ଓଲଟିଲା ବୋଲବମ ଭକ୍ତଙ୍କୁ ନେଇ ଯାଉଥିବା ବସ୍ , ୧୭ ଆହତ

ଯାଜପୁର: ବୋଲବମ ଭକ୍ତଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ। ଟଳି ଗଲା ବଡ଼ ବିପଦ। ପାଣିକୋଇଲି ଥାନା ଅଧୀନ ୨୦ନଂ ଜାତୀୟ ରାଜପଥ ଚାନ୍ଦପୁର ନିକଟରେ ବୋଲବମ ନେଇ ଯାଉଥିବା ଏକ ଘରେଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁରରୁ ବୋଲବମ…
ଅଧିକ ଖବର ଦେଖନ୍ତୁ...

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର: ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ବର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିବା ହେତୁ ରାଜ୍ୟର ଅଧିକାଂଶ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଦୂର ଦୂରାନ୍ତରୁ ପାଣି ଆଣି ଆସୁଥିବା…
ଅଧିକ ଖବର ଦେଖନ୍ତୁ...

ପାହାଡ଼ରୁ ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର

ବୈପାରିଗୁଡା: ନିଖୋଜ ହୋଇଯାଇଥିବା ଯୁବତୀଙ୍କ ଗଳିତ ମୃତଦେହ ପାହାଡ଼ ଉପରୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ବୈପାରିଗୁଡା ଥାନା ଅନ୍ତର୍ଗତ ଜି. ମାଝୀଗୁଡା ପଞ୍ଚାୟତର କଦମଗୁଡା ଗ୍ରାମର ସୁନିଲ ବାରିକଙ୍କ ଝିଅ ମନୀଷା ବାରିକ (୨୨) ଚଳିତ ମାସ ୮ ତାରିଖରୁ କେଉଁଆଡେ ଚାଲିଯାଇଥିଲେ। ପରିବାର…
ଅଧିକ ଖବର ଦେଖନ୍ତୁ...

ନିଆଁ ଲାଗି ଜଳିଗଲା ଦୋକାନ ଗୃହ, ବାଇକ

ରାଉରକେଲା: ସେକ୍ଟର ୨, ବି -୨୮୨ ପାଖରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଗତକାଲି ରାତି ପ୍ରାୟ ୧୧. ୨୦ରେ ହଠାତ ନିଆଁ ଲାଗିଯାଇଥିଲା। ନିଆଁରେ ୩ଟି ଦୋକାନଗୃହ ଜଳି ପାଉଁଶ ହୋଇଯାଇଛି। ଏହାସହ ଗୋଟିଏ ବାଇକ ମଧ୍ୟ ଜଳି ଯାଇଛି। ନିଆଁ ଲାଗିଥିବା ସ୍ଥାନ ନିକଟରେ ଏକ ଟେଣ୍ଟ ହାଉସ ଥିଲା। ଟେଣ୍ଟ…
ଅଧିକ ଖବର ଦେଖନ୍ତୁ...

ସଡ଼କ କିସମ ଜାଗାକୁ ଘରବାଡ଼ିରେ ବଦଳାଇ ‘ଶଙ୍ଖ ଭବନ’ ନିର୍ମାଣ ଅଭିଯୋଗର ତଦନ୍ତ ହେବ: ରାଜସ୍ୱ ମନ୍ତ୍ରୀ

ପୁରୀ: ବିଜେଡିର ପାର୍ଟି ଅଫିସ୍ ‘ଶଙ୍ଖ ଭବନ’ର ହେବ ତଦନ୍ତ। ଏଭଳି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବିଜେଡିର ଶଙ୍ଖ ଭବନକୁ ନେଇ ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ତଦନ୍ତ ନେଇ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ। ଅଭିଯୋଗ ଅନୁସାରେ, ସଡ଼କ କିସମ ଜାଗାକୁ…
ଅଧିକ ଖବର ଦେଖନ୍ତୁ...

ଘର ଛାତରେ ଚାପି ହୋଇ ମା ଓ ଦୁଇ ଝିଅ ଗୁରୁତର

ବୈପାରିଗୁଡ଼ା: ଗତ ତିନି ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ବୈପାରିଗୁଡ଼ା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଦେଇଛି। କେଉଁଠି ଗଛ ପଡ଼ି ରାସ୍ତା ଅବରୋଧ ତ କେଉଁଠି ଘର ଭାଙ୍ଗିବା ଭଳି ପରିସ୍ଥିତି ଦେଖାଦେଇଛି। ଆଜି ସକାଳ ୮ଟା ବେଳେ ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ନିର୍ମାଣ ହେଉନି ପୋଲ, ଶବ ସତ୍କାର ନିମନ୍ତେ ହେବାକୁ ପଡୁଛି ନଦୀ ପାର

ଚନ୍ଦାହାଣ୍ଡି: ଚନ୍ଦାହାଣ୍ଡି ବ୍ଲକ ଅଧୀନସ୍ଥ ମୋହରା ନିକଟସ୍ଥ କୁକୁର ଜୋର ନାଳରେ ପୋଲ ନିର୍ମାଣ ହେତୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ବେଳେ ଏପର୍ଯ୍ୟନ୍ତ ନିର୍ମାଣ ହୋଇ ପାରୁ ନାହିଁ ପୋଲ। ଯାହା ଫଳରେ ମହରା ମୁସଲିମ ସଂପ୍ରଦାୟର ଲୋକେ ଶବ ସତ୍କାର ନିମନ୍ତେ ଛାତିଭରା ପାଣିରେ ନଦୀ ପାରି ହୋଇ…
ଅଧିକ ଖବର ଦେଖନ୍ତୁ...

ପିଏନବି ଏଟିଏମ କାଟି ୫ ଲକ୍ଷ ଲୁଟ୍

ସୁନ୍ଦରଗଡ଼: ଗତକାଲି ରାତିରେ ସୁନ୍ଦରଗଡ଼ ସହରର ଅଭିନନ୍ଦନ ହୋଟେଲ ପାଖରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଏଟିଏମ କାଟି କିଛି ଦୁର୍ବୃତ୍ତ ୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ବ୍ୟାଙ୍କ ତରଫରୁ ଏ ସମ୍ପର୍କରେ ଟାଉନ ଥାନାକୁ ସୂଚନା ଦିଆଯିବା ପରେ ପୁଲିସ ତନାଘନା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ବିଷ ପିଇ ଜୀବନ ହାରିଲେ ଯୁବତୀ, ମୃତଦେହ ଉଦ୍ଧାର

ସୁନ୍ଦରଗଡ: ତଳସରା ଥାନା ଅନ୍ତର୍ଗତ ବାଲିଶଙ୍କରା ଭାଟିପଡ଼ା କେନ୍ଦୁପତ୍ର ଅଫିସ୍ ପଛପଟ ବିଲରୁ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ପାଖରୁ ବିଷ ବୋତଲ ରହିଛି। କୌଣସି କାରଣରୁ ଯୁବତୀଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ତଳସରା ପୁଲିସ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ: କଳା, ବାଣିଜ୍ୟ ଓ ବିଜ୍ଞାନରେ ଶୀର୍ଷରେ ରେଭେନ୍ସା

ଭୁବନେଶ୍ବର: ୨୦୨୪ – ୨୫ ଶିକ୍ଷା ବର୍ଷ ପାଇଁ ଆଜି ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ବାଣିଜ୍ୟ ଓ ବିଜ୍ଞାନରେ ଶୀର୍ଷରେ ରହିଛି ରେଭେନ୍ସା। କଳାରେ ୭୫. ୧୭% ସହ ଆଗରେ ରହିଚି ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ୍। ସେହିପରି ବିଜ୍ଞାନରେ ୯୧.୫୦% ଓ ବାଣିଜ୍ୟରେ ୭୭% ସହ ରେଭେନ୍ସା ହାୟର…
ଅଧିକ ଖବର ଦେଖନ୍ତୁ...