Murder: ପାରିବାରିକ ଶତ୍ରୁତା ନେଲା ଉଗ୍ରରୂପ, ଯୁବକଙ୍କୁ ନିର୍ମମ ହତ୍ୟା

Advertisment

ଦୁଇଟି ପରିବାର ମଧ୍ୟରେ ଉପୁଜି ଥିବା ଝଗଡ଼ା ଉଗ୍ରରୂପ ନେଇଛି। ଏଥିରେ ଉତ୍ତେଜିତ ଗୋଟିଏ ପରିବାର ବିରୋଧୀଙ୍କ ଉପରେ ବଡ଼ଧରଣର ଆକ୍ରମଣ କରିଛନ୍ତି, ଯେଉଁଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅଧୀନ ସମଲେସର ଗ୍ରାମରେ ଆଜି ଅପରାହ୍‌ଣରେ ଏହି ହତ୍ୟାକାଣ୍ଡ ଘଟିଛି।

ଦୁଇଟି ପରିବାର ମଧ୍ୟରେ ଉପୁଜି ଥିବା ଝଗଡ଼ା ଉଗ୍ରରୂପ ନେଇଛି। ଏଥିରେ ଉତ୍ତେଜିତ ଗୋଟିଏ ପରିବାର ବିରୋଧୀଙ୍କ ଉପରେ ବଡ଼ଧରଣର ଆକ୍ରମଣ କରିଛନ୍ତି, ଯେଉଁଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅଧୀନ ସମଲେସର ଗ୍ରାମରେ ଆଜି ଅପରାହ୍‌ଣରେ ଏହି ହତ୍ୟାକାଣ୍ଡ ଘଟିଛି।

New Project (66)

ପାଟଣାଗଡ଼ (ସିରିଶ ଖମାରୀ): ଦୁଇଟି ପରିବାର ମଧ୍ୟରେ ଉପୁଜି ଥିବା ଝଗଡ଼ା ଉଗ୍ରରୂପ ନେଇଛି। ଏଥିରେ ଉତ୍ତେଜିତ ଗୋଟିଏ ପରିବାର ବିରୋଧୀଙ୍କ ଉପରେ ବଡ଼ଧରଣର ଆକ୍ରମଣ କରିଛନ୍ତି, ଯେଉଁଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅଧୀନ ସମଲେସର ଗ୍ରାମରେ ଆଜି ଅପରାହ୍‌ଣରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ହେଲେ ରମାକାନ୍ତ ବାଗ। 

ସୂଚନା ଅନୁସାରେ ସମଲେସର ଗାଁରେ ଆଜି ସନ୍ଧ୍ୟାରେ ରମାକାନ୍ତ ବାଗ ଓ ତାଙ୍କର ବିରୋଧରେ ଥିବା ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ଅଳ୍ପ ସମୟ ମଧ୍ୟରେ ଏହା ଉଗ୍ରରୂପ ନେଇଥିଲା। ରମାକାନ୍ତଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ଅଭିଯୁକ୍ତମାନେ ତାଙ୍କର ହାତ ଗୋଡ଼ କାଟି ଦେଇଥିଲେ।  

ଆହୁରି ପଢ଼ନ୍ତୁ: Is Gmail Spying: ୟୁଜରଙ୍କ ଗୁପ୍ତଚରୀ କରୁଛି Gmail! ତୁରନ୍ତ ଏହି ଦୁଇଟି ସେଟିଂ ବନ୍ଦ କରନ୍ତୁ ନଚେତ୍ ଗୋପନୀୟତା ପଡ଼ିବ ବିପଦରେ

ପୁଲିସର ତଦନ୍ତ ଜାରି

ଏହି ହତ୍ୟାକାଣ୍ଡ ସଂପର୍କିତ ସୂଚନା ପାଇ ପୁଲିସ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ରମାକାନ୍ତଙ୍କୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହ ଜବତ କରିଛି। ପୋଷ୍ଟମର୍ଟମ ପାଇଁ ପଠାଇଛି।ଝଗଡ଼ା ଓ ହତ୍ୟାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୁଲିସ ମାମଲା ରୁଜୁ କରି ଗ୍ରାମରେ ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: Tamil Nadu Election 2026: ଡିଏମକେ ସରକାର ସନାତନ ବିରୋଧୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe