ଭୁବନେଶ୍ବର: ରାଜ୍ୟରୁ ଧୀରେଧୀରେ ଶୀତ ଅପସାରିତ ହେବା ଆରମ୍ଭ କରିଥିବା ବେଳେ ଆଭ୍ୟନ୍ତର ଓଡ଼ିଶାରେ ଏବେ ବି ଶୀତ ଜାରି ରହିଛି। ପାହାଡ଼ିଆ ଅଞ୍ଚଳମାନଙ୍କ ମଧ୍ୟରେ ଘୁ. ଉଦୟଗିରିର ରାତି ପାରଦ ପାଖାପାଖି ୧ ଡିଗ୍ରି ବଢ଼ି ୪.୩ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ସେମିଳିଗୁଡ଼ାରେ ୬.୬ ଡିଗ୍ରି, ଫୁଲବାଣୀରେ ୭.୮ ଡିଗ୍ରି ଓ ନବରଙ୍ଗପୁରରେ ୯.୫ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି। ଅବଶିଷ୍ଟ ଓଡ଼ିଶାର ରାତି ପାରଦ ୧୦ ଡିଗ୍ରି ଉପରେ ରହିଛି। ଅନ୍ୟପଟେ ଦ୍ବୈତନଗରୀ କଟକ ଓ ଭୁବନେଶ୍ବରର ରାତି ପାରଦରେ ବି ସାମାନ୍ୟ ବୃଦ୍ଧି ଦେଖାଯାଇଛି। କଟକର ସର୍ବନିମ୍ନ ରାତି ତାପମାତ୍ରା ୧୧.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବରର ଥିଲା ୧୨.୭ ଡିଗ୍ରି। ଯାହାକି ସ୍ବାଭାବିକଠାରୁ ଅଢ଼େଇ ଡିଗ୍ରି ପର୍ଯ୍ୟନ୍ତ କମ୍। ତେବେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଫଳରେ ବର୍ତ୍ତମାନ ଜାରି ରହିଥିବା ଶୀତ ଆଗକୁ ବି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆଜି ସକାଳୁ ପାରଳାଖେମୁଣ୍ଡିଠାରେ ୨୦୦ ମିଟରରୁ କମ୍ ଦୃଶ୍ୟମାନ ଦୂରତା ସହ ମଧ୍ୟମଧରଣର କୁହୁଡ଼ି ଦେଖାଯାଇଥିଲା। ଏଥିସହ ଚାନ୍ଦବାଲି ଓ ପାରାଦୀପଠାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଥିଲା। ଏଠାରେ ଦୃଶ୍ୟମାନ ଦୂରତା ୫୦୦ ମିଟରରୁ ବି କମ୍ ରହିଥିଲା। ଆସନ୍ତାକାଲି ମଧ୍ୟ ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଖୋର୍ଧା ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିପାରେ। ଆସନ୍ତାକାଲି ରାଜ୍ୟରେ ଆକାଶ ନିର୍ମଳ ଓ ପାଗ ଖରାଟିଆ ରହିବ। ରାଜଧାନୀ ଭୁବନେଶ୍ବର ଓ ଏହାର ଆଖାପାଖ ଅଞ୍ଚଳର ପାଗ ଖରାଟିଆ ରହିବ। ସର୍ବୋଚ୍ଚ ଦିନ ତାପମାତ୍ରା ୩୨ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୩ ଡିଗ୍ରି ମଧ୍ୟରେ ରହିବ।
Bhadrak Politics: ମୁକ୍ତି-ମଞ୍ଜୁଙ୍କ ବିଜେପିରେ ମିଶ୍ରଣ ରାସ୍ତାରେ କିଏ ସାଜିଛି କଣ୍ଟା?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/06/rqffnxc2Ij6LHWeRLWs4.jpg)