Chief Secretary: ପରବର୍ତ୍ତୀ ମୁଖ୍ୟ ସଚିବ କିଏ? ଦିଲ୍ଲୀରେ ନିଷ୍ପତ୍ତି, ଦୌଡ଼ରେ ଅନୁ ଓ ସତ୍ୟବ୍ରତ

Advertisment

କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ? ଜାନୁଆରି ପହିଲାରୁ କିଏ ଧରିବେ ରାଜ୍ୟ ପ୍ରଶାସନର ମଙ୍ଗ? ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ହେବ ନା ନୂଆ କାହାକୁ ଏହି ପଦବିରେ ବସାଯିବ?

କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ? ଜାନୁଆରି ପହିଲାରୁ କିଏ ଧରିବେ ରାଜ୍ୟ ପ୍ରଶାସନର ମଙ୍ଗ? ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ହେବ ନା ନୂଆ କାହାକୁ ଏହି ପଦବିରେ ବସାଯିବ?

lokaseba bhawan

Photograph: (Indus Valley Times)

ଭୁବନେଶ୍ବର: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ? ଜାନୁଆରି ପହିଲାରୁ କିଏ ଧରିବେ ରାଜ୍ୟ ପ୍ରଶାସନର ମଙ୍ଗ? ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ହେବ ନା ନୂଆ କାହାକୁ ଏହି ପଦବିରେ ବସାଯିବ? ମୁଖ୍ୟ ଶାସନ ସଚିବ ବାଛିଲା ବେଳେ ଓଡ଼ିଆ-ଅଣଓଡ଼ିଆ ପ୍ରସଙ୍ଗ ପୁଣି ସାମନାକୁ ଆସିବ କି? 
ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ପଦବି ପାଇଁ ଏମିତି ପ୍ରଶ୍ନବାଚୀ ଏବେ କ୍ଷମତା କରିଡର୍‌ରେ ଚର୍ଚ୍ଚା ଧରିଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ ତାରିଖରେ ଶେଷ ହେଉଛି। ତେଣୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବଙ୍କୁ ନେଇ ଚର୍ଚ୍ଚା, ଲବି ଆରମ୍ଭ ହୋଇଗଲାଣି। 

Sydney Terror Attack : ଦୁଇଟି ଆତଙ୍କବାଦୀ ଆକ୍ରମଣରେ ଅଳ୍ପକେ ବର୍ତ୍ତିଯାଇଥିବା ବ୍ୟକ୍ତି

ରାଜ୍ୟରେ ବିଜେପି ସରକାର ଆସିଲା ପରେ ଗତ ବର୍ଷ ଜୁଲାଇ ୧ରେ ଶ୍ରୀ ଆହୁଜା ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଥିଲେ। ସେତେବେଳେ ସେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିଲେ। ମୁଖ୍ୟ ଶାସନ ସଚିବ ପଦବି ପାଇଁ ଯେଉଁ ନାମ ସବୁ ଚର୍ଚ୍ଚା ହେଉଥିଲା, ସେଥିରେ ଶ୍ରୀ ଆହୁଜା ଆଦୌ ନଥିଲେ। କିନ୍ତୁ ତାଙ୍କୁ ଡେପୁଟେସନ୍‌ରୁ ଫେରାଇ ଆଣି ହଠାତ୍ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଗଲା। ବହୁ ବର୍ଷ ବ୍ୟବଧାନ ପରେ ଜଣେ ଅଣଓଡ଼ିଆ ଆଇଏଏସ୍ ଅଧିକାରୀ ମୁଖ୍ୟ ଶାସନ ସଚିବ ହେଲେ। ‘ଓଡ଼ିଆ ଅସ୍ମିତା’ର ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଏଥି ପାଇଁ କିଛି ମାତ୍ରାରେ ସମାଲୋଚିତ ହୋଇଥିଲେ। ତେବେ ସର୍ବଭାରତୀୟ ସେବା ଅଧିକାରୀଙ୍କ କ୍ଷେତ୍ରରେ ଆଞ୍ଚଳିକତା ପ୍ରସଙ୍ଗ ଗୌଣ ହୋଇଥିବାରୁ ଏହା ଜୋର୍ ଧରି ନଥିଲା। ୨୦୨୪ ଡିସେମ୍ବର ୩୧ରେ ଶ୍ରୀ ଆହୁଜାଙ୍କ କାର୍ଯ୍ୟକାଳ ସରିଥିଲେ ବି ସରକାର ତାଙ୍କ କାର୍ଯ୍ୟକାଳକୁ ଆଉ ଏକ ବର୍ଷ ବଢ଼ାଇଥିଲେ। ବିଜେଡି ସରକାର ସମୟରେ ସୁରେଶ ମହାପାତ୍ର ଓ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବି ବଢ଼ିଥିଲା। ଶ୍ରୀ ମହାପାତ୍ରଙ୍କର ଦୁଇଟି ପର୍ଯ୍ୟାୟରେ ଗୋଟିଏ ବର୍ଷ ଓ ଶ୍ରୀ ଜେନାଙ୍କର କାର୍ଯ୍ୟକାଳ ଥରେ ୬ ମାସ ବୃଦ୍ଧି କରାଯାଇଥିଲା। କିନ୍ତୁ ଶ୍ରୀ ଆହୁଜାଙ୍କ କ୍ଷେତ୍ରରେ ଏକାଥରେ ଗୋଟିଏ ବର୍ଷ ବୃଦ୍ଧି ପରେ ଏବେ ପୁଣି ଥରେ ତାଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ାଯିବ ବୋଲି କ୍ଷମତା କରିଡର୍‌ରେ ଚର୍ଚ୍ଚା ହେଉଛି। 

Old woman: ଝାଟିମାଟିର କୁଡ଼ିଆରେ ବିତୁଛି ଅସହାୟ ଜୀବନ

ଏହା ସ୍ପଷ୍ଟ ଯେ ଓଡ଼ିଶାର ମୁଖ୍ୟ ଶାସନ ସଚିବ କିଏ ହେବ, ସେହି ନିଷ୍ପତ୍ତି ଏଠି ସରକାରୀ ଦଳ କି ସରକାରଙ୍କ ହାତରେ ନାହିଁ। ନୂଆଦିଲ୍ଲୀରୁ ହିଁ ସିଧାସଳଖ ଏହି ନିଷ୍ପତ୍ତି ନିଆଯିବ। ସେଥି ପାଇଁ ରାଜ୍ୟ ବିଜେପିର ବରିଷ୍ଠ ନେତାଙ୍କ ପାଖରେ ଏ ନେଇ କେହି ଲବି କରୁନାହାନ୍ତି କି ସେ ସମ୍ପର୍କିତ ଆଲୋଚନା ବି ହେଉ ନାହିଁ। ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ କରାଯିବା ବେଳେ ବି ଏହି ବାର୍ତ୍ତା‌ ସ୍ପଷ୍ଟ ଭାବେ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଚୟନ ନିଷ୍ପତ୍ତି ପ୍ରକ୍ରିୟାରେ ଓଡ଼ିଆ ଅସ୍ମିତା ଏବଂ ଓଡ଼ିଆ-ଅଣଓଡ଼ିଆ ସେସବୁ ଅପ୍ରାସଙ୍ଗିକ ବୋଲି ସ୍ପଷ୍ଟ କରିଦିଆଯାଇଛି। ଯଦି ଶ୍ରୀ ଆହୁଜାଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରା ନଯାଏ, ତେବେ ପରବର୍ତ୍ତୀ ବରିଷ୍ଠ ଅଧିକାରୀଙ୍କ ତାଲିକାରେ ୧୯୯୦ ବ୍ୟାଚ୍‌ର ଆଉ ଦୁଇ ଜଣ ଅଫିସର ଅଛନ୍ତି। ସେମାନେ ହେଲେ ସଞ୍ଜୀବ ଚୋପ୍ରା ଓ ଜି ଶ୍ରୀନିବାସ। ଉଭୟ ଏବେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି। ଏମାନଙ୍କ ଭିତରୁ କାହାକୁ ଓଡ଼ିଶାକୁ ଫେରାଇ ଆଣି ମୁଖ୍ୟ ଶାସନ ସଚିବ କରାଯିବାର ସମ୍ଭାବନା କମ୍।

ଏହା ପରେ ବରିଷ୍ଠତା ଭିତ୍ତିରେ ୧୯୯୧ ବ୍ୟାଚର ତିନି ଜଣ ଅଧିକାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ସଞ୍ଜୟ ରସ୍ତୋଗୀ ଏବେ ଡେପୁଟେସନ୍‌ରେ ଅଛନ୍ତି। ଏହି ବ୍ୟାଚର ଆଉ ଦୁଇ ଜଣ ଅଧିକାରୀଙ୍କ ନାମ ମୁଖ୍ୟ ଶାସନ ସଚିବ ଦୌଡ଼ରେ ରହିଛି। ସେମାନେ ହେଲେ ଉନ୍ନୟନ କମିସନର ଅନୁ ଗର୍ଗ ଓ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ। ଦୁଇ ଜଣ ଯାକ ପ୍ରମୁଖ ଦାବିଦାର ଅଛନ୍ତି। ଯଦି ଏହି ଦୁଇ ଜଣଙ୍କ ନାମ ବିଚାରକୁ ନିଆଯାଏ, ତେବେ ଅନୁ ଗର୍ଗ ପ୍ରଥମ ପସନ୍ଦ ହୋଇପାରନ୍ତି। ବର୍ତ୍ତମାନର ସରକାରରେ ଶୀର୍ଷ ସ୍ତରରେ ଅନୁଙ୍କ ନାମ ଅଧିକ ଚର୍ଚ୍ଚା ହେଉଛି। ଯଦି ସରକାର ଏହି ନିଷ୍ପତ୍ତି ନେବେ, ତେବେ ଅନୁ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe