Humane Sagar: କିଏ ସେହି ଗୃହଶତ୍ରୁ ବିଭୀଷଣ ? କିଏ ସେହି ୩ୟ ବ୍ୟକ୍ତି ? କାହା ଆଡ଼େ ଇଙ୍ଗିତ କଲେ ହ୍ୟୁମାନଙ୍କ ପତ୍ନୀ…

Advertisment

ସତ କେବେ ଲୁଚିକି ରହିଛି ନା ଲୁଚି କି ରହିବ, ସବୁ ସତ ପର୍ଦ୍ଦାଫାସ ହେବ । ଏହା ସହ ଗୃହଶତ୍ରୁ ବିଭୀଷଣ କଥା କହିଛନ୍ତି ହ୍ୟୁମାନଙ୍କ ପତ୍ନୀ । ୩ୟ ବ୍ୟକ୍ତିକୁ ନେଇ ସବୁ ଘଟିଲା ବୋଲି ସେ କହିବା ପରେ କିଏ ସେ ୩ୟ ବ୍ୟକ୍ତି ? ତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା

ସତ କେବେ ଲୁଚିକି ରହିଛି ନା ଲୁଚି କି ରହିବ, ସବୁ ସତ ପର୍ଦ୍ଦାଫାସ ହେବ । ଏହା ସହ ଗୃହଶତ୍ରୁ ବିଭୀଷଣ କଥା କହିଛନ୍ତି ହ୍ୟୁମାନଙ୍କ ପତ୍ନୀ । ୩ୟ ବ୍ୟକ୍ତିକୁ ନେଇ ସବୁ ଘଟିଲା ବୋଲି ସେ କହିବା ପରେ କିଏ ସେ ୩ୟ ବ୍ୟକ୍ତି ? ତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା

3rd person

3rd person Photograph: (sambad.in)

ଭୁବନେଶ୍ବର: ହ୍ୟୁମାନ ଙ୍କ ମୃତ୍ୟୁ କେମିତି ହେଲା ? କାହିଁକି ହେଲା ? ମୃତ୍ୟୁ ପଛର ରହସ୍ୟ କଣ ? ଏସବୁକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ମୃତ୍ୟୁର ତଦନ୍ତ ଦାବି ପୁନଶ୍ଚ ହୋଇଛି । ଏକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ହ୍ୟୁମାନଙ୍କ ପତ୍ନୀ କହିଛନ୍ତି- ସତ କେବେ ଲୁଚିକି ରହିଛି ନା ଲୁଚିକି ରହିବ, ସବୁ ସତ ପର୍ଦ୍ଦାଫାସ ହେବ । ଏହା ସହ ଗୃହଶତ୍ରୁ ବିଭୀଷଣ କଥା କହିଛନ୍ତି ହ୍ୟୁମାନଙ୍କ ପତ୍ନୀ । ୩ୟ ବ୍ୟକ୍ତିକୁ ନେଇ ସବୁ ଘଟିଲା ବୋଲି ସେ କହିବା ପରେ କିଏ ସେ ୩ୟ ବ୍ୟକ୍ତି ? ଏବଂ କିଏ ସେ ଗୃହଶତ୍ରୁ ? ହ୍ୟୁମାନଙ୍କ ପତ୍ନୀ କାହାକୁ ଏମିତି ଇଙ୍ଗିତ କରୁଛନ୍ତି ତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି ।

ଆହୁରି ପଢନ୍ତୁ- Know about Mule Account: ଆପଣ ବି ମନି ମ୍ୟୁଲ୍‌ର ଶିକାର କି?

ହ୍ୟୁମାନଙ୍କ ପାଇଁ ଟିଟଲାଗଡ଼ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିବା ବେଳେ ହ୍ୟୁମାନଙ୍କ ସମାଧିସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳି ଦେବା ସହ ଭୋ ଭୋ ହୋଇ ମୁଣ୍ଡ ପିଟି କାନ୍ଦିଥିଲେ ଶ୍ରେୟା। ଆଉ କହିଥିଲେ, "ନିଜକୁ କଣ କରିଦେଲ ? ଅଭିମାନ କରି ମୋତେ ଏକା କରି ଏମିତି ଚାଲିଗଲ। ଅନ୍ୟପଟେ ଖାଲି ସେତିକି ନୁହେଁ ହ୍ୟୁମାନଙ୍କ ମାଆ ମଧ୍ୟ ଛାତି ଫଟେଇ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ସେ କାନ୍ଦି କାନ୍ଦି କହିଥିଲେ, "ମୋ ପୁଅକୁ ବୋହୂ ଶ୍ରଦ୍ଧାଞ୍ଜଳି ଦେଇଛି । ମୋ’ ନାତୁଣୀ ଆଉ ମୋ’ ବୋହୂ ମୋତେ ସମ୍ଭାଳିଛନ୍ତି।"

ଆହୁରି ପଢନ୍ତୁ- Robbery Plan Foil: ଡକାୟତି ପାଇଁ ଯୋଜନା କରୁଥିଲେ ଦୁର୍ବୃତ୍ତ ,ମାଡ଼ି ବସିଲା ପୁଲିସ: ୬ ଗିରଫ

ଏହାରି ଭିତରେ ହ୍ୟୁମାନଙ୍କ ମୃତ୍ୟୁକୁ ୨୦ ଦିନ ବିତିଥିବା ବେଳେ ଏବେବି ତାଙ୍କୁ ଝୁରୁଛନ୍ତି ଓଡିଶାବାସୀ ଏବଂ ତାଙ୍କ ପ୍ରଶଂସକ । ବୋଧହୁଏ ଏତା ଲମ୍ବା ସମୟ ଯାଏଁ କେଉଁ କଳାକାରଙ୍କୁ ନେଇ ଚର୍ଚ୍ଚା ତାଙ୍କ କଥା କେବେ ପୂର୍ବରୁ ଆଲୋଚନା ହେଇନି । ଆଜି ବି କୋଟି ପ୍ରଶଂସକ ହ୍ୟୁମାନଙ୍କୁ ଝୁରୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe