି ହେବା ଭଳି ଘଟଣା ପ୍ରମାଣିତ କରିଛି ଯେ କୂଟନୈତିକ ଚେଷ୍ଟା ଦ୍ୱାରା ଉତ୍ତେଜନା ନିୟନ୍ତ୍ରଣ କରାଯାଇପାରେ। ରିପୋର୍ଟରେ ଆମେରିକା ଓ ଅନ୍ୟ ଦେଶଗୁଡ଼ିକୁ ଏହି ଉତ୍ତେଜନା କମାଇବା ପାଇଁ ମଧ୍ୟସ୍ଥତା କରିବାକୁ ପରାମର୍ଶ ଦିଆଯାଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଥିଲେ ମଧ୍ୟ ପରସ୍ପର ପ୍ରତି ଘୋର ଅବିଶ୍ବାସ ସ୍ଥିତି ଜାରି ରହିଛି। ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ ଜାରି ରଖିଛି ଓ ଭାରତ ଏ କ୍ଷେତ୍ରରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରୁଛି। ଆମେରିକୀୟ ରିପୋର୍ଟ ଦକ୍ଷିଣ ଏସିଆର ସ୍ଥିରତା ଉପରେ ପ୍ରଶ୍ନ ଉଠାଇବା ସହ କହିଛି ଯେ ଯୁଦ୍ଧସ୍ଥିତିରେ ଆମେରିକା ଓ ରୁଷ୍‌ର ଭୂମିକା ନିର୍ଣ୍ଣାୟକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe