ଭୁବନେଶ୍ବର: ଉପକୂଳରୁ ଶୀତ ସମ୍ପୂର୍ଣ୍ଣ ଅପସାରିତ ହୋଇଯାଇଛି। ଅନ୍ୟପଟେ, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ଶୀତ ପ୍ରକୋପ ଜାରି ରହିଛି। ଏବେ ବି ୩ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି। ମଙ୍ଗଳବାର ରାତିରେ ଘୁ. ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୪.୭ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୮.୩ ଡିଗ୍ରି, ସେମିଳିଗୁଡ଼ାରେ ୮.୫ ଡିଗ୍ରି, ରାଉରକେଲାରେ ୧୦ ଡିଗ୍ରି, ଝାରସୁଗୁଡ଼ାରେ ୧୦.୩ ଡିଗ୍ରି, ନବରଙ୍ଗପୁରରେ ୧୦.୮ ଡିଗ୍ରି ରାତି ତାପମାତ୍ରା ରହିଥିଲା। ଅନ୍ୟପଟେ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ ରହୁଥିବା ବେଳେ ଚାନ୍ଦବାଲିରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି।
Weather In Odisha: ଆହୁରି ଥରାଇବ ଶୀତ! ବୟସ୍କ ବ୍ୟକ୍ତିଙ୍କ ଜୀବନ ଅସ୍ତବ୍ୟସ୍ତ
ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ମେଘମୁକ୍ତ ରହିବ। ସକାଳୁ ସାମାନ୍ୟ କୁହୁଡ଼ି ପଡ଼ିପାରେ। ସର୍ବୋଚ୍ଚ ଦିନ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୭ ଡିଗ୍ରି ମଧ୍ୟରେ ରହିବ।
30 Dead For Severe Winter Storm: ଆମେରିକାରେ ଶୀତଝଡ଼: ୩୦ ମୃତ, ବିମାନ ଚଳାଚଳ ବ୍ୟାହତ
Follow Us