Advertisment

Water crisis: ଚିଲିକାରେ ଜଳସଙ୍କଟ

Advertisment

ଚିଲିକା ବ୍ଲକ୍‌ର ଅଧିକାଂଶ ଅଞ୍ଚଳ ଚିଲିକା ନିକଟବର୍ତ୍ତୀ ହୋଇ ଥିବାରୁ ଏଠାରେ ପ୍ରାୟ ସମସ୍ତ କୂପ, ପୁଷ୍କରିଣୀ, ଏପରିକି ଅନେକ ନଳକୂପର ଜଳ ଲବଣାକ୍ତ ଅଟେ। ଏଣୁ ପ୍ରାୟ ସମସ୍ତେ ପାଇପ୍‌ ଜଳ ଉପରେ ନିର୍ଭର କରନ୍ତି।

ଚିଲିକା ବ୍ଲକ୍‌ର ଅଧିକାଂଶ ଅଞ୍ଚଳ ଚିଲିକା ନିକଟବର୍ତ୍ତୀ ହୋଇ ଥିବାରୁ ଏଠାରେ ପ୍ରାୟ ସମସ୍ତ କୂପ, ପୁଷ୍କରିଣୀ, ଏପରିକି ଅନେକ ନଳକୂପର ଜଳ ଲବଣାକ୍ତ ଅଟେ। ଏଣୁ ପ୍ରାୟ ସମସ୍ତେ ପାଇପ୍‌ ଜଳ ଉପରେ ନିର୍ଭର କରନ୍ତି।

ddgagzvvc

ଚିଲିକା: ଚିଲିକା ବ୍ଲକ୍‌ର ଅଧିକାଂଶ ଅଞ୍ଚଳ ଚିଲିକା ନିକଟବର୍ତ୍ତୀ ହୋଇ ଥିବାରୁ ଏଠାରେ ପ୍ରାୟ ସମସ୍ତ କୂପ, ପୁଷ୍କରିଣୀ, ଏପରିକି ଅନେକ ନଳକୂପର ଜଳ ଲବଣାକ୍ତ ଅଟେ। ଏଣୁ ପ୍ରାୟ ସମସ୍ତେ ପାଇପ୍‌ ଜଳ ଉପରେ ନିର୍ଭର କରନ୍ତି। ତେବେ ପରିଚାଳନାଗତ ସମସ୍ୟା ଯୋଗୁଁ  ରାହାନବେଲ୍ଲୀ, କାଲୁରି, ନଈରି, କୁମାଣ୍ଡଳ ଆଦି ଗାଁରେ ଲୋକମାନେ ଗତ କିଛି ଦିନ ଧରି ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି।

Accident: ୪ଟି ଦୁର୍ଘଟଣାରେ ଜଣେ ମୃତ, ଦୁଇ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ

ପାଇପ୍‌ ଜଳ ଉପରେ ସମସ୍ତେ ନିର୍ଭର କରୁଥିବା ବେଳେ କେତେକ ସାର୍ଥୀଜନତା ବାଇପାସ୍‌ କରି ନିଜ ଘରକୁ ପାଣି ନେଇଛନ୍ତି। ଫଳରେ ଲୋକଙ୍କ ନିକଟରୁ ଆବଶ୍ୟକ ଜଳ ପହଞ୍ଚିପାରୁନାହିଁ। ଗତବର୍ଷ ଏଥିପାଇଁ ଖଣ୍ଡୁଆଳକୋଟ ପମ୍ପ୍‌ହାଉସରେ ଘିଅଖଳାର ଲୋକ ତାଲା ପକାଇ ବିରୋଧ କରିଥିଲେ। ପରେ ଅଞ୍ଚଳରୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଯାଇଥିଲା।  ଆଙ୍କୁଲା ପଞ୍ଚାୟତର ରହାନ୍ ବେଲି ଗାଁକୁ ଆଜିକୁ ୩ମାସ ହେବ ପାଣି ଆସୁନାହିଁ। ମୋଟର ପୋଡ଼ିଯାଇଥିବାରୁ ସାମନ୍ତସିଂହାରପୁର, କାଲୁରୀକୁ ପନ୍ଦର ଦିନ ହେବ ପାଣି ଯାଉନାହିଁ।  ଖବର ନେବାରୁ ଜଣାଯାଇଛି ଯେ ଠିକାଦାରକୁ ପୂର୍ବବର୍ଷର ଟଙ୍କା ଦିଆ ଯାଇ ନ ଥିବାରୁ ସେ ମରାମତି କରୁନାହିଁ। ଏନେଇ ବିଭାଗୀୟ କନିଷ୍ଠଯନ୍ତ୍ରୀ ବାସୁଦେବ ଶତପଥୀଙ୍କୁ ପଚାରିବାରୁ କହିଛନ୍ତି,  ଗାଁ ରେ ବୈଠକ କରି ପାଣି ବନ୍ଦ କରିଛନ୍ତି।

Vandalized: ଚୋରା ମଦ ଦୋକାନ ଭାଙ୍ଗିଲେ ମହିଳା

ବାସ୍ତବରେ ସେମିତି କିଛି ଘଟିନାହିଁ। ପାଇପ୍‌ ଫାଟି ଯାଇ ପାଣିଲିକ୍‌ ହେଉଥିବାରୁ ଓ ବହୁତ୍ ବାଇପାସ୍ ହୋଇ ଥିବାରୁ ପାଣି ଆସିପାରୁ ନାହିଁ। ପୋଡ଼ିଯାଇଥିବା ମୋଟର କଥା ପଚାରିବାରୁ କହିଛନ୍ତି, ଏହା ଆଜି ଠିକ୍ ହୋଇ ଯାଇଛି। ବାସ୍ତବରେ ମୋଟର ଆଜି ସୁଦ୍ଧା ମରାମତି ହୋଇ ନାହିଁ। ଠିକାଦାରଙ୍କୁ ଯୋଗାଯୋଗ ପରେ ସେ କହିଥିଲେ ଆସନ୍ତା କାଲି ମୋଟର ମରାମତି କରାଯିବ। ସହକାରୀ ଯନ୍ତ୍ରୀ ରଞ୍ଜନ ଘଡ଼େଇଙ୍କୁ ଘଟଣା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବାରୁ ଜେଇଙ୍କ ସହ କଥା ହୋଇ ପଦକ୍ଷେପ ନେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe