Woman dies in accident while came to withdraw of Subhadra money, Photograph: (sambad.in)
ଦେଓଗାଁ: ସୁଭଦ୍ରା ଟଙ୍କା ଉଠାଇବା ପାଇଁ ଆସି ଦୁର୍ଘଟଣାରେ ସ୍ତ୍ରୀ ମୃତ , ସ୍ୱାମୀ ଗୁରୁତର । ବଲାଙ୍ଗୀର ଦେଓଗାଁ ୨୬ ନଂ ଜାତୀୟ ରାଜପଥ ଦେଓଗାଁ ଏଟିଏମ ଛକରେ ଘଟିଛି ଏଭଳି ଘଟଣା । ମୃତ ମହିଳାଙ୍କ ନାମ ଲକ୍ଷ୍ମୀ ସୁନା ।
ତେବେ ଦୁର୍ଘଟଣା ଘଟାଇ ଥିବା ବୋଲେରୋ ଗାଡି ଘଟଣା ସ୍ଥଳରୁ ଫେରାର ହୋଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ ଦେଓଗାଁ ଥାନା ଅନ୍ତର୍ଗତ ସାରସ ବାହାଲ୍ ଗାଁର ଭରତ ସୁନା ତାଙ୍କ ସ୍ତ୍ରୀଙ୍କୁ ନେଇ ଦେଓଗାଁ ସ୍ଥିତ ଏସବିଆଇ ବ୍ୟାଙ୍କକୁ ଆସୁଥିବା ସମୟରେ ଦେଓଗାଁ ଏଟିଏମ୍ ଛକ ଠାରେ ଗାଡ଼ି ନମ୍ବର ଓଡ଼ି ୦୩ଇ ୨୩୩୧ ବୋଲେରୋ ଗାଡ଼ି ଧକ୍କା ଦେବାରୁ ସ୍ବାମୀ ସ୍ତ୍ରୀ ଦୁଇଜଣ ତଳେ ପଡ଼ି ଯାଇଥିଲା।
ଅଧିକ ପଢ଼ନ୍ତୁ: ଅଧିକାରୀମାନେ ମୋତେ ଗାଳିଗୁଲଜ କରିବା ସହିତ ମାନସିକ ନିର୍ଯାତନା ଦେଇଛନ୍ତି
ପରେ ସ୍ଥାନୀୟ ଲୋକେ ଉଦ୍ଧାର କରି ସେମାନଙ୍କୁ ଚିକିତ୍ସାଲାଗି ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ହସ୍ପିଟାଲକୁ ନେଇଥିଲେ। ସେଠାରେ ସ୍ତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଅଧିକ ପଢ଼ନ୍ତୁ: ବାଣ ବିସ୍ଫୋରଣରେ ଦୁଇ ଗୁରୁତର
Follow Us