From January 12, winter will decrease, fog will increase
ଭୁବନେଶ୍ବର: ଉପକୂଳ ଓଡ଼ିଶାରୁ ଶୀତ ଅପସାରିତ ହେଉଥିବା ବେଳେ ରାତି ତାପମାତ୍ରା ସ୍ବାଭାବିକ ରହିଛି। ତେବେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଚାନ୍ଦବାଲି, ବାଲେଶ୍ବର ଓ ଗୋପାଳପୁର ଆଦି ଅଞ୍ଚଳରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ୧ରୁ ଦେଢ଼ ଡିଗ୍ରି କମ୍ ରହିଛି। ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ବି ଶୀତ କମିବାରେ ଲାଗିଛି। ତେବେ ଆଭ୍ୟନ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ରାତି ପାରଦ ସ୍ତର ୧୦ ଡିଗ୍ରି ତଳକୁ ରହିଛି। ଘୁ. ଉଦୟଗିରିରେ ରାତି ପାରଦ ସ୍ତର ୬.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସେମିଳିଗୁଡ଼ାରେ ୮.୭ ଡିଗ୍ରି, ଫୁଲବାଣୀରେ ୯.୫ ଡିଗ୍ରି, ଚିପିଲିମାରେ ୧୦.୧ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୧୦.୫ ଡିଗ୍ରି ରେକର୍ଡ ହୋଇଛି।
Cricket: ପାକିସ୍ତାନକୁ ଟ୍ରୋଲ୍ କଲା ଆଇସ୍ଲାଣ୍ଡ୍
ଏଥିସହ ଖୋର୍ଧା ଜିଲ୍ଲାରେ ଗତକାଲି ରାତିରେ ଓ ଆଜି ସକାଳୁ ଘନ କୁହୁଡ଼ି ଦେଖାଯାଇଥିବା ବେଳେ ଏଠାରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍ ରହିଥିଲା। ସେହିଭଳି ପାରାଦୀପ ଓ ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡ଼ି ଏବଂ ଭୁବନେଶ୍ବର, ବାରିପଦା, ଝାରସୁଗୁଡ଼ା ଓ ରାଉରକେଲାରେ ହାଲୁକା କୁହୁଡ଼ି ଦେଖାଯାଇଥିଲା। ଆସନ୍ତାକାଲି ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା ଓ ଭଦ୍ରକରେ ଘନ କୁହୁଡ଼ି ଦେଖାଯାଇପାରେ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ରାତି ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିବ। ସର୍ବୋଚ୍ଚ ଦିନ ତାପମାତ୍ରା ୩୧ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୭ ଡିଗ୍ରି ମଧ୍ୟରେ ରହିବ।
Protest: ମାଲକାନଗିରି ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ସବୁ ଠପ୍
Follow Us