ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଶୀତ ଲହରି ଜାରି ରହିଥିବା ବେଳେ ଥଣ୍ଡାରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ଘୁ. ଉଦୟଗିରିଠାରେ ୫.୨ ଡିଗ୍ରି ରହିଥିବା ବେଳେ ରାଉରକେଲାରେ ୬.୬ ଡିଗ୍ରି ଓ ଫୁଲବାଣୀରେ ରହିଥିଲା ୭.୩ ଡିଗ୍ରି। ଆସନ୍ତା ୨ ଦିନ ରାଜ୍ୟରେ ଏହିଭଳି ଶୀତ ଜାରି ରହିବ। ଆସନ୍ତାକାଲି ଅନୁଗୁଳ, ଝାରସୁଗୁଡ଼ା, ଢେଙ୍କାନାଳ, ସୁନ୍ଦରଗଡ଼, ଖୋର୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହେବାର ସମ୍ଭାବନା ରହିଥିବାରୁ ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। 

Advertisment

Tremor in BJD: ବିଜେଡିରେ କମ୍ପନ: ସନା, ଅରବିନ୍ଦ ନିଲମ୍ବିତ, ରହସ୍ୟରେ ଅରବିନ୍ଦଙ୍କ ନିଲମ୍ବନ

ଅନ୍ୟପଟେ ଦ୍ବୈତନଗରୀ କଟକ ଓ ଭୁବନେଶ୍ବର ପ୍ରବଳ ଥଣ୍ଡାରେ ଥରୁଛି। କଟକର ସର୍ବନିମ୍ନ ରାତି ତାପମାତ୍ରା ୧୦.୪ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବରର ପାରଦସ୍ତର ୧୧.୮ ଡିଗ୍ରିକୁ ଖସିଥିଲା। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ୨ ଦିନ ପରେ ଅର୍ଥାତ ୧୮ ତାରିଖରୁ ରାତି ତାପମାତ୍ରା ବଢ଼ିବା ଆରମ୍ଭ କରିବ। ପାଖାପାଖି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ରାତି ତାପମାତ୍ରା ବଢ଼ିପାରେ। ଫଳରେ ଶୀତ କମିବ ବୋଲି ଆକଳନ କରାଯାଉଛି।

Annual Function: ନାଳନ୍ଦା ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