Uttar Pradesh: ଉତ୍ତରାରେ ଚାଞ୍ଚଲ୍ୟ: ଛୁରି ଭୁସି କିନ୍ନରଙ୍କୁ ମାରିଦେଲେ

Advertisment

ପ୍ରାଣ ବିକଳରେ କିନ୍ନରଜଣକ ଧାଉଁଥିଲେ। ପିଠିରୁ ଧାରଧାର ରକ୍ତ ବହିଯାଉଥିଲା। ପଛରେ ରକ୍ତଭିଜା ଛୁରି ଧରି ଗୋଡ଼ାଇଥିଲା ଜଣେ ଦୁର୍ବୃତ୍ତ। ମାତ୍ର ୧୦/୧୨ ଗଜ ଦୂର ଧାଇଁବା ପରେ କିନ୍ନରଜଣକ ପଡ଼ିଗଲେ।

ପ୍ରାଣ ବିକଳରେ କିନ୍ନରଜଣକ ଧାଉଁଥିଲେ। ପିଠିରୁ ଧାରଧାର ରକ୍ତ ବହିଯାଉଥିଲା। ପଛରେ ରକ୍ତଭିଜା ଛୁରି ଧରି ଗୋଡ଼ାଇଥିଲା ଜଣେ ଦୁର୍ବୃତ୍ତ। ମାତ୍ର ୧୦/୧୨ ଗଜ ଦୂର ଧାଇଁବା ପରେ କିନ୍ନରଜଣକ ପଡ଼ିଗଲେ।

hf08g2no_murder-generic_625x300_27_June_19

Photograph: (google)

ଭୁବନେଶ୍ବର/ପିପିଲି: ପ୍ରାଣ ବିକଳରେ କିନ୍ନରଜଣକ ଧାଉଁଥିଲେ। ପିଠିରୁ ଧାରଧାର ରକ୍ତ ବହିଯାଉଥିଲା। ପଛରେ ରକ୍ତଭିଜା ଛୁରି ଧରି ଗୋଡ଼ାଇଥିଲା ଜଣେ ଦୁର୍ବୃତ୍ତ। ମାତ୍ର ୧୦/୧୨ ଗଜ ଦୂର ଧାଇଁବା ପରେ କିନ୍ନରଜଣକ ପଡ଼ିଗଲେ। ଦୁର୍ବୃତ୍ତଜଣକ ଛୁରିରେ ବାରମ୍ବାର ଭୁସିଚାଲିଲା। କିଛି ସମୟ ଛଟପଟ ହେବା ପରେ କିନ୍ନରଜଣକ ନିସ୍ତେଜ ହୋଇଗଲେ। ଏହାପରେ ବାଇକ୍‌ ଯୋଗେ ଦୁଇ ଦୁର୍ବୃତ୍ତ ସେଠାରୁ ପଳାଇଗଲେ। ଜାତୀୟ ରାଜପଥ ଉପରେ ଅନେକ ଲୋକ ଏଭଳି ଭୟଙ୍କର ଦୃଶ୍ୟ ଦେଖୁଥିଲେ ହେଁ କେହି ଅଟକାଇ ପାରିନଥିଲେ। ରବିବାର ରାତି ପ୍ରାୟ ୯ଟା ବେଳେ ଭୁବନେଶ୍ବର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଉତ୍ତରା ଛକ ନିକଟ ସିଫା ପାଖରେ ଘଟିଛି ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ। ମୃତକ ହେଲେ ସାଲେପୁର ଅଞ୍ଚଳର ସୋନା। ଧଉଳି ଓ ପିପିଲି ଥାନା ପୁଲିସ ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ହତ୍ୟାକାରୀଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି।   

Odisha Parab: ଗୁଆହାଟୀରେ ଓଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନର ଭବ୍ୟ ପ୍ରଦର୍ଶନୀ ସମାପ୍ତ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ସୋନା ସିଫା ଛକଦେଇ ଚାଲିଚାଲି ଯାଉଥିଲେ। ବାଇକ୍‌ରେ ପିଛା କରୁଥିବା ଦୁଇ ଯୁବକ ତାଙ୍କୁ ଅଟକାଇଥିଲେ। କୌଣସି କଥାକୁ ନେଇ ବଚସା ହେବା ପରେ ହଠାତ୍ ଜଣେ ଯୁବକ ଛୁରି କାଢ଼ି ସୋନାଙ୍କୁ ଆକ୍ରମଣ କରିଥିଲା। ସୋନା ଜୀବନ ବିକଳରେ ଦୌଡ଼ିବାରୁ ଦୁର୍ବୃତ୍ତଜଣକ ଗୋଡ଼େଇ ଗୋଡ଼େଇ ପଛରୁ ଛୁରି ଭୁସି ଚାଲିଥିଲା। ସେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତ ମୁଣ୍ଡ, ଗୋଡ଼ ଓ ଜଙ୍ଘକୁ ବାରମ୍ବାର ଭୁସି ପକାଇଲା। ଏଭଳି କାଣ୍ଡ ଦେଖି ‌ପଥଚାରୀମାନେ ଅଟକିଗଲେ ସିନା ଭୟରେ ପାଖ ମାଡ଼ିଲେନି। ଦୁର୍ବୃତ୍ତମାନେ ପଳାଇବାର କିଛି ସମୟ ପରେ ଧଉଳି ଥାନା ପୁଲିସ ପହଞ୍ଚି ସୋନାଙ୍କୁ କ୍ୟାପିଟାଲ୍‌ ହସ୍‌ପିଟାଲକୁ ପଠାଇଥିଲା। ମାତ୍ର ସେତେବେଳକୁ ସବୁ କିଛି ଶେଷ ହୋଇଯାଇଥିଲା। ଖବର ପାଇ ରାଜଧାନୀର ବିଭିନ୍ନ ଅଞ୍ଚଳରୁ କିନ୍ନରମାନେ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ଉତ୍ତେଜନା ବଢ଼ିବା ଦେଖି ପୁଲିସ ମୁତୟନ କରାଯାଇଥିଲା। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମାତ୍ର ଦୁଇ ଦିନ ହେଲା ସୋନା ଭୁବନେଶ୍ବର ଆସି ଉତ୍ତରା ଅଞ୍ଚଳରେ ରହୁଥିଲେ। ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Cricket: ତୁଫୈଲଙ୍କ ପଦାର୍ପଣ ୮ ୱିକେଟ୍‌ ବେକାର; ପରାଜୟରେ ଋତୁ ଶେଷ କଲା ଓଡ଼ିଶା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe