Farmer: ଜୈବିକ ପଦ୍ଧତିରେ ଚାଷ କରି ଉଦାହରଣ ପାଲଟିଲେ କନ୍ଧମାଳର ଯୁବଚାଷୀ

ନିଜ ଜୀବନକୁ କୃଷି କାର୍ଯ୍ୟରେ ନିୟୋଜିତ କରି ସ୍ଵାଧୀନ ଭାବେ ଜୀବନଯାପନ ସହ ପରିବାର ପ୍ରତିପୋଷଣ କରୁଛନ୍ତି କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ଡଡାପଡ଼ା ଗ୍ରାମର ଆଦିବାସୀ ଯୁବଚାଷୀ ବନବାସ ପ୍ରଧାନ।

G Udayagiri

Farmer of Kandhamal. Photograph: (sambad.in)

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ସରକାରଙ୍କ ସହାୟତା ପାଇ କୃଷିକ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିଛନ୍ତି ଏବଂ ନିଜ ଜୀବନକୁ କୃଷି କାର୍ଯ୍ୟରେ ନିୟୋଜିତ କରି ସ୍ଵାଧୀନ ଭାବେ ଜୀବନଯାପନ ସହ ପରିବାର ପ୍ରତିପୋଷଣ କରୁଛନ୍ତି କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ଡଡାପଡ଼ା ଗ୍ରାମର ଆଦିବାସୀ ଯୁବଚାଷୀ ବନବାସ ପ୍ରଧାନ। ଜୀବନରେ ଦଶ ବର୍ଷ କୃଷି କାର୍ଯ୍ୟରେ ମନଯୋଗ ଦେଇ ଯେତିକି ଖୁସି ପାଇଛନ୍ତି ତାହା ପୂର୍ବରୁ ଏତେ ଖୁସି ପାଇନଥିବା କହିଛନ୍ତି ବନବାସ ପ୍ରଧାନ। ଏହା ପୂର୍ବରୁ ରାଜ୍ୟ ବାହାରେ ଦାଦନ ଖଟି ନିଜକୁ ସନ୍ତୋଷ ଜନକ ହୋଇନଥିବା ବେଳେ ବର୍ତ୍ତମାନ କୃଷି କାର୍ଯ୍ୟ କରି ନିଜକୁ ଜୀବନରେ ସନ୍ତୁଷ୍ଟ ହୋଇଥିବା କହିଛନ୍ତି। 

ଯୁବ ପିଢ଼ିଙ୍କ ପାଇଁ ଉଦାହରଣ

ସେ ନିଜ କୃଷି କ୍ଷେତ୍ରରେ ବିନ୍ସ, ଆଳୁ, ଗ୍ରୀନ ମଟର, ସୁଇଟ କର୍ଣ୍ଣ, ଅମୃତ ଭଣ୍ଡା, ବାଇଗଣ, ଗାଜର, ଅଦା, ଟମାଟୋ, ଲଙ୍କା, ଝୁଲଣ , ଭେଣ୍ଡି, ଫୁଲ କୋବି, ପତ୍ର କୋବି, ବୋଇତାଳୁ ଇତ୍ୟାଦି ଜୈବିକ ପଦ୍ଧତିରେ ଚାଷ କରି ସ୍ଥାନୀୟ ରଟିଙ୍ଗିଆ ଓ ଘୁ.ଉଦୟଗିରି ବଜାରରେ ବିକ୍ରି କରୁଛନ୍ତି। ଅଧିକାଂଶ ସମୟରେ ଲୋକମାନେ ବଗିଚାକୁ ଆସି ସତେଜ ପନିପରିବା କିଣିଥାନ୍ତି। ଯୁବ ପିଢ଼ିଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସହିତ ଯୁବ ପିଢ଼ି ମନଯୋଗ ଦେଇ ନିଜ ଗାଁରେ  ମଧ୍ୟ ବିଭିନ୍ନ ଚାଷ କରି ନିଜକୁ ସ୍ବାବଲମ୍ବୀ କରିପାରିବେ ବୋଲି ଯୁବ ପିଢ଼ିଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି। ଧର୍ଯ୍ୟହରା ନ ହୋଇ କାର୍ଯ୍ୟରେ ମନୋବଳ ସୁଦୃଢ଼ କଲେ ସମସ୍ତ କାର୍ଯ୍ୟରେ ସଫଳ ମିଳେ ବୋଲି ମତ ପ୍ରକାଶ କରିଛନ୍ତି ବନବାସ ପ୍ରଧାନ।

ଆହୁରି ପଢ଼ନ୍ତୁ: Indian Bodies to be Buried in Saudi: ଉମରା କରିବାକୁ ଯାଇଥିବା ୪୫ ଭାରତୀୟଙ୍କୁ ସାଉଦିରେ ଦିଆଯିବ କବର, କ୍ଷତିପୂରଣ ମିଳିବା କଷ୍ଟକର

ଗ୍ରୀଷ୍ମଋତୁରେ ପାଣିର ସମସ୍ୟା

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଯୋଜନାରେ ଚଳିତ ବର୍ଷ ତାଙ୍କୁ ଏକ ୱିଡର୍ ଏବଂ ବିହନ ଯୋଗାଇ ଦେଇଥିବାରୁ ସେ ଖୁସି ବ୍ୟକ୍ତ କରିବା ସହିତ ଅଧିକ ଉପକୃତ ହୋଇଥିବା କହିଛନ୍ତି। ଦୁଃଖର ବିଷୟ ହେଉଛି ଗ୍ରୀଷ୍ମଋତୁରେ ପାଣିର ସମସ୍ୟା ରହୁଥିବାରୁ ସେ ଆଠ ଶହ ମିଟର ଦୂରରୁ ପାଣି ଆଣି ଚାଷ ଜମିରେ ବ୍ୟବହାର କରୁଥିବାରୁ ସରକାରଙ୍କ ପକ୍ଷରୁ ଏକ ବୋରୱେଲ ସହ ଡ୍ରିପ ପଦ୍ଧତି ବ୍ୟବସ୍ଥା ଯୋଗଦେଲେ ଆହୁରି ଉପକୃତ ହେବେ ବୋଲି ସରକାରଙ୍କୁ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: Prashant Kishor's Statement: ଆମକୁ ରାଜନୀତି କରିବାର ଆବଶ୍ୟକତା ନାହିଁ: ନୀତିଶଙ୍କୁ କହିଲେ ପିକେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe