Advertisment

Utkal Cultural: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ମୁରବିଶୂନ୍ୟ

Advertisment

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ୨୦୨୩ ଫେବ୍ରୁଆରି ୨୦ରେ ତତ୍‌କାଳୀନ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ.....

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ୨୦୨୩ ଫେବ୍ରୁଆରି ୨୦ରେ ତତ୍‌କାଳୀନ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ.....

Untitled-2

ଭୁବନେଶ୍ବର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ୨୦୨୩ ଫେବ୍ରୁଆରି ୨୦ରେ ତତ୍‌କାଳୀନ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ସଂକ୍ଷିପ୍ତ ତାଲିକାରେ ଥିବା ୩ ଆଶାୟୀଙ୍କ ମଧ୍ୟରୁ ପ୍ରଫେସର ସ୍ବାଇଁଙ୍କୁ ନିଯୁକ୍ତି ଦେଇଥିଲେ। ୩ ବର୍ଷ ପାଇଁ ନିଯୁକ୍ତି ପାଇଥିବା ପ୍ରଫେସର ସ୍ବାଇଁଙ୍କ କାର୍ଯ୍ୟକାଳ ଚଳିତ ମାସ ୨୧ ତାରିଖରେ ସରିଛି। କାର୍ଯ୍ୟକାଳ ଶେଷ ହେବା କ୍ଷଣି ସିଏ ଦାୟିତ୍ୱ ଛାଡ଼ିଛନ୍ତି। ଏହାରି ଭିତରେ ୪ଦିନ ବିତିଯାଇଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ କୁଳପତି ଦାୟିତ୍ବ କାହାକୁ ଦିଆଯାଇ ନାହିଁ। ତେଣୁ ମୁରବିଶୂନ୍ୟ ହୋଇଛି ରାଜ୍ୟର ଏକମାତ୍ର ତଥା ଦେଶର ପ୍ରଥମ ସଂସ୍କୃତି ବିଶ୍ବବିଦ୍ୟାଳୟ।

Don't move the file : ବିନା ଲାଞ୍ଚରେ ଆଗକୁ ଘୁଞ୍ଚୁନି ଫାଇଲ୍‌


ପ୍ରଫେସର ସ୍ବାଇଁଙ୍କ ସ୍ଥାନରେ କିଏ କୁଳପତି ଦାୟିତ୍ବରେ ରହିବେ ‌ସେନେଇ କ୍ୟାମ୍ପସରେ ଚର୍ଚ୍ଚା ଚାଲିଛି। ବିଶ୍ବବିଦ୍ୟାଳୟର କୌଣସି ପ୍ରଫେସରଙ୍କୁ ଦାୟିତ୍ବ ଦେବାକୁ ଯୋଜନା ହେଉଥିଲେ ମଧ୍ୟ ଆଇନରେ କେତେକ ପ୍ରତିବନ୍ଧକ ସାମନାକୁ ଆସିଛି। ପୂର୍ବରୁ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବା କ୍ଷଣି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଭାରପ୍ରାପ୍ତ କୁଳପତି ଦାୟିତ୍ବ ତୁଲାଉଥିଲେ। ଏନେଇ ରାଜ୍ୟପାଳ ତଥା କୁଳାଧିପତିଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଉଥିଲା। ଏଥର ୪ଦିନ ବିତିଥିଲେ ମଧ୍ୟ କିଛି ବି ସୋର ଶବ୍ଦ ନାହିଁ। ସଂସ୍କୃତି ବିଭାଗ ଓ ରାଜଭବନ ଶେଷ ନିଷ୍ପତ୍ତି ନେବାକୁ ଥିବାରୁ ଏବେ ସମସ୍ତଙ୍କ ନଜର ଏହି ଦୁଇ କାର୍ଯ୍ୟାଳୟ ଉପରେ ରହିଛି। କାହାକୁ ଭାରପ୍ରାପ୍ତ ଦାୟିତ୍ବ ଦେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ନା କୁଳପତି ପଦବି ସେମିତି ଖାଲି ରହିବ, ସେନେଇ ସଂଶୟ ଲାଗିରହିଛି।

BSNL: ଚର୍ଚ୍ଚାରେ ବିଏସ୍‌ଏନ୍‌ଏଲ୍‌ ବାବୁଙ୍କ ରାଜକୀୟ ଗସ୍ତ: ସ୍ନାନ, ମନ୍ଦିର ବୁଲା ପାଇଁ ୫୦ ଅଧିକାରୀଙ୍କୁ ଦାୟିତ୍ବ


ଅନ୍ୟପଟେ କୁଳପତି ନ ଥିବାରୁ ବିଶ୍ବବିଦ୍ୟାଳୟ କୁଳସଚିବ ଅନାମିକା ଅଧିକାରୀଙ୍କ ତତ୍ତ୍ବାବଧାନରେ କ୍ୟାମ୍ପସରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ହେଲେ କୁଳପତି ନ ଥିବାରୁ ଅନେକ ଗୁରୁତ୍ବପୂର୍ଣ୍ଣ ଫାଇଲ୍‌ ଆଗକୁ ବଢ଼ିପାରୁ ନାହିଁ। ଦସ୍ତଖତ ହେଉ ନ ଥିବାରୁ ସେମିତି କୁଳପତିଙ୍କ କାର୍ଯ୍ୟାଳୟରେ ଫାଇଲ୍‌ ପଡ଼ିରହିଛି। କେବଳ ସେତିକି ନୁ‌ହେଁ, ଆଉ ୪ ଦିନ ପରେ ଫେବ୍ରୁଆରି ମାସ ଶେଷ ହେଉଥିବାରୁ ଦରମା ପ୍ରଦାନରେ ମଧ୍ୟ ସମସ୍ୟା ଉପୁଜିପାରେ। ତେଣୁ ଶିକ୍ଷକ, ଅଣଶିକ୍ଷକ ଓ କର୍ମଚାରୀମାନେ ଏନେଇ ଆଶଙ୍କା ପ୍ରକାଶ କରିବା ସହ ତୁରନ୍ତ ଭାରପ୍ରାପ୍ତ କୁଳପତି ନିଯୁକ୍ତି ଦେବାକୁ ଦାବି କରିଛନ୍ତି। ସେହିପରି କୁଳପତି ନ ଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏବେ ବି ପ୍ର‌ଫେସର ସ୍ବାଇଁକୁ କୁଳପତି ଭାବେ ଅବିହିତ କରାଯାଇ ୱେବ୍‌ସାଇଟ୍‌ର ହୋମ୍‌ ପେଜ୍‌ରେ ତାଙ୍କ ଫଟୋ ସହ ବାର୍ତ୍ତା ଉଲ୍ଲେଖ ରହିଛି।
ଗୋଟିଏ ପଟେ ଉଚ୍ଚଶିକ୍ଷା ବିଭାଗ ଅଧୀନ ୧୪ଟି ବିଶ୍ବବିଦ୍ୟାଳୟରେ କୁଳପତି ନାହାନ୍ତି। ଆଉ ଏବେ ସଂସ୍କୃତି ବିଭାଗ ଅଧୀନ ସଂସ୍କୃତି ବିଶ୍ବବିଦ୍ୟାଳୟ ମଧ୍ୟ ମୁରବିଶୂନ୍ୟ। ଫଳରେ ଏବେ ରାଜ୍ୟର ୧୫ଟି ବିଶ୍ବବିଦ୍ୟାଳୟରେ ନିୟମିତ କୁଳପତି ନାହାନ୍ତି।ସଂସ୍କୃତି ବିଶ୍ବବିଦ୍ୟାଳୟର ନୂତନ କୁଳପତି ଚୟନ ଲାଗି ଆବେଦନ ପ୍ରକ୍ରିୟା ଜାରି ରହିଛି। ଏବେ ସୁଦ୍ଧା ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୮ଜଣ ପ୍ରଫେସର ଆବେଦନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe