Burden Of Family On Minor Son: ବିଧବା ଝିଅ-ମା’ଙ୍କୁ ମିଳୁନି ଭତ୍ତା: ପାଠ ଛାଡି ପରିବାର ଚଳାଉଛନ୍ତି ନାବାଳକ ପୁଅ

Advertisment

ସ୍ବାମୀଙ୍କ ଦେହାନ୍ତ ପରେ ଝିଅ ନିରୁପାୟ ହୋଇ ମା’ଘରେ ମା’ଙ୍କ ସହ ଦୟନୀୟ ଅବସ୍ଥାରେ ରହୁଥିବା ବେଳେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ବିଧବା ଭତ୍ତାରେ ସାମିଲ କରାଯାଇନାହିଁ....

ସ୍ବାମୀଙ୍କ ଦେହାନ୍ତ ପରେ ଝିଅ ନିରୁପାୟ ହୋଇ ମା’ଘରେ ମା’ଙ୍କ ସହ ଦୟନୀୟ ଅବସ୍ଥାରେ ରହୁଥିବା ବେଳେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ବିଧବା ଭତ୍ତାରେ ସାମିଲ କରାଯାଇନାହିଁ....

Minor son bears the burden of family

Minor son bears the burden of family Photograph: (sambad.in)

ଝରିଗାଁ: ପାଞ୍ଚ ବର୍ଷ ତଳେ ବାପାଙ୍କ ଦେହାନ୍ତ ହୋଇଯାଇଥିଲା।ଏହି ଦୁଃଖ ଯାଇ ନଥିବା ବେଳେ ଗତ ତିନି ବର୍ଷ ତଳେ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା।ସ୍ବାମୀଙ୍କ ଦେହାନ୍ତ ପରେ ଝିଅ ନିରୁପାୟ ହୋଇ ମା’ଘରେ ମା’ଙ୍କ ସହ ଦୟନୀୟ ଅବସ୍ଥାରେ ରହୁଥିବା ବେଳେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ବିଧବା ଭତ୍ତାରେ ସାମିଲ କରାଯାଇନାହିଁ।

ସେହିପରି ପାଠପଢା ଛାଡି ନାବାଳକ ପୁଅ ଜଣକ ଗ୍ରାମରେ ଛୋଟ ଦୋକାନ କରି ପରିବାର ଚଳାଉଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡା ପଂଚାୟତ ଅନ୍ତର୍ଗତ ଛୋଟାଗୁଡା ଗ୍ରାମରୁ ଏଭଳି ଘଟଣା ଆସିଛି।

ଆହୁରି ପଢ଼ନ୍ତୁ:52 years old Mahima Chaudhuri to marry for the second time: ୫୨ ବର୍ଷୀୟ ମହିମା ଚୌଧୁରୀ କରିବେ ଦ୍ଵିତୀୟ ବିବାହ

ସୂଚନା ଅନୁସାରେ, ଛୋଟାଗୁଡା ଗ୍ରାମରେ ଲଚ୍ଚିମଧର ଭତରା ଓ ସ୍ତ୍ରୀ ହାରାବତୀ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ।ସମୟ କ୍ରମେ ତିନି ଝିଅ ହୋଇଥିଲା। ତିନି ଝିଅକୁ ବିବାହ କରି ସ୍ୱାମୀ ଓ ସ୍ତ୍ରୀ ରହୁଥିଲେ। ତେବେ ପ୍ରାୟ ପାଞ୍ଚ ବର୍ଷ ତଳେ ସ୍ବାମୀ ଶୁକମନଙ୍କ ଦେହାନ୍ତ ହୋଇଯାଇଥିଲା।

ସେହିପରି ଛୋଟ ଝିଅ ଦଶରୀ ବାଣୁଆଗୁଡ଼ା ଗ୍ରାମର ଶୁକମନ ଭତରାଙ୍କୁ ବିବାହ କରିଥିଲେ। ଉଭୟ ଏକ ମାତ୍ର ପୁଅ ଗୋପାଳ ସହ ରହୁଥିଲେ।ତେବେ ଗତ ୩ ବର୍ଷ ତଳେ ଶୁକମନଙ୍କ ଦେହାନ୍ତ ହୋଇ ଯାଇଥିଲା।

ଶୁକମନଙ୍କ ଦେହାନ୍ତ ପରେ ଚଳାଚଳ ଅସୁବିଧା ହେବା ଯୋଗୁଁ ଦଶରୀ ଓ ପୁଅ ଗୋପାଳକୁ ନେଇ ମାଆ ସହ ରହୁଛନ୍ତି।ଛୋଟାଗୁଡା ଗ୍ରାମରେ ଘର ନିକଟରେ ଏକ ଛୋଟ ଦୋକାନ କରିବା ସହ କୁଲି ମଜୁରୀ କରି ପରିବାର ବହୁ କଷ୍ଟରେ ଚଳୁଥିବା ବେଳେ ଗୋପାଳ ପାଠ ପଢା ଛାଡି କିଛି ମାସ ହେବ ଦୋକାନ ସମ୍ଭାଳୁଥିବା କହିଛନ୍ତି।

ତେବେ ଏଭଳି ଅସହାୟ ପରିବାର ପ୍ରତି ପ୍ରଶାସନର ଦୃଷ୍ଟି ପଡି ନାହିଁ।ଉଭୟ ମାଆ ଓ ଝିଅ ବିଧବା ହେବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ ବିଧବା ଭତ୍ତା ପ୍ରଦାନ କରାଯାଉନାହିଁ।ସେହିପରି ଚାଉଳ କାର୍ଡରେ ତିନି ଜଣଙ୍କ ନାମ ଥିବା ବେଳେ ପ୍ରଶାସନ ପକ୍ଷରୁ ଜଣେ ଗୋପାଳଙ୍କୁ ପାଞ୍ଚ କିଲୋ ଚାଉଳ ମିଳୁଛି।

ଦଦରା ଘରେ ବିତୁଛି ଜୀବନ

ପରିବାର ଲୋକ ଦୀର୍ଘ ବର୍ଷ ତଳେ ନିର୍ମାଣ ହୋଇଥିବା ଦଦରା ଘରେ ରହୁଥିବା ବେଳେ ଆବାସ ଯୋଜନାରେ ସାମିଲ କରାଯାଇନାହିଁ। ତେଣୁ ପ୍ରଶାସନ  ଏହି ଅସହାୟ ପରିବାର ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ସରକାରଙ୍କ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ:Rajanikant in Bengali Film: ମିଥୁନଙ୍କ ଅନୁରୋଧରେ ଏହି ବଙ୍ଗଳା ସିନେମାରେ ଅଭିନୟ କରିଥିଲେ ରଜନୀକାନ୍ତ

ଘଟଣା ନେଇ ଝରିଗାଁ ଯୋଗାଣ ନିରୀକ୍ଷକ ସଚିନମୟୀ ରଥଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଚାଉଳ କାର୍ଡର ତଦାରଖ କରି ଚାଉଳ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

ରିପୋର୍ଟ: ରମେଶ ପଟ୍ଟନାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe