Zero Night Celebration: ସବୁ ଗଡ଼ବଡ଼ କରିଦେଲା ଗୁରୁବାର… ନୂଆବର୍ଷ ଭୋଜି ଫିକାଫିକା, ଜିରୋ ନାଇଟ୍ ସେଲିବ୍ରେସନରେ ଆମିଷ ମାଡ଼

Advertisment

ଫିକା ପଡିଯିବ ନୂଆବର୍ଷ ମଜା । ସେଲିବ୍ରେସନ ସିନା ହେବ ହେଲେ ନୂଆବର୍ଷର ଭୋଜିଟା କିନ୍ତୁ ପାଣିଚିଆ ହେବ । ନା ମଟନ, ନା ଚିକେନ ନା ଅନ୍ୟ ଆମିଷ ଉପରେ ଏତେ ମାଡ ହେବ…ସାଧା ସାଧାରେ ହେବ ନୂଆବର୍ଷ ଭୋଜି

ଫିକା ପଡିଯିବ ନୂଆବର୍ଷ ମଜା । ସେଲିବ୍ରେସନ ସିନା ହେବ ହେଲେ ନୂଆବର୍ଷର ଭୋଜିଟା କିନ୍ତୁ ପାଣିଚିଆ ହେବ । ନା ମଟନ, ନା ଚିକେନ ନା ଅନ୍ୟ ଆମିଷ ଉପରେ ଏତେ ମାଡ ହେବ…ସାଧା ସାଧାରେ ହେବ ନୂଆବର୍ଷ ଭୋଜି

Zero Night Celebration

Zero Night Celebration Photograph: (SAMBAD.IN)

ଭୁବନେଶ୍ବର: ଫିକା ପଡିଯିବ ନୂଆବର୍ଷ ମଜା । ସେଲିବ୍ରେସନ ସିନା ହେବ ହେଲେ ନୂଆବର୍ଷର ଭୋଜିଟା କିନ୍ତୁ ପାଣିଚିଆ ହେବ । ନା ମଟନ, ନା ଚିକେନ ନା ଅନ୍ୟ ଆମିଷ ଉପରେ ଏତେ ମାଡ ହେବ…ସାଧା ସାଧାରେ ହେବ ନୂଆବର୍ଷ ଭୋଜି । କାରଣ ଏଥର ନୂଆବର୍ଷ ଗୁରୁବାର ପଡୁଛି । ୧ ଜାନୁଆରୀ ୨୦୨୬ ଗୁରୁବାର ଦିନ ପଡୁଥିବାରୁ ନୂଆବର୍ଷ ଭୋଜି ଏଥର ଫିକାଫିକା ହେଲା ପରି ଲାଗୁଛି । କାରଣ ଭୋଜିରେ ଯେ ଖାଲି ପୁରୁଷ ସାମିଲ ହୁଅନ୍ତି ତା ନୁହେଁ ଅନେକ ମହିଳା, ଯୁବତୀ ବି ସାମିଲ ହୁଅନ୍ତି ।

ଆହୁରି ପଢନ୍ତୁ- New Year 2026: ରାତି ପାହିଲେ ନୂଆବର୍ଷ, ଜମୁଛି ଫୁଲ ବେପାର: ଦୋକାନରେ ଭିଡ଼, ଫୁଲତୋଡ଼ାର ଦର ଆକାଶଛୁଆଁ...

ଫିକା ପଡ଼ିବ ଫ୍ୟାମିଲି ପିକନିକ

ଏଥର ନୂଆବର୍ଷରୁ ଯେଉଁ ପରିବାର ସବୁ ବଣଭୋଜି କରିବାକୁ ବାହାରିଥିବେ ସେମାନଙ୍କ ଭୋଜି ଏଥର ସାଧା ସାଧା ହେବ । କାରଣ ପୁରୁଷ ଲୋକ ଯଦିଓ ଆମିଷରେ ଚଳେଇ ଦେବେ ମାତ୍ର ମହିଳାଙ୍କ ପାଇଁ ସାଧା ହେବ । ପନିର, ଛତୁରେ କାମ ଚଳେଇବେ ମହିଳା । ତେଣୁ ଏଥର ଗୁରୁବାର ନୂଆବର୍ଷର ଭୋଜିକୁ ଫିକା କରିଛି । 

