zero fatality fortnight campaign: ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ନଭେମ୍ବର ୧ରୁ ଶୂନ ମୃତ୍ୟୁ ପକ୍ଷ ଅଭିଯାନ

ରାଜ୍ୟବ୍ୟାପୀ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ସଡ଼କ ସୁରକ୍ଷା ବୃଦ୍ଧି କରିବା ଲକ୍ଷ୍ୟରେ ପରିବହନ ବିଭାଗ ନଭେମ୍ବର ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ 'ଶୂନ ମୃତ୍ୟୁ ପକ୍ଷ' (ଜେଡ୍‌ଏଫଏଫ) ଅଭିଯାନ ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତି କରିଛି....

Zero Fatality Fortnight Campaign: Zero Fatality Fortnight Campaign from November 1 to reduce road accidents

Zero Fatality Fortnight Campaign: Zero Fatality Fortnight Campaign from November 1 to reduce road accidents Photograph: (sambad.in)

ଭୁବନେଶ୍ୱର: ରାଜ୍ୟବ୍ୟାପୀ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ସଡ଼କ ସୁରକ୍ଷା ବୃଦ୍ଧି କରିବା ଲକ୍ଷ୍ୟରେ ପରିବହନ ବିଭାଗ ନଭେମ୍ବର ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ 'ଶୂନ ମୃତ୍ୟୁ ପକ୍ଷ' (ଜେଡ୍‌ଏଫଏଫ) ଅଭିଯାନ ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।  ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ବୃଦ୍ଧି ସରକାରୀ କର୍ତ୍ତୃପକ୍ଷ ଏବଂ ନାଗରିକ ଉଭୟଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।


ବିଭାଗ ସୂତ୍ରରୁ ଜଣାପଡିଛି ଯେ, ୨୦୨୪ ମସିହାର ସମାନ ସମୟ ତୁଳନାରେ ୨୦୨୫ ମସିହାର ପ୍ରଥମାର୍ଦ୍ଧରେ ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ପ୍ରାୟ ୭.୫% ବୃଦ୍ଧି ପାଇଛି। ଜାନୁଆରିରୁ ଜୁନ୍ ୨୦୨୪ ପର୍ଯ୍ୟନ୍ତ, ଘଟିଥିବା ୬,୩୬୪ ସଡ଼କ ଦୁର୍ଘଟଣାରେ ୩,୧୯୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଚଳିତ ୨୦୨୫ ବର୍ଷରେ ସମାନ ସମୟ ମଧ୍ୟରେ ୨୪୦ ଜଣଙ୍କ ମୃତ୍ୟୁ ଘଟିଛି, ଯାହା ମୋଟ ମୃତ୍ୟୁ ସଂଖ୍ୟାକୁ ଘଟିଥିବା ୬,୬୩୭ ସଡ଼କ ଦୁର୍ଘଟଣରେ ୩,୪୩୭କୁ ବୃଦ୍ଧି କରିଛି।

ଜେଡ୍‌ଏଫଏଫ ଅଭିଯାନ ଏକ ବହୁମୁଖୀ ପଦ୍ଧତି ଗ୍ରହଣ କରିବ, ଏହି ଅଭିଯାନ ସମୟ ମଧ୍ୟରେ ପ୍ରବର୍ତ୍ତନ, ସଚେତନତା ଏବଂ ଜରୁରୀକାଳୀନ ଯତ୍ନ ଉପରେ ଗୁରୁତ୍ବ ପ୍ରଦାନ କରାଯିବ।।


ଅଭିଯାନ ସମୟରେ ମୁଖ୍ୟ ରାସ୍ତା ଏବଂ ରାଜପଥରେ ଟ୍ରାଫିକ୍ ପୁଲିସଙ୍କ ଉପସ୍ଥିତି ବୃଦ୍ଧି ପାଇବ, ଟ୍ରାଫିକ୍ ନିୟମ ଏବଂ ନିୟମାବଳୀର କଡ଼ା ନଜର ରହିବ ବୋଲି ପରିବହନ ସଚିବ ଉଷା ପାଢୀ କହିଛନ୍ତି। ସେ ସମସ୍ତ ଜିଲ୍ଲା କଲେକ୍ଟର, ଏସପି ଏବଂ ବିଭିନ୍ନ ଅଂଶୀଦାରମାନଙ୍କୁ ଚିଠି ଲେଖି ଅଭିଯାନର ସଫଳତା ପାଇଁ ସେମାନଙ୍କ ସକ୍ରିୟ ସମର୍ଥନ ପାଇଁ ଅନୁରୋଧ କରିଛନ୍ତି। ପରିବହନ ବିଭାଗ ପକ୍ଷରୁ ସମସ୍ତ ଅଂଶୀଦାରଙ୍କ ସହ ଏକ ଏସଓପି ସେୟାର କରାଯାଇଛି। ଯେଉଁଥିରେ ଅଭିଯାନ କାର୍ଯ୍ୟକାରୀ କରିବା ପାଇଁ ସେମାନଙ୍କର ଭୂମିକା ଏବଂ ଦାୟିତ୍ୱ ଉପରେ ଆଲୋକପାତ କରାଯାଇଛି।

ଆହୁରି ପଢ଼ନ୍ତୁ:Rahul Gandhi's allegations gained weight:ରାହୁଲଙ୍କ ଅଭିଯୋଗ ସତ୍ୟ ପ୍ରମାଣିତ, ମହାରାଷ୍ଟ୍ରରେ ୯୬ ଲକ୍ଷ 'ନକଲି' ଭୋଟର ଥିବା କହିଲେ ରାଜ ଠାକରେ

ଦୁର୍ଘଟଣାର ପ୍ରମୁଖ କାରଣ ମଧ୍ୟରୁ ଦ୍ରୁତ ଗତି, ମଦ୍ୟପାନ କରି ଗାଡି ଚାଳନା ଏବଂ ଗାଡି ଚଲାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ବିଷୟରେ ସତର୍କ ରହିବାକୁ କର୍ତ୍ତୃପକ୍ଷଙ୍କୁ ବିଶେଷ ଭାବରେ କୁହାଯାଇଛି।

ଅଭିଯାନରେ କ’ଣ କରାଯିବ:

ସଚେତନତା ଦୃଷ୍ଟିରୁ, ଏହି ଅଭିଯାନରେ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ପଦକ୍ଷେପ ବିଷୟରେ ସଚେତନ କରିବା ପାଇଁ ବ୍ୟାପକ ପ୍ରସାର କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହେବ। ଯୁବ ଡ୍ରାଇଭର ଏବଂ ପଦଯାତ୍ରୀଙ୍କ ମଧ୍ୟରେ ଦାୟିତ୍ୱବୋଧ ସୃଷ୍ଟି କରିବା ପାଇଁ ସ୍କୁଲ, କଲେଜ ଏବଂ ସମ୍ପ୍ରଦାୟ କେନ୍ଦ୍ରଗୁଡ଼ିକରେ କର୍ମଶାଳା, ସେମିନାର ଏବଂ ଇଣ୍ଟରାକ୍ଟିଭ୍ ଅଧିବେଶନମାନ ଆୟୋଜନ ଆୟୋଜନ କରାଯିବ।


ଏହା ସହିତ, ସୁରକ୍ଷିତ ଡ୍ରାଇଭିଂ ଅଭ୍ୟାସ ଉପରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଏବଂ ଟିପ୍ସ ପ୍ରସାର କରିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ବ୍ୟବହାର କରାଯିବ।


ଜରୁରୀକାଳୀନ ସେବା ଏହି ଅଭିଯାନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦୁର୍ଘଟଣା ପୀଡିତଙ୍କ ପାଇଁ ଦ୍ରୁତ ପ୍ରତିକ୍ରିୟା ଏବଂ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ଥାନୀୟ ହସ୍ପିଟାଲ ଏବଂ ଜରୁରୀକାଳୀନ ସେବା ସହିତ ସହଯୋଗ କରିବାକୁ ଯୋଜନା କରାଯାଉଛି। ଏଥିରେ ଦ୍ରୁତ-ପ୍ରତିକ୍ରିୟା ଦଳ ଗଠନ ଏବଂ ଆମ୍ବୁଲାନ୍ସଗୁଡ଼ିକୁ ଉନ୍ନତ ଜୀବନ ରକ୍ଷାକାରୀ ଉପକରଣ ସହିତ ସଜ୍ଜିତ କରିବା ଆଦି କାର୍ଯ୍ୟ ଅନ୍ତର୍ଭୁକ୍ତ।


ସମସ୍ତ ରାସ୍ତା ବ୍ୟବହାରକାରୀଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା। ଏକାଠି କାମ କରି ଆମେ ଦୁର୍ଘଟଣା ସଂଖ୍ୟା ହ୍ରାସ କରିପାରିବା ଏବଂ ଜୀବନ ରକ୍ଷା କରିପାରିବା। ଆମେ ସମସ୍ତ ନାଗରିକଙ୍କୁ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଏବଂ ସମସ୍ତଙ୍କ ପାଇଁ ରାସ୍ତାକୁ ସୁରକ୍ଷିତ କରିବାରେ ଯୋଗଦାନ ଦେବାକୁ ଅନୁରୋଧ କରୁଛୁ ବୋଲି ପରିବହନ ସଚିବ କହିଛନ୍ତି।

ଆହୁରି ପଢ଼ନ୍ତୁ:Burglary Case: ମନ୍ଦିରରୁ ପୂଜା ସାମଗ୍ରୀ ଚୋରି ଅଭିଯୋଗରେ ୬ ଜଣଙ୍କୁ ବାନ୍ଧିଲା ପୁଲିସ

Odisha | zero fatality fortnight campaign(ZFF)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe