ଭୁବନେଶ୍ବର: ଅତ୍ୟଧିକ ଥଣ୍ଡାରୁ ତ୍ରାହି ପାଉନାହାନ୍ତି ରାଜ୍ୟବାସୀ। ଲଗାତାର ଏକ ମାସ ଧରି ଥଣ୍ଡାରୁ ଆଶ୍ବସ୍ତି ପାଇନଥିବା ଲୋକେ ଗତକାଲି ରାତିରେ ବି ଅତ୍ୟଧିକ ଥଣ୍ଡା ଯୋଗୁଁ ଅସ୍ତବ୍ୟସ୍ତ ହୋଇଥିଲେ। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଘୁ. ଉଦୟଗିରିଠାରେ ୪.୩ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୬ ଡିଗ୍ରି ରହିଥିଲା। ସେହିଭଳି ଝାରସୁଗୁଡ଼ାରେ ୬.୨ ଡିଗ୍ରି, ଦାରିଙ୍ଗବାଡ଼ି ଓ ସେମିଳିଗୁଡ଼ାରେ ୭ ଡିଗ୍ରି, କୋରାପୁଟରେ ୭.୧ ଡିଗ୍ରି, କିରେଇରେ ୮.୨ ଡିଗ୍ରି, ରାଉରକେଲାରେ ୮.୫ ଡିଗ୍ରି, ସୁନ୍ଦରଗଡ଼ ଓ ନବରଙ୍ଗପୁରରେ ୮.୮ ଡିଗ୍ରି, ଚିପିଲିମାରେ ୯.୮ ଡିଗ୍ରି ଲେଖାଏଁ ତାପମାତ୍ରା ରେକର୍ଡ ହୋଇଯାଇଛି। ଅନ୍ୟପଟେ ରାଜଧାନୀ ଭୁବନେଶ୍ବରର ରାତି ପାରଦ ୧୪ ଡିଗ୍ରି ରହିଥିବା ବେଳେ କଟକର ରହିଥିଲା ୧୧.୪ ଡିଗ୍ରି। ରାଜ୍ୟରେ ଏବେ ବିଳମ୍ବିତ ପୂର୍ବାହ୍ଣ ପର୍ଯ୍ୟନ୍ତ କୁହୁଡ଼ି ଆସ୍ତରଣ ରହୁଛି। ଗତକାଲି ରାତି ଓ ଆଜି ସକାଳେ ନୟାଗଡ଼ରେ ଅତି ଘନକୁହୁଡ଼ି ଦେଖାଯାଇଥିବା ବେଳେ ଏଠାରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ ବି କମ୍ ରହିଥିଲା।
ଖାଲିଦା ଜିଆଙ୍କ ପରଲୋକ: ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ
ଏଥିସହ ଫୁଲବାଣୀ, ଢେଙ୍କାନାଳ ଓ ରାଉରକେଲାରେ ଘନକୁହୁଡ଼ି ପଡ଼ିଥିବା ବେଳେ ଏଠାରେ ଦୃଶ୍ୟମାନ ଦୂରତା ୨୦୦ ମିଟର ରହିଥିଲା। ସେହିଭଳି ଭବାନୀପାଟଣାରେ ଦୃଶ୍ୟମାନ ଦୂରତା ୫୦୦ ମିଟରରୁ କମ୍ ରହିଥିବା ବେଳେ ଝାରସୁଗୁଡ଼ା, ଭୁବନେଶ୍ବର, ଚାନ୍ଦବାଲି ଓ ବାରିପଦାରେ ହାଲ୍କା କୁହୁଡ଼ି ରହିଥିଲା। ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡ଼ି ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଘନକୁହୁଡ଼ି ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲିଠାରୁ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଦେଖାଯିବ। ଆସନ୍ତା ୫ ଦିନରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ପାରଦସ୍ତର ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଫଳରେ ଶୀତରୁ ସାମାନ୍ୟ ତ୍ରାହି ମିଳିପାରେ ବୋଲି ଆଶା କରାଯାଉଛି।
Freedom Fighter Chakra Bisoi: ସ୍ଵାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ଜୟନ୍ତୀ ପାଳିତ
Follow Us