ଜିରୋ ନାଇଟ୍ ସେଲିବ୍ରେସନରେ ଆମିଷ ମାଡ଼ 

୨୦୨୫ରେ ଆମିଷ ବାରରେ ପଡିଥିଲା ନୂଆବର୍ଷ, ଚଳିତ ବର୍ଷ ଅର୍ଥାତ ୨୦୨୫ର ନୂଆବର୍ଷଟି ବୁଧବାର ପଡିଥିଲା । ଅର୍ଥାତ ଆମିଷ ବାରରେ ପଡିଥିଲା ବୋଲି ନୂଆବର୍ଷ ଭୋଜି ଜମିଥିଲା । କିନ୍ତୁ ଏଥର ନୂଆବର୍ଷ ଗୁରୁବାର ପଡୁଥିବାରୁ ଜିରୋ ନାଇଟ୍ ସେଲିବ୍ରେସନକୁ ଅଧିକ ଗୁରୁତ୍ବ ଦେଇଛନ୍ତି ଲୋକେ । ବୁଧବାର ଅର୍ଥାତ ଆଜି ଲୋକେ ଆଗୁଆ ଭୋଜି ଆମିଷରେ କରି ନୂଆବର୍ଷ ପାଳିଛନ୍ତି । ନୂଆବର୍ଷ ଆଗରୁ ବୁଧବାର ଥିବାରୁ ଆମିଷ ଭୋଜି ଆଜି ହିଁ ଅନେକ ସ୍ଥାନରେ ଜମିଛି । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଲୋକେ ଆଗୁଆ ଚିକେନ୍, ମଟନ, ମାଛ ଦୋକାନରେ ଅର୍ଡର ଦେଇଥିଲେ । ଆଉ ହୋଟେଲ, ରେଷ୍ଟୁରାଣ୍ଟରେ ବି ଜିରୋ ନାଇଟକୁ ଧୁମଧାମରେ ପାଳନ କରାଯାଉଛି ।

ଆହୁରି ପଢନ୍ତୁ- Online Delivery Workers Strike: ଜିରୋ ନାଇଟ୍ ସେଲିବ୍ରେସନ ଆଗରୁ ଧର୍ମଘଟର ଚେକ୍ ! ଜାଣନ୍ତୁ କଣ ରହିଛି ଡେଲିଭରି ବୟଙ୍କ ଦାବି...

ଏଥର ନୂଆବର୍ଷ ଗୁରବାର ଥିବାରୁ ନବରଂଗପୁର ଜିଲ୍ଲା ଘୁମରେଶ୍ବର, ପୋଡାଗଡ, ଚନ୍ଦନଧାରା ସହ ବିଭିନ୍ନ ପିକନିକ୍ ସ୍ଥାନ ଆଦି  ସବୁଠି ଏବେ ଭୋଜିର ଭିଡ଼। ତା ସାଙ୍ଗକୁ ଆଜି ବିଭିନ୍ନ ହୋଟେଲ ଗୁଡିକରେ ବି ବିଭିନ୍ନ ଖାଦ୍ୟ ଉପରେ ସ୍ବତନ୍ତ୍ର ରିହାତି ରଖିଥିବା ଦେଖିବାକୁ ମିଳିଥିଲା। ବୁଧବାର ସହରରେ ୨୦ଲକ୍ଷର ଛେଳି, କୁକୁଡା ମାଂସର ବ୍ୟବସାୟ ହୋଇଛି। ଖାସ୍ କରି ଛେଳି ମାଂସଓ ଦେଶୀ କୁକୁଡାର ଚାହିଦା ଆଧିକା ଦେଖିବାକୁ ମିଳିଥିଲା। ଖାଲି ନବରଙ୍ଗପୁରରେ ଯଦି ଜିରୋ ନାଇଟ ସେଲିବ୍ରେସନ ପାଇଁ ଏତେ ଆମିଷ ବିକ୍ରି ହୋଇଛି ତେବେ ସାରା ଓଡିଶାରେ କେତେ ଟଙ୍କାର ଆମିଷ ବିକ୍ରି ହୋଇଥିବ ଅନୁମାନ କରନ୍ତୁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe