ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଏ ବର୍ଷ ହଳଦୀ ଚାଷ ଭଲ ହୋଇଥିବା ବେଳେ ଅମଳ ବି ପ୍ରଚୁର ହୋଇଛି। କିଛି ସ୍ଥାନରେ ଅମଳ ଶେଷ ହୋଇଯାଇଥିବା ବେଳେ ଆଉ କେତେକ ସ୍ଥାନରେ ଏହା ଜାରି ରହିଛି। ଜିଲ୍ଲା ପ୍ରଶାସନର ତଥ୍ୟ ଅନୁସାରେ, ଚଳିତ କୃଷିବର୍ଷ ୨୦୨୫-୨୬ରେ ଜିଲ୍ଲାରେ ମୋଟ ୧୩,୫୦୦ ହେକ୍ଟର୍ ଜମିରେ ହଳଦୀ ଚାଷ କରାଯାଇଛି। ଏତଦବ୍ୟତୀତ ଆଉ କେତେକ ସ୍ଥାନରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଳ୍ପ ପରିମାଣରେ ଚାଷ କରିଛନ୍ତି। ଗତବର୍ଷ ଜିଲ୍ଲାରେ ମୋଟ ୨୫ ହଜାର ମେଟ୍ରିକ୍ ଟନ୍ ହଳଦୀ ଉତ୍ପାଦନ ହୋଇଥିଲା। କିନ୍ତୁ ଚଳିତବର୍ଷ ୪୦ ହଜାର ମେଟ୍ରିକ୍ ଟନ୍ ହଳଦୀ ଉତ୍ପାଦନ ହେବ ବୋଲି ଅନୁମାନ କରାଯାଉଛି। ତଥାପି ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବା ବେଳେ ସରକାର ଏଯାବତ୍ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଧାର୍ଯ୍ୟ କରୁନାହାନ୍ତି। ଫଳରେ ଚାଷୀ ହାଡ଼ଭଙ୍ଗା ପରିଶ୍ରମର ଫଳ ପାଉନି।
RCB wins the trophy: ଦିଲ୍ଲୀ ଦୁଃସ୍ବପ୍ନ ଜାରି: ଆର୍ସିବିକୁ ଦ୍ବିତୀୟ ଥର ଟ୍ରଫି ଦେଲେ ମନ୍ଧାନା
ପ୍ରଚୁର ଉତ୍ପାଦନ ସତ୍ତ୍ବେ ଅଭାବୀ ବିକ୍ରି
ଧାର୍ଯ୍ୟ ହୋଇପାରୁନି ଏମ୍ଏସ୍ପି
ଚାଷୀଙ୍କୁ ଭରସା ଆନ୍ଧ୍ର ବେପାରୀ
ଦାରିଙ୍ଗବାଡ଼ି, କ.ନୂଆଗାଁ, ରାଇକିଆ, ଘୁ.ଉଦୟଗିରି, ଫିରିଙ୍ଗିଆ ମୋଟ ୫ଟି ବ୍ଲକ୍ରେ ୯୫ ପ୍ରତିଶତ ହଳଦୀ ଚାଷ ଚାଷ ହେଉଛି। ବାକି ୭ଟି ବ୍ଲକ୍ରେ ମାତ୍ର ୫ ପ୍ରତିଶତ ହଳଦୀ ଚାଷ ହୋଇଥାଏ। ଚଳିତବର୍ଷ ଅଧିକ ଉତ୍ପାଦନ ଯୋଗୁଁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ବର୍ତ୍ତମାନ ବିଭିନ୍ନ ଗ୍ରାମାଞ୍ଚଳରେ ଆନ୍ଧ୍ର ବେପାରୀମାନେ ଡେରା ପକାଇଥିବା ବେଳେ କମ୍ ଦରରେ ଚାଷୀଙ୍କଠାରୁ ହଳଦୀ କିଣି ନେଉଥିବା ଚାଷୀ ସୁରେଶ୍ବର ପ୍ରଧାନ କହିଛନ୍ତି। ଯଦିଓ ସରକାର ଏମ୍ଏସ୍ପି ଧାର୍ଯ୍ୟ କରିନାହାନ୍ତି, କନ୍ଧମାଳ ଜିଲ୍ଲା ପ୍ରଶାସନ କିନ୍ତୁ ହଳଦୀର ମୂଲ୍ୟ ଧାର୍ଯ୍ୟ କରିଛି। ବର୍ତ୍ତମାନ କଞ୍ଚା ହଳଦୀ କିଲୋ ପିଛା ୩୦ ଟଙ୍କା ଓ ଶୁଖିଲା ହଳଦୀ କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି। ହଳଦୀଗୁଣ୍ଡ କିଲୋ ପ୍ରତି ୧୬୦ ଟଙ୍କାରେ ବିକ୍ରି ହେଉଛି। ସଂପ୍ରତି ‘କସମ’ (କନ୍ଧମାଳ ଆପେକ୍ସ ସ୍ପାଇସ୍ ଆସୋସିଏସନ୍ ଫର୍ ମାର୍କେଟିଂ) ସଂସ୍ଥା ଚାଷୀଙ୍କଠାରୁ ଅଳ୍ପ କିଛି ମାତ୍ରାରେ ହଳଦୀ କିଣୁଛି। କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ଭଳି।
Indrabati: ଅପର ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତଙ୍କ ଦୁଖ ଦୂର ହେଉନି
ଏହି ସଂସ୍ଥା ଚଳିତବର୍ଷ ଜିଲ୍ଲାର ଚାଷୀଙ୍କଠୁ ୨,୦୦୦ ମେଟ୍ରିକ୍ ଟନ୍ ହଳଦୀ କିଣିବ ବୋଲି ସମ୍ପାଦକ ସଞ୍ଜିତ ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ଚାଷୀଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାର ହଳଦୀ ପାଇଁ ଏମ୍ଏସ୍ପି ଧାର୍ଯ୍ୟ କରିବା ଜରୁରି ବୋଲି ମତପ୍ରକାଶ ପାଇଛି। ଏହାସହ ଜିଲ୍ଲାରେ ଅଧିକ ସଂଖ୍ୟାରେ ଷ୍ଟୋରେଜ୍ ୟୁନିଟ୍ ପ୍ରତିଷ୍ଠା କରିବାକୁ ଦାରିଙ୍ଗିବାଡ଼ିର ହଳଦୀ ଚାଷୀ ସୁବାସ ପ୍ରଧାନ ଓ ରମାକାନ୍ତ ପ୍ରଧାନ ଦାବି କରିଛନ୍ତି।
Follow Us