ପୁଲିସ କ୍ୟାମ୍ପ ନହଟାଇବାକୁ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ପୁଲିସ କ୍ୟାମ୍ପକୁ ହଟାଇବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବା ପରେ ଗ୍ରାମବାସୀ କ୍ୟାମ୍ପ ନହଟାଇବା ନେଇ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗ୍ରାମବାସୀଙ୍କ କହିବା ହେଲା କ୍ୟାମ୍ପ ରହିବା ଯୋଗୁଁ ଗାଁକୁ ରାସ୍ତା ହେଲା`

Mkg naxal camp not to withdraw

ମାଲକାନଗିରି: ଛତିଶଗଡ଼ର କାଂକେର ଜିଲ୍ଲାର ଜାଡେକୁର୍ସେ ଗ୍ରାମରେ ରହିଥିବା ପୁଲିସ କ୍ୟାମ୍ପକୁ ହଟାଇବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବା ପରେ ଗ୍ରାମବାସୀ କ୍ୟାମ୍ପ ନହଟାଇବା ନେଇ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗ୍ରାମବାସୀଙ୍କ କହିବା ହେଲା କ୍ୟାମ୍ପ ରହିବା ଯୋଗୁଁ ଗାଁକୁ ରାସ୍ତା ହେଲା, ବିଜୁଳି ଆସିଲା, ପାଣି ମିଳିଲା, ସ୍କୁଲ ଖୋଲିଲା, ଲୋକେ ଶାନ୍ତିରେ ଶୋଇପାରିଲେ। କ୍ୟାମ୍ପ ଥିବା ଯୋଗୁଁ ସରକାରୀ ଯୋଜନା ଏଠାରେ ପହଞ୍ଚିଛି। ଯଦି କ୍ୟାମ୍ପ ଏଠାରୁ ହଟିବ ତେବେ ଏହି ଅଂଚଳ ପୁଣି ବେକଫୁଟକା ଚାଲିଯିବ ବୋଲି ଗ୍ରାମବାସୀ କହିଛନ୍ତି। ପୁଣି ପ୍ରତିଦିନ ଡରି ଡରି ବଞ୍ଚିବାକୁ ପଡ଼ିବ। ନକ୍ସଲ ପୁଣି ଏହି ଅଂଚଳକୁ ନିଜ କବଜାକୁ ନେଇ ଆମକୁ ସାଧିବେ।

ଏହି ଖବର ପଢ଼ନ୍ତୁ: ସ୍ବାଭିମାନ ଅଂଚଳରୁ ପୁଣି ମାଓ ଡମ୍ପ ଉଦ୍ଧାର

ପୂର୍ବରୁ ନକ୍ସଲ ପ୍ରଭାବିତ ଗାଁଗୁଡ଼ିକରେ ଲୋକେ ପୁଲିସ କ୍ୟାମ୍ପ ନକରିବା ପାଇଁ ଆନ୍ଦୋଳନ କରୁଥିଲେ। ପରେ ଯେତେବେଳେ କ୍ୟାମ୍ପ ବସିଲା ଏବଂ ଏହାର ଫାଇଦା ଲୋକଙ୍କୁ ମିଳିଲା। ଲୋକେ ବିକାଶ କଣ ବୁଝିପାରିଲେ। ଏବେ ନକ୍ସଲଙ୍କୁ ଆଉ ସମର୍ଥନ କରିବୁ ନାହିଁ ବୋଲି କହିବା ସହ କ୍ୟାମ୍ପକୁ ଏଠାରେ ନକ୍ସଲ ରାଜ୍ୟରୁ ମୂଳପୋଛ ନହେବା ପର୍ଯ୍ୟନ୍ତ ହଟାନଯାଉ ବୋଲି ଜିଦରେ ଅଟଳ ରହିଛନ୍ତି ଗ୍ରାମବାସୀ। ଜାଡେକୁର୍ସେ ଗାଁଟି ସଂପୂର୍ଣ୍ଣ ଭାବେ ନକ୍ସଲ ପ୍ରଭାବିତ ଅଂଚଳଥିଲା।

ଏହି ଖବର ପଢ଼ନ୍ତୁ: ଲିଙ୍ଗ ବଦଳାଇଲେ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ପୁଅ

ଗତ ୨୦୦୮ ମସିହାରେ ଏଠାରେ ସିଏଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା। ଲଗାତାର ଯବାନଙ୍କ ଦ୍ବାରା ଏହି ଅଂଚଳରେ ଅପରେସନ କରାଯିବାରୁ ନକ୍ସଲ ଏହି ଅଂଚଳ ଛାଡି ଚାଲିଗଲେ। ଦୀର୍ଘ ଦିନ ହେଲା ଏହି ଅଂଚଳରେ ଆଉ ନକ୍ସଲ ଗତିବିଧି ନାହିଁ। ତେଣୁ ପୁଲିସ ଏହି ଅଂଚଳରେ ସିଏଏଫ କ୍ୟାମ୍ପ ହଟାଇବା ନେଇ ନିଷ୍ପତ୍ତି ନେବା ସହ କ୍ୟାମ୍ପ ହଟାଇବା ପ୍ରସ୍ତୁତି ଆରମ୍ଭ କରିଥିଲା।

ଏହି ଖବର ପଢ଼ନ୍ତୁ: ପଶ୍ଚିମବଙ୍ଗ-ଓଡିଶା-ଛତିଶଗଡ ପାଇଁ ୭୨୫ କୋଟି ଟଙ୍କା ମଞ୍ଜୁର

ଏହି ଖବର ଗ୍ରାମବାସୀଙ୍କ ନିକଟରେ ପହଞ୍ଚିବା ପରେ ତୁରନ୍ତ ଗ୍ରାମବାସୀ ଧାରଣାରେ ବସିଥିଲେ। ଏହା ପୂର୍ବରୁ ନକ୍ସଲ ଏହି ଗ୍ରାମରେ ବହୁ ଲୋକଙ୍କୁ ହତ୍ୟା କରିଛନ୍ତି। ଲୋକଙ୍କ ମନରୁ ଏବେ ବି ଲିଭିନାହିଁ। କ୍ୟାମ୍ପ ବସିବା ପରେ ଘରେ ସୁଖଶାନ୍ତି ରହିଛି। କାଂକେର ସାଂସଦ ଭୋଗରାଜ ନାଗଙ୍କୁ ମଧ୍ୟ ଗ୍ରାମର ମହିଳାମାନେ କ୍ୟାମ୍ପ ନହଟାଇବାକୁ ଅନୁରୋଧ କରିଛନ୍ତି। ଏସପି ସଂଦୀପ ପାଟିଲଙ୍କ କହିବା ଅନୁଯାୟୀ ଏହା ଏକ ପ୍ରକ୍ରିୟା।ନକ୍ସଲ ହଟିବା ପରେ କ୍ୟାମ୍ପ ହଟିଥାଏ। ଅନ୍ୟ ପ୍ରଭାବିତ ଅଂଚଳରେ ଏହି କ୍ୟାମ୍ପକୁ ପ୍ରତିଷ୍ଠା କରାଯାଇଥାଏ। କିନ୍ତୁ ଗ୍ରାମବାସୀଙ୍କ ଆନ୍ଦୋଳନ ପରେ ଏହାକୁ ହଟାଯିବ ନାହିଁ ବୋଲି ସେ କହିଛନ୍ତି। ପ୍ରଶାସନ ତରଫରୁ ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଗ୍ରାମବାସୀ ଧାରଣାରୁ ହଟିବେ ନାହିଁ ବୋଲି ଧମକ ଦେଇଛନ୍ତି।

ଏହି ଖବର ପଢ଼ନ୍ତୁ: ‘ସୁରଭି’ରେ ଯୋଗ ଦେବେ ୨୦୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe