ଭୁବନେଶ୍ବର: ରାଜ୍ୟରେ ପୁଣି ଶୀତ ବଢ଼ିବାରେ ଲାଗିଛି। ଦାରିଙ୍ଗବାଡ଼ିର ରାତି ତାପମାତ୍ରା ଖସି ୯ ଡିଗ୍ରିରେ ପହଞ୍ଚିଛି। ସେହିଭଳି ଝାରସୁଗୁଡ଼ାର ତାପମାତ୍ରା ୧୦.୯ ଡିଗ୍ରି ଓ ଫୁଲବାଣୀର ତାପମାତ୍ରା ୧୧ ଡିଗ୍ରିକୁ ଖସିଛି। ରାଜ୍ୟର ମୋଟ୍ ୧୮ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଛି। ଏଥିସହ କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ଅତି ଘନକୁହୁଡ଼ି ଦେଖାଯାଇଥିବା ବେଳେ ସୋନପୁର, ଟିଟିଲାଗଡ଼ ଓ ଝାରସୁଗୁଡ଼ାରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଦେଖିବାକୁ ମିଳିଛି।
Nabarangpur: ଶିଶୁ ଗୁରୁତର ମାମଲା: ମାମଲାର ଯାଞ୍ଚ କଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ
ଆସନ୍ତାକାଲି କୋରାପୁଟ, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର ଓ ଝାରସୁଗୁଡ଼ା ଜିଲ୍ଲାର କିଛି ସ୍ଥାନରେ ଘନକୁହୁଡ଼ି ଦେଖାଯାଇପାରେ। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨ ଦିନରେ ରାଜ୍ୟର ପାରଦସ୍ତର ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ନିମ୍ନଗାମୀ ହୋଇପାରେ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବ। ସର୍ବାଧିକ ତାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ମଧ୍ୟରେ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/18/winter-2025-11-18-02-21-12.jpg)