Yellow warning issued for five districts due to dense fog Photograph: (sambad.in)
ଭୁବନେଶ୍ୱର: ଓଡିଶାର ବିଭିନ୍ନ ଜିଲ୍ଲାରେ ସକାଳ ସମୟରେ ଘନ କୁହୁଡ଼ି ହେବାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ(IMD) ଶନିବାର ଦିନ ଏକ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ଆଇଏମଡିର ପାଣିପାଗ ବୁଲେଟିନ୍ ଅନୁଯାୟୀ, ଡିସେମ୍ବର ୨୭ ତାରିଖରେ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ଢେଙ୍କାନାଳ ଏବଂ ନୟାଗଡ଼ ଆଦି ୫ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ଅଧିକ।
ଆହୁରି ପଢ଼ନ୍ତୁ:Hindu Youth Burned In Bangladesh: ବାଂଲାଦେଶରେ ହିନ୍ଦୁଙ୍କୁ ନିର୍ଯାତନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ
ଏଥିସହ ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଖୋର୍ଧା, ପୁରୀ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, କେନ୍ଦ୍ରାପଡା ଏବଂ ଜଗତସିହପୁରରେ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବା ନେଇ ଆଇଏମଡି ପୂର୍ବାନୁମାନ କରିଛି।
ଆଇଏମଡି ପକ୍ଷରୁ କୁହାଯାଇଛି, ଡିସେମ୍ବର ୨୮ ଏବଂ ୨୯ ତାରିଖରେ ସୁନ୍ଦରଗଡ଼, ଢେଙ୍କାନାଳ ଏବଂ ନୟାଗଡ଼ରେ ଘନ କୁହୁଡ଼ି ଜାରି ରହିବାର ସମ୍ଭାବନା ଅଛି। ଡିସେମ୍ବର ୩୦ ଏବଂ ୩୧ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂପୁରରେ ଘନ କୁହୁଡ଼ି ପରିସ୍ଥିତି ସୃଷ୍ଟି ହୋଇପାରେ।
ଦୃଶ୍ୟମାନତା ହ୍ରାସ
ସକାଳ ସମୟରେ ଯାତ୍ରା କରିବା ସମୟରେ ଦୃଶ୍ୟମାନତା ହ୍ରାସ ମଧ୍ୟରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
Follow Us