ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଉଦ୍ଧାର

ବୀରମିତ୍ରପୁର ସୀମାନ୍ତ ଝାଡ଼ଖଣ୍ଡର ବାଉଁଶଯୋର ଥାନା ଅନ୍ତର୍ଗତ ପାହାଡ଼ଟୋଲି ଜଙ୍ଗଲରୁ ରକ୍ତାକ୍ତ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ମହିଳା ଜଣକ ବୀରମିତ୍ରପୁର ବ୍ରାହ୍ମଣମରା ବସ୍ତିର ମୀରା ତିର୍କି....

Woman rescued in a bloodshed condition

Woman rescued in a bloodshed condition Photograph: (sambad.in )

ବୀରମିତ୍ରପୁର: ବୀରମିତ୍ରପୁର ସୀମାନ୍ତ ଝାଡ଼ଖଣ୍ଡର ବାଉଁଶଯୋର ଥାନା ଅନ୍ତର୍ଗତ ପାହାଡ଼ଟୋଲି ଜଙ୍ଗଲରୁ ରକ୍ତାକ୍ତ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ମହିଳା ଜଣକ ବୀରମିତ୍ରପୁର ବ୍ରାହ୍ମଣମରା ବସ୍ତିର ମୀରା ତିର୍କି।

ମିଳିଥିବା ସୂଚନା ଅନୁଯାଇ ମୀରା ତିର୍କିଙ୍କୁ କୌଣସି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ବେକ କାଟି ପାହାଡ଼ଟୋଲି ଜଙ୍ଗଲରେ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ବୋଲି କୁହାଯାଉଛି।  

ରକ୍ତଜୁଡୁବୁଡୁ ଅବସ୍ଥାରେ ମୀରା ତିର୍କି ପଡ଼ିଥିବା ଦେଖି ସ୍ଥାନୀୟଲୋକେ ବାଉଁଶଯୋର ପୁଲିସକୁ ଖବର ଦେଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇଁ ବାଉଁଶଯୋର ଥାନା ଅଧିକାରୀ ମିର୍ଜା ଓରାମ ବାଉଁଶଯୋର ଜିଲ୍ଲା ପରିଷଦ ସଦସ୍ୟ ଆନନ୍ଦ ଟୋପ୍ନ ସେଠାରେ ପହଞ୍ଚି ମୀରାଙ୍କୁ ରକ୍ତଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ।

ଅଧିକ ପଢ଼ନ୍ତୁ: ନବନିର୍ମିତ ରେଳଟ୍ରାକର ଯାଞ୍ଚ, ଆଜି ହେବ ଗତି ପରୀକ୍ଷା

ସେଠାରେ ମୀରାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମୀରାଙ୍କ ବେକକୁ କୌଣସି ଧାରୁଆ ଅସ୍ତ୍ରରେ କଟାଯାଇଥିବାବେଳେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କଟା ଚି଼ହ୍ନ ରହିଥିବା ଜଣାପଡ଼ିଛି। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି।

ଅଧିକ ପଢ଼ନ୍ତୁ: ବେଦବ୍ୟାସ ଝୁଲାପୋଲ ନିର୍ମାଣ ପ୍ରସଙ୍ଗ: ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ

sundargarh | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe